ମହାନଗରମୁଖ୍ୟ ଖବରରାଜ୍ୟ

କୋଇଲା ବ୍ୟବସାୟୀଙ୍କ ଘରେ ଓ ଶିଳ୍ପାନୁଷ୍ଠାନରେ ଆୟକର ଚଢ଼ାଉ

ସୁନ୍ଦରଗଡ, ୧୯/୧ (ଉତ୍କଳ ସମାଚାର) : ଆୟକର ଠକେଇ ଅଭିଯୋଗରେ ଜଣାଶୁଣା କୋଇଲା ବ୍ୟବସାୟୀ ଶିଳ୍ପପତି ଘନଶ୍ୟାମ ଡାଲମିଆ ଓରଫ ବଟିଂ ଡାଲମିଆଙ୍କ ୧୦ଟି ଠିକଣାରେ କେନ୍ଦ୍ରୀୟ ଆୟକର ବିଭାଗ ଚଢ଼ାଉ ଜାରି ରଖିଛି । ଆଜି ଦ୍ୱିତୀୟ ଦିନରେ ବି ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଶହେରୁ ଅଧିକ ଅଧିକାରୀ ଯାଚଂ ଚଳାଇଥିବାବେଳେ ଟିମ୍ ହାତରେ ବହୁ ମୂଲ୍ୟବାନ ଦସ୍ତାବିଜ ଓ ନଗଦ ଟଙ୍କା ଲାଗିଥିବା କୁହାଯାଉଛି । ଆୟକର ବିଭାଗର ଏହା ବଡ଼ ଧରଣର ଚଢ଼ାଉ ହୋଇଥିବାବେଳେ ବଟିଂଙ୍କ ବିପୁଳ ଆୟକର ଠକେଇ ସାମ୍ନାକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ବଟିଂ ଡାଲମିଆ ସୁନ୍ଦରଗଡ଼ ଓ ଛତିଶଗଡ଼ ରାୟଗଡ଼ ଅଚଂଳର ବିଶିଷ୍ଟ କୋଇଲା ବ୍ୟବସାୟୀ । ତାଙ୍କର ଛତିଶଗଡ଼, ଓଡ଼ିଶା, ମୁମ୍ୱାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ବହୁ ଶିଳ୍ପାନୁଷ୍ଠାନ, କାରଖାନା, କୋଇଲା ବ୍ୟବସାୟ ସହ ହୋଟେଲ ରହିଛି । ଗୁରୁବାର ସକାଳୁ କେନ୍ଦ୍ରୀୟ ସୁରକ୍ଷା ବଳ ସହ ରାଉରକେଲା, ସମ୍ବଲପୁର, ଭୁବନେଶ୍ୱର, ଛତିଶଗଡ଼ ଓ ମହାରାଷ୍ଟ୍ରର ୧୦ ଜଣିଆ ଟିମ୍ ବଟିଂ ଡାଲମିଆଙ୍କ ଗୋପାଳପୁରରେ ଥିବା ତାଙ୍କ ଦୁଇ ମହଲା କୋଠା, କାର୍ଯ୍ୟାଳୟ, ବିଲେଇମୁଣ୍ଡାର ଘର, ସୋରୁମ, ସ୍ପଞ୍ଜ ଆଇରନ ଫାକ୍ଟ୍ରି, କାର୍ଯ୍ୟାଳୟ, ଏମସିଏଲ୍ କୋଇଲା ପରିବହନ ସାଇଟ୍‌, ଛତିଶଗଡ଼ ରାୟଗଡ଼ର ଆଇରନ, ଷ୍ଟିଲ ଓ ପାୱାର ପ୍ଲାଟଂ ଫାକ୍ଟ୍ରି, ଘର, ରାୟପୁର ଘର , କାର୍ଯ୍ୟାଳୟ, ବିଳାସପୁର ହୋଟେଲ ସହ ତାଙ୍କ ବଡ଼ ଭାଇ ବାବୁଲୁ ଡାଲମିଆଙ୍କ ରାଉରକେଲା ସିଭିଲଟାଉନସିପ ସ୍ଥିତ ଘର, ବରପାଲି ସ୍ଥିତ ଫାକ୍ଟ୍ରିରେ ଚଢ଼ାଉ କରିଥିଲା । ଅନେକ କାର୍ଯ୍ୟାଳୟ, ଘରକୁ ସିଲ୍ କରିବା ସହ ମ୍ୟାନେଜର, କମର୍ଚାରୀମାନଙ୍କୁ ଅଟକ ରଖିଥିବା ଓ ମୋବାଇଲ୍ ଜବତ କରି ନେଇଥିବା ସୂଚନା ଆସିଛି

Leave a Reply

Your email address will not be published. Required fields are marked *