ମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ମୋଦିଜୀ ଅନ୍ନଦାତାଙ୍କ କଲ୍ୟାଣ ସହ ସୁରକ୍ଷାର ଗ୍ୟାରେଣ୍ଟି ଦେଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର//,୦୪/୦୨ //(ଉତ୍କଳ ସମାଚାର) //  ମୋଦି ସରକାର ଅନ୍ନଦାତାଙ୍କ କଲ୍ୟାଣ ସହ ସୁରକ୍ଷାର ବଡ଼ ଗ୍ୟାରେଣ୍ଟି ଦେଇଛନ୍ତି ବୋଲି ରବିବାର ସମ୍ବଲପୁର ଚଷା ସମାଜର ୧୭ତମ ବାର୍ଷିକ ପାରିବାରିକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ଚଷା ସମାଜର ପାରିବାରିକ ବନ୍ଧୁମିଳନରେ ସାମିଲ ହେବା ମୋ ପାଇଁ ବିଶେଷ ଅବସର । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ଭାଇଙ୍କ ସମେତ ସମାଜ ପାଇଁ ଭଲ କାମ କରୁଥିବା ସ୍ଥାନୀୟ ଅଞ୍ଚଳରେ ବନ୍ଧୁ ମାନଙ୍କୁ ସମ୍ମାନିତ କରିବାର ପରମ୍ପରା ପ୍ରଶଂସନୀୟ । ଏହି ବନ୍ଧୁମିଳନରେ ସାମିଲ ହୋଇ ମୁଁ ବେଶ୍ ପୁଲକିତ । ମୋଦି ସରକାର ଚାଷୀ ମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି । ଅନ୍ନଦାତାଙ୍କ କଲ୍ୟାଣ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଗ୍ୟାରେଣ୍ଟି ଦେଇଛନ୍ତି । ବଜେଟରେ କୃଷକଙ୍କ ହିତ ପାଇଁ ବିଶେଷ ଧ୍ୟାନ ଦିଆଯାଇଥିବା ସେ କହିଛନ୍ତି ।କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଜି ଦେଶରେ ମହିଳା ସଶକ୍ତିକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି । ମୋଦି ସରକାର ଶିକ୍ଷା କ୍ଷେତ୍ରରେ ଛାତ୍ରୀଙ୍କ ନାମଲେଖା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ନାମଲେଖାରେ ୨୬.୫ ପ୍ରତିଶତ ବୃଦ୍ଧି ହୋଇଛି । ୪୩ ପ୍ରତିଶତ ଝିଅ ବିଜ୍ଞାନ, ଗଣିତ ଓ ଇଞ୍ଜିନିୟରିଂରେ ପାଠ ପଢୁଛନ୍ତି । ମହିଳାଙ୍କ ରାଜନୈତିକ ଅଧିକାରକୁ ଆଗକୁ ନେବା ପାଇଁ ‘ନାରୀ ଶକ୍ତି ବନ୍ଦନ ଆଇନ’ ମାଧ୍ୟମରେ ବିଧାନସଭା ଓ ଲୋକସଭା ଆସନରେ ୩୩ ପ୍ରତିଶତ ସଂରକ୍ଷଣ ଦେବାର ଯୋଜନା ହୋଇଛି । ଭାରତର ଚନ୍ଦ୍ରାୟାନ-୩ ଅଭିଯାନରେ ମହିଳାଙ୍କ ଯୋଗଦାନ ଅଧିକ ଥିଲା । ସମାଜରେ ମହିଳା ଭାଗିଦାରୀ ଯେତେ ବଢିବ, ସମାଜ ସେତେ ସଶକ୍ତ ହେବ । ସମାଜକୁ ଅଧିକ ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।

Leave a Reply

Your email address will not be published. Required fields are marked *