ମହାନଗରମୁଖ୍ୟ ଖବରରାଜ୍ୟ

ପୁଣି ଜଣେ ଦାଦନ ଶ୍ରମିକ ମହିଳାଙ୍କ ମୃତ୍ୟୁ

ଚନ୍ଦାହାଣ୍ଡି,୧୯/୧ (ଉତ୍କଳ ସମାଚାର) (ନରସିଂ ବାଘ): ୧୯.୦୧.୨୪, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସରଧାପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯାମପଡା ଗ୍ରାମର ଭୋଜେଶ୍ୱର ନାଗ (27)ର ସ୍ତ୍ରୀ ଭାରତୀ ନାଗ (22) ଗତ ତିନିମାସ ତଳେ ଦାଦନ ଖଟିବାକୁ ସୁଦୂର ତେଲେଙ୍ଗାନା ର ସୁଲତାନାବାଦ କୁ ଯାଇଥିଲେ ସେଠାରେ ଆନନ୍ଦ ରାଓ ନାମକ ଜଣେ ମାଲିକଙ୍କ ଇଟାଭାଟିରେ କାମକରୁଥିଲେ କିନ୍ତୁ ଆଜି ସେଠାରେ ତାଙ୍କ ମୃତ୍ୟୁ ଗୋଇଥିବା ସୂଚନା ମିଳିବାରୁ ତାଙ୍କ ଘରଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି l ସୂଚନାଅନୁସାରେ ଚନ୍ଦାହାଣ୍ଡି ଭାଟିପଡ଼ା ଗ୍ରାମର ଜଗ ଚଣ୍ଡୀ ଙ୍କ ଝିଅ ଭାରତୀ ଚଣ୍ଡୀ ଙ୍କୁ ଯାମପଡା ନିବାସୀ ସଜମନ ନାଗ ଙ୍କ କନିଷ୍କ ପୁତ୍ର ଭୋଜେଶ୍ୱର ନାଗ ସହ ଗତ ତିନି ବର୍ଷତଳେ ବୈଦିକ ରୀତିନୀତି ରେ ବିଭାହ ହୋଇଥିଲା, କିନ୍ତୁ ଯାମପଡା ର ଦଲାଲ କ୍ଷେତ୍ର ବାଘ ଙ୍କ ହାବୁଡ଼ରେ ପଡି ଭୋଜେଶ୍ୱର ନାଗ ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟର ସୁଲତାନାବାଦ କୁ ଯାଇ ସେଠାରେ ଆନନ୍ଦ ରାଓ ନାମକ ଜଣେ ଇଟା ଭାଟି ମାଲିକ ଠାରେ ଦାଦନ ଖଟୁଥିଲେ l ଗୋଟାଏ ମାସ ପରେ ନିଜ ସ୍ତ୍ରୀ ଭାରତୀ ନାଗ କୁ ଫୋନ କରି ନିଜ ପାଖକୁ ଡାକିଥିଲେ ଭାରତୀ ନାଗ କୁ ପୁଣି ସେହି କ୍ଷେତ୍ର ବାଘ ନେଇକି ଯାଇ ସେଠାରେ ଦୁହେଁ ସ୍ୱାମୀ ସ୍ତ୍ରୀ ମିଶି କାମ କରୁଥିଲେ କିନ୍ତୁ ଗତ କିଛି ଦିନରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବା ଫଳରେ, ସ୍ତ୍ରୀ ଭାରତୀ ନାଗ କୁଆଡେ ଚାଲିଯାଇ ନିଖୋଜ ଥିଲେ, l ଗତକାଲି ଭାରତୀ ନାଗ ର ମୃତ ଶରୀର ଏକ କେନାଲ ରେ ଭାସୁଥିବାର ଦେଖିବାକୁ ପାଇଥିଲେ, ମୃତ ଶରୀରରେ ଏକ କାଠ ଗଣ୍ଡି ସହ ବନ୍ଧାହୋଇ ଥିବାର ମଧ୍ୟ ସୂଚନା ମିଳିଥିଲା l ଇଟାଭାଟି ମାଲିକଙ୍କୁ ଫୋନ ଯୋଗେ ଯୋଗାଯୋଗ ମଧ୍ୟ କରାଯାଇଥିଲା, ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇ ଏପରି କାଣ୍ଡ ଘଟିଛି ବୋଲି ଇଟାଭାଟି ମାଲିକ ଫୋନ ଯୋଗେ ସୂଚନା ଦେଇଥିଲେ l ହେଲେ ଦେଖିବାକୁ ବାକିରହିଲା ପ୍ରକୃତରେ ଭାରତୀ ର ଆତ୍ମହତ୍ୟା ନା ଷଡଯନ୍ତ୍ର ର ଶିକାର ହୋଇ ହତ୍ୟା କରାଯାଇଛି ତାହା ଶବ ବ୍ୟବଛେଦ ପରେ ଜଣାପଡିବ l ଭାରତୀଙ୍କ ମର ଶରୀର ଏ ପ୍ରଯ୍ୟନ୍ତ ତାଙ୍କ ପୈତୃକ ବାସ ଭବନରେ ପହଞ୍ଚି ପାରିନି ଏଥି ପ୍ରତି ପ୍ରଶାସନ ତତ୍ତପରତା ଦେଖେଇ ଶୀଘ୍ର ମର ଶରୀରକୁ ତାଙ୍କ ଗ୍ରାମକୁ ପହଞ୍ଚା ଯାଉ ବୋଲି ଗ୍ରାମବାସୀ ଓ ପରିବାର ଲୋକେ ଜିଦ ଧରିଥିବା ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *