ଦେଶ -ବିଦେଶମନୋରଞ୍ଜନମହାନଗରମୁଖ୍ୟ ଖବରରାଜ୍ୟ

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୬ତମ ଶୁଭ ଜନ୍ମ ମହୋତ୍ସବ – ଇଷ୍ଟିଦୀପନା କାର୍ଯ୍ୟକ୍ରମ

ରାଉରକେଲା// ୦୪/୦୨(ଉତ୍କଳ ସମାଚାର) // ସେକ୍ଟର – ୧୩, ମେଲଣ ପଡିଆରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୬ତମ ଶୁଭ ଜନ୍ମ ମହୋତ୍ସବ ତଥା ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ସପ୍ତମ ଇଷ୍ଟିଦୀପନା ମହୋତ୍ସବ – ୨୦୨୪ ଅନୁଷ୍ଠିତ ହୋଇଛି। ଏହି ମହୋତ୍ସବରେ ସ୍ୱତନ୍ତ୍ର ଅତିଥିଭାବେ ନିକଟରେ ସେବା ନିବୃତ୍ତ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ ସୁରେଶ ଚନ୍ଦ୍ର ଦଳାଇଙ୍କ ସମେତ ରାଉରକେଲା ଇସ୍ପାତ କାରଖାନା ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ବିଧାୟକ ସୁବ୍ରତ ତରାଇ, ପୂର୍ବତନ ସୁନ୍ଦରଗଡ଼ ଜିଲ୍ଲାପାଳ ବିଜୟ ପଟ୍ଟନାୟକଙ୍କ ସମେତ ଅନେକ ଗଣ୍ୟମାଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅବସରରେ ପ୍ରତ୍ୟୁଷରୁ ଦେଓଘର ଅନୁକୁଳ ଚନ୍ଦ୍ରଙ୍କ ଆଶ୍ରମରୁ ଆସିଥିବା ସ୍ୱତନ୍ତ୍ର ଦଳ ସହଯୋଗରେ ପ୍ରାର୍ଥନା, ସଦଗ୍ରନ୍ଥ ପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଛି। ଏହା ସହିତ ସ୍ୱତନ୍ତ୍ରଭାବେ ଆୟୋଜିତ ନଗର କୀର୍ତ୍ତନ ସେକ୍ଟର-୨୧ ସ୍ଥିତ ଠାକୁରଙ୍କ ମନ୍ଦିରରୁ ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଶେଷରେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲା। ଏହାକୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଶ୍ରମ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ ଶୁଭାରମ୍ଭ କରିଥିଲେ। ସେହିଭଳି କଟକ ଏସ୍‌ସିସିବି ମେଡିକାଲ କଲେଜ ଓ ବୁର୍ଲା ସ୍ଥିତ ଭିଏସ୍‌ଏସ ମେଡିକାଲ କଲେଜର ବରିଷ୍ଠ ଓ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ନିଃଶୁକ୍ଳ ସ୍ୱାସ୍ଥ୍ୟସେବା ଶିବିର ମାଧ୍ୟମରେ ଶହ ଶହ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। କାର୍ଯ୍ୟକ୍ରମରେ ରାଉରକେଲା ସହର ଓ ଆଖପାଖ ଅଞ୍ଚଳ ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସତସଙ୍ଗ ଓ ମାତୃସମ୍ମିଳନୀ ଅନ୍ୟତମ ଆକର୍ଷନ ଥିଲା। ଠାକୁର ଅନୁକୁଳ ଚନ୍ଦ୍ରଙ୍କ ଚିନ୍ତାଧାରାରେ ସାମିଲ ହେବା ନିମନ୍ତେ ଦୀକ୍ଷାପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେ ଇଷ୍ଟୀଦୀପନା ଆୟୋଜନ କମିଟିର ସମ୍ପାଦକ ବସନ୍ତ କୁମାର ଜେନା, ରାଧାକାନ୍ତ ମିଶ୍ର, ସଂଯୋଜକ ଶାନ୍ତନୁ କୁମାର ନାୟକ, ଅଶୋକ କୁମାର ରାୟ, କୁଶଲ ଓରାମ, ରାଜୀବ ଲୋଚନ ହୋତାଙ୍କ ସମେତ ସୁକାନ୍ତ କୁମାର ଲେଙ୍କା, ସୁଭାଷ ଚନ୍ଦ୍ର ବାରିକ, ଗୟାଧର ରାଉତ, ଦୀନବନ୍ଧୁ ମୁଦୁଲି, ନଟବର ଦାସ ଏବଂ ଗୋଲକ ବିହାରୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ସଞ୍ଚାଳନ ଓ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *