ଅପରାଧମୁଖ୍ୟ ଖବରରାଜ୍ୟ

୬ ଲକ୍ଷ ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ

ଅନୁଗୁଳ,୨୦/୧ (ଉତ୍କଳ ସମାଚାର):  ଅନୁଗୁଳ ଜ଼ିଲ୍ଲା ଅବକାରୀ ବିଭାଗକୁ ମିଳିଛି ସଫଳତା । ୬୦ଗ୍ରାମ ବ୍ରାଉନ ସୁଗାର ଜବତ ସହ ଜଣକୁ ଗିରଫ କରିଛି ବିଭାଗ । ସୂଚନା ଅନୁଯାୟୀ ବ୍ରାଉନସୁଗାର ବେପାର କରିବାକୁ ଗରାଖ ଅପେକ୍ଷାରେ ଥିବା ବେଳେ କଲିୟରୀ ଥାନା ସାଉଥବଲଣ୍ଡା ଅଞ୍ଚଳର ସନ୍ତୋଷ କୁମାର ନାଏକ ନାମକ ଜଣେ ଯୁବକକୁ ଗିରଫ କରିଛି । ସନ୍ତୋଷ ବ୍ରାଉନସୁଗାର ଧରି ବେପାର ନିମନ୍ତେ ଅନୁଗୁଳ ଅଭିମୁଖେ ଆସୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ତାକୁ କୁକୁଡାଙ୍ଗ ନିକଟରେ କାବୁ କରିଥିଲେ । ଯାଞ୍ଚ ବେଳେ ତା ନିକଟରୁ ୬୦ ଗ୍ରାମ ବ୍ରାଉନସୁଗାର ମିଳିଥିଲା । ଜବତ କରା ଯାଇଥିଲା ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ହେବ ବୋଲି ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ସୂଚନା ଦେଇଛନ୍ତି । ସନ୍ତୋଷ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ଅବକାରୀ ବିଭାଗ ପାଖରେ ଖବର ଥିବାବେଳେ ଆଜି ବିଶ୍ୱସ୍ତ ସୂତ୍ରରୁ ଜାଣି ତାକୁ ଧରିବାରେ ସକ୍ଷମ ହୋଇଥିଲା ବିଭାଗ । ସେ ଏହି ବେପାରରେ ବ୍ଯବହାର କରିଥିବା ଏକ ମୋଟରସାଇକେଲକୁ ମଧ୍ଯ ଜବତ କରା ଯାଇଛି ।

Leave a Reply

Your email address will not be published. Required fields are marked *