Uncategorized

 କଂଗ୍ରେସ ର ବିଧାୟକ ପ୍ରାଥୀ ଶ୍ରୀ ବୀରେନ୍ଦ୍ର ନାଥ ପଟ୍ଟନାୟକ ପାନପୋଷ  ବାଲୁଘାଟ  ପଦଯାତ୍ରା 

ରାଉରକେଲା.୮/୫ (ଉତ୍କଳ ସମାଚାର): ସକIଲ ୮ ଟା ରୁ ରାଉରକେଲା କଂଗ୍ରେସ ର ବିଧାୟକ ପ୍ରାଥୀ ଶ୍ରୀ ବୀରେନ୍ଦ୍ର ନାଥ ପଟ୍ଟନାୟକ ପାନପୋଷ ଶୁକ୍ରବାର ବଜାର ଠାରୁ ବାଲୁଘାଟ ପର୍ଯନ୍ତ ନିର୍ବାଚନ ପଦଯାତ୍ରା କରି ଉକ୍ତ ଅଂଚଳ ର ଜନ ସାଧାରଣ ଙ୍କର ସମର୍ଥନ ଭିକ୍ଷା କରିବା ସହିତ କଂଗ୍ରେସ ଗ୍ୟାରେଣ୍ଟି ସମ୍ପର୍କ ରେ ବିଶଦ ଭାବରେ ଜନ ସାଧାରଣ ଙ୍କୁ ବୁଝେଇବା ସହିତ ରାଉରକେଲା ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଜନସାଧାରଣ ଙ୍କୁ ଉଦବୋଧନ ପ୍ରଦାନ କରି ଥିଲେ ଏବଂ ପାନପୋଷ ଛକ ସ୍ଥିତ ମହାତ୍ମା ଗାନ୍ଧୀ ଙ୍କର ମୂର୍ତ୍ତି ରେ ମାଲ୍ୟାର୍ପଣ କରି ଥିଲେI .. ଏହି ଅବସରରେ ତାଙ୍କ ସହିତ ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ମହାପାତ୍ର,ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରବି ରାୟ , ଜିଲ୍ଲା କଂଗ୍ରେସପୂର୍ବତନ ସଭାପତି ଶ୍ରୀ ରଶ୍ମି ପାଢ଼ୀ , ପିସିସି ସାଧାରଣ ସମ୍ପାଦକ ଶ୍ରୀ ପ୍ରବୋଧ ଦାସ ,ମହିଳା କଂଗ୍ରେସ ନେତ୍ରୀ ଗୀତା ସିଂହ, ପୂର୍ବତନ ମହିଳା ନେତ୍ରୀ ଲତା ନାୟକ,ବ୍ଲକ ପ୍ରେସିଡେଣ୍ଟ ବିଶ୍ୱନାଥ ବାରିକ, ବ୍ଲକ ପ୍ରେସିଡେଣ୍ଟ ରମେଶ ଗୁପ୍ତା,ଶ୍ରୀ ନାୟର, ସରୋଜ ଲେଙ୍କା , ଶିବୁ ଦୀପ , ଛାତ୍ର ସଭାପତି ସୂର୍ଯ୍ୟକାନ୍ତ ବାରିକ ,ଯୁବ ସଭାପତି ମୋତିଲାଲ ଦୀପ, ଦିବାକର ଦୀପ, ସିଲୁ ବରାଳ ଆଦି ଉପସ୍ଥିତ ଥିଲେl

Leave a Reply

Your email address will not be published. Required fields are marked *