Uncategorized

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ଚୈତ୍ର ମହୋତ୍ସବ

ରାଉରକେଲା,୨୭/୪ (ଉତ୍କଳ ସମାଚାର): ନିଖିଳ ଉତ୍କଳ କୈବର୍ତ୍ତ ସମାଜର ଚୈତ୍ର ମହୋତ୍ସବ ଓ ୨୪ତମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଭଞ୍ଜଭଵନ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଜଗନ୍ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଆଇନ ମହାବିଦ୍ୟାଳୟ ଓ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ନିଖିଳ ଉତ୍କଳ କୈବର୍ତ୍ତ ସମାଜର ରାଜ୍ୟ ସଭାପତି ଡକ୍ଟର ଦେବେନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କୈବର୍ତ୍ତ ସମାଜର ପାରମ୍ପରିକ ପୃଷ୍ଠଭୂମି, ଐତିହ୍ୟ ଓ ସମାଜକୁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି କୈବର୍ତ୍ତ ସମାଜର ଭାଇମାନଙ୍କ ମଧ୍ୟରେ ଐକ୍ୟବଦ୍ଧତା, ଭାଇଚାରା ବଜାୟ ରଖି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଆରଏସପି ର ପ୍ରାକ୍ତନ ମହାପ୍ରବନ୍ଧକ ଅରୁଣ କୁମାର ବେହେରା ଚୈତ୍ର ମହୋତ୍ସବ ପାଳନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଷ୍ଟେଟବ୍ୟାଙ୍କର ଅଧିକାରୀ ସରୋଜ ରାଉତରାୟ, ପ୍ରାକ୍ତନ ପୁଲିସ ଅଧିକାରୀ ଡ ସୁମନ ଦତ୍ତ, ସମାଜସେବୀ ରେବତୀ ବଲ୍ଲଭ ବେହେରା ପ୍ରମୁଖ ଯୋଗଦେଇ ଥିଲେ। ଡ ଦତ୍ତଙ୍କୁ ରାଜ୍ୟସ୍ତରୀୟ ପୁଲିସ କର୍ମଶାଳାରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଡ଼ଃ ଦତ୍ତ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଥିଲେ। ଏହି ଅବସରରେ ସାଧାରଣ ସମ୍ପାଦକ ଭ୍ରମରବର ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ନଟବର ବେହେରା, ପ୍ରାକ୍ତନ ସଭାପତି ଜଗବନ୍ଧୁ ବେହେରା, ଉପସଭାପତି କୁମୁଦ ବେହେରା,ଉପସାଧାରଣ ସମ୍ପାଦକ ବନ୍ଧୁଆ ବେହେରା, ସଂଗଠନ ସଂପାଦକ ହରେକୃଷ୍ଣ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ଉପାଦେୟ ପ୍ରସ୍ତାବ ମାନ ଦେଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହରର ବହୁ କୈବର୍ତ୍ତ ସମାଜର ସଦସ୍ୟ ସଦସ୍ୟା ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ଗଣ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *