Uncategorized

ମାରୁୱାଡ଼ି ଯୁବମଂଚ ଜାଗୃତି ଶାଖାର ଅମୃତଧାରା ଉଦଘାଟିତ

ରାଉରକେଲା, ୮/୫(ଉତ୍କଳ ସମାଚାର): ସାମାଜିକ ସଂଗଠନ ମାରୁୱାଡ଼ି ଯୁବମଂଚ ଜାଗୃତି ଶାଖା ରାଉରକେଲା ଦ୍ୱାରା ରାଷ୍ଟ୍ରୀୟ ପ୍ରକଳ୍ପ  ଅମୃତଧାରା ଅନ୍ତର୍ଗତ ପାନୀୟ ଜଳ ୱାଟର କୁଲରର ଉଦଘାଟନ ଟ୍ରାଫିକ ପରିବା ମାର୍କେଟ ନିକଟରେ ଥିବା ତାରିଣୀ ମନ୍ଦିରରେ କରାଯାଇଥିଲା । ଏହି ୱାଟର କୁଲର ମଂଚର ସଭ୍ୟା ଭାରତୀ ସିଂଗଲ ଙ୍କ ଦ୍ୱାରା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମାରୱାଡ଼ି ଯୁବ ମଂଚର ନୂତନ ବର୍ତମାନ ଅଧ୍ୟକ୍ଷ ନରେଶ ଅଗ୍ରୱାଲ , ପ୍ରାନ୍ତୀୟ ଉପାଧ୍ୟକ୍ଷ ରୋହିତ କାବ୍ରା , ଜିତେନ୍ଦ୍ର ଅଗ୍ରୱାଲ, ବଜରଙ୍ଗ ଅଗ୍ରୱାଲ, ଗୋବର୍ଦ୍ଧନ  ଅଗ୍ରୱାଲ, ସୁନିଲ  ଅଗ୍ରୱାଲ, ଦୀପକ ମିତଲ ଉପସ୍ଥିତ ଥିଲେ । ଏହି ଅବସରରେ ଶାଖାର ଅଧ୍ୟକ୍ଷ ଅନାମିକା ମିତଲ , ସଂସ୍ଥାପକ ଅଧ୍ୟକ୍ଷ ଅନପୂର୍ଣ୍ଣା ମାରୋଟିଆ, ପୂର୍ବ ଅଧ୍ୟକ୍ଷ ନୀରା  ଅଗ୍ରୱାଲ, ଶଶୀ  ଅଗ୍ରୱାଲ, ବରଖା ଜୈନ, ସଂପାଦକ ପ୍ରଭା  ଅଗ୍ରୱାଲ, ସାରଦା  ଅଗ୍ରୱାଲ, ଯୁଗଂ ସଂପାଦକ ମୀନା  ଅଗ୍ରୱାଲ ଉପସ୍ଥିତ ଥିଲେ । ଟ୍ରାଫିକ ପରିବା ମାର୍କେଟରେ ଏହି  ୱାଟର କୁଲରର ଲାଗିବା ଦ୍ୱାରା ପରିବା ବ୍ୟବସାୟୀ ଲାଭିତ ହେବେ ।

Leave a Reply

Your email address will not be published. Required fields are marked *