ମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ନବରଙ୍ଗପୁର ଗସ୍ତ ରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।କହିଲେ ଓଡିଶା ରେ ଦରକାର ଡବଲ ଇଂଜିନ ସରକାର!

ନବରଙ୍ଗପୁର//.୨୨.୦୨.୨୪//.ନରସିଂ ବାଘ//. ଉତ୍କଳ ସମାଚାର//.ଆଜି ନବରଙ୍ଗପୁର ଠାରେ ବିଜେପି କୋର କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା!ଏହି  ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ, ଓଡିଶା ସହିତ ମୋର ଭାବନାତ୍ମକ ସମ୍ପର୍କ ରହିଛି  କଂଗ୍ରେସ ସରକାର ସମୟରେ ଏଇଠୁ ଭାରତ ଯାତ୍ରା ଆରମ୍ଭ କରିଥିଲୁ । ଜଗନ୍ନାଥଙ୍କ ମାଟିରୁ ଭାରତ ସୁରକ୍ଷା ଯାତ୍ରା ଆରମ୍ଭ କରିଥିଲି । ସେତେବେଳେ ସବୁଠି ଆତଙ୍କବାଦ ଓ ନକ୍ସଲବାଦ ଥୁଲା । ହେଲେ ଆଜି ଆମ ଦେଶରେ ଆତଙ୍କବାଦ ଓ ମାଓ କାର୍ଯ୍ୟକଳାପ କମିଛି । ପୁଲୱାମା ଘଟଣା ପରେ ଏହାର କଡା ଜବାବ ଦିଆଯାଇଛି ବୋଲି ରାଜନାଥ ସିଂ କହିଛନ୍ତି । ଅନ୍ୟପଟେ ଦେଶରେ ପୁଣିଥରେ ମୋଦୀ ସରକାର ଆସିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂ । ତା ସହିତ ଓଡିଶାରେ ମଧ୍ୟ ଡବଲ୍ ଇଞ୍ଜିନ ସରକାର ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛନ୍ତି । ବିଜେପି ହେଉଛି ଏକମାତ୍ର ପାର୍ଟି, ବିଜେପି ଯାହା କହେ, ସେୟା କରେ । ପ୍ରତିଶ୍ରୁତି ମୁତାବକ ଧାରା 370 ଓ ତିନ ତଲାକ୍ ଉଚ୍ଛେଦ ହେଇଛି । 9 ବର୍ଷ ଭିତରେ ଦେଶରେ ଗରିବୀ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି ବୋଲି ରାଜନାଥ କହିଛନ୍ତି । ତେବେ ଓଡିଶା ସହ କେନ୍ଦ୍ର ସରକାର କେବେ ବି ଭେଦଭାବ କରିନାହାଁନ୍ତି । ଓଡିଶାରେ ପୂର୍ବ ତୁଳନାରେ ମେଡିକାଲ,ଇଞ୍ଜିନିୟରିଂ କଲେଜ ସଂଖ୍ୟା ବୃଦ୍ଧି ପାଇଛି । ଓଡିଶାର 30 ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ନବରଙ୍ଗପୁରରୁ ଅଭିଭାଷଣ ଦେଇ କହିଛନ୍ତି । ତା ସହିତ ଦଳର କର୍ମୀମାନଙ୍କୁ ଆହ୍ଵାନ ଦେଇ ସେ କହିଛନ୍ତି, ଦଳ ପାଇଁ 24 ଘଣ୍ଟାରୁ 12 ଘଣ୍ଟା ସମୟ ଦେବା ପାଇଁ ଆବାହାନ କରିଛନ୍ତି । ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ରାଜନାଥ ସିଂ ଙ୍କ ଏହି ଗସ୍ତ ରେ ଜିଲ୍ଲା ବିଜେପି କୁ ନିର୍ବାଚନ ରେ କେତେ ଫାଇଦା ମିଳି ପାରିବ।

Leave a Reply

Your email address will not be published. Required fields are marked *