Uncategorized

ବିଜେଡିର ମିଶ୍ରଣ ପର୍ବରେ ଯୋଗଦେଲେ ନାଲାରୋଡ଼, ରେଲୱେ କଲୋନୀ, ମେନରୋଡ଼ର ଶତାଧିକ ନେତା

ରାଉରକେଲା ୨୭/୪,(ଉତ୍କଳ ସମାଚାର): ସୁନ୍ଦରଗଡ ଜିଲ୍ଲାରେ ବିଜେଡିର ବିଶାଳ ମିଶ୍ରଣ ପର୍ବରେ ସାମିଲ ହେଲେ ହଜାରରୁ ଉର୍ଦ୍ଧ୍ବ କର୍ମୀ । ରାଉରକେଲା ସହରରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହେଇଥିଲା ବେଳେ, ଏଥିରେ ହଜାରରୁ ଅଧିକ କର୍ମୀ ଯୋଗ ଦେଇଥିଲେ। ରାଜ୍ଯ ଶ୍ରମ ଓ ଇଏସ୍ଆଇ ବିଭାଗ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ପ୍ରାର୍ଥୀ ସାରଦା ନାୟକଙ୍କ ଉପସ୍ଥିତିରେ ଏବଂ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ଉପସ୍ଥିତିରେ ଏମାନେ ଶଙ୍ଖ ଧରିଛନ୍ତି। ସୁନ୍ଦରଗଡରେ ସବଳ ହେଉଛି ବିଜେଡି । ରାଉରକେଲାରେ ସାରଦା ନାୟକଙ୍କ ସମର୍ଥନରେ ବିଜେଡିରେ ମିଶିଛନ୍ତି ୧ହଜାରରୁ ଅଧିକ ଲୋକେ। ଉଭୟ ବିଜେପି ଓ କଂଗ୍ରେସର ଦଳରେ ଏମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଦଳ ପ୍ରତି ଅସନ୍ତୋଷ ପ୍ରକାଶ କରିବା ସହ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ସେମାନଙ୍କୁ ବିଜେଡିର ଶଙ୍ଖ ଉତ୍ତରୀୟ ପକାଇ ଦଳରେ ସାମିଲ କରାଯାଇଛି। ଏହି ଅବସରରେ ରାଉରକେଲା ବିଜେଡି ପ୍ରାର୍ଥୀ ସାରଦା ନାୟକ କହିଛନ୍ତି ଯେ, ବିଜେଡି ଦଳ ଆଗାମୀ ନିର୍ବଚନରେ ନିଶ୍ଚିତ ବିଜୟ ଲାଭ କରିବ। ଏହା ହେଉଛି ଆରମ୍ଭ, ଏହାର ଶେଷ ଯେଉଁଠି ହେବ କେହି ଚିନ୍ତା କରିନଥିବେ। ଏହାର ସମସ୍ତ ଶ୍ରେୟ ଯାଉଛି ନବୀନ ପଟ୍ଟନାୟକଙ୍କୁ । ମୃତ ରାଉରକେଲା ସହରକୁ ପ୍ରଗତିର ସହର ଓ ବିଶ୍ୱ ହକି କପର ସହର କରିଛନ୍ତି ନବୀନ ପଟ୍ଟନାକ । ଓଡିଶାର ଭବିଷ୍ୟତ ହେଉଛନ୍ତି ନବୀନ ପଟ୍ଟନାୟକ । ଏହାପରେ ଜନସମୁଦ୍ର ଦେଖିବ, ସୁନ୍ଦରଗଡ ମାଟିରେ ପୁନରାବୃର୍ତ୍ତି ହେବାକୁ ଯାଉଛି ବିଜେଡିର ଧ୍ବନୀ। ଅନ୍ୟପଟେ ଏନେଇ ପ୍ରୀତି ରଞ୍ଜନ ଘଡେଇ କହିଛନ୍ତି ଯେ, ବିଜେଡି ଦଳରେ ରାଉରକେଲା ପାଇଁ ଦିନ ରାତି କାମ କରୁଥିବା ଭଳି କର୍ମୀ ବର୍ତ୍ତମାନ ବିଜେଡିରେ ଯୋଗ ଦେଉଥିବା ବେଳେ, ଏଥର ବିଜେଡି ନିଶ୍ଚିତ ବିଜୟ ହେବ । ସୁନ୍ଦରଗଡ ଜିଲ୍ଲାରେ ବିଜୁ ଜନତା ଦଳ ଏଥର ଲୋକସଭା ଓ ୭ଟି ଯାକ ବିଧାନସଭା ନିଶ୍ଚୟ ଜିତିବ । ଜିଲ୍ଲାରେ ଏକପାଖିଆ ନିର୍ବାଚନ ବିଜୁ ଜନତା ଦଳ ସପକ୍ଷରେ ଯିବ । ସମସ୍ତ ଲୋକ ଏକତ୍ରିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଜନସମର୍ଥନ ପ୍ରତ୍ୟେକ ଦିନ ବଢୁଛି । ସୁନ୍ଦରଗଡ ମାଟି ଇତିହାସ ରଚିବ । ବହୁ ଭୋଟରେ ବିଜୁ ଜନତା ଦଳ ବିଜୟ ହେବ। ଏହି ମିଶ୍ରଣ ପର୍ବରେ ନୂତନ ଭାବେ ଯୋଗ ଦେଇଥିବା କର୍ମୀ ଓ ବିଜେଡିର ନେତାମାନେ ଉଭୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ସୁନ୍ଦରଗଡରେ ବିଜେଡି ବହୁ ସଂଖ୍ୟାରେ ଭୋଟ ପାଇ ବିଜୟ ହେବ ବୋଲି ପ୍ରତିକ୍ରିୟା ଦେଇଥିଲେ।

Leave a Reply

Your email address will not be published. Required fields are marked *