Uncategorized

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବିଷୁବ ମିଳନ ଓ କବିତା ପାଠୋତ୍ସବ

ରାଉରକେଲା,୧୫/୪ (ଉତ୍କଳ ସମାଚାର): ପବିତ୍ର ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ସାହିତ୍ୟ ଅନୁଷ୍ଠାନ ସୁବର୍ଣ୍ଣରେଖା ତରଫରୁ ଏକ କବିତା ପାଠୋତ୍ସବ ଓ ବିଷୁବ ମିଳନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାସଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରା ଙ୍କ ଆବାହକତ୍ଵ ଓ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ସ୍ତମ୍ଭକାର ଭୂପେନ ଦାସମହାପାତ୍ର, ଅତିଥି ଭାବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ଥିଲେ । ଉଦଘାଟକ ଶ୍ରୀ ଦାସ ମହାପାତ୍ର ସାରସ୍ଵତ ଅଭିଭାଷଣ ପ୍ରଦାନ କରିଥିଲେ। ନିଜ ପତ୍ରିକାରେ ପଠିତ କବିତାରୁ କିଛି ପ୍ରକାଶ କରିବେ ବୋଲି ଘୋଷଣା କରିଥିଲେ। ଅତିଥି ଶ୍ରୀ ନାୟକ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଓଡ଼ିଆ ନୂଆବର୍ଷ ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ତାଙ୍କ ବକ୍ତବ୍ୟରେ ଓଡ଼ିଶା ଗଠନ, ଭାଷା, ସଂସ୍କୃତି ଓ ମହାବିଷୁବ ସଂକ୍ରାନ୍ତି ର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ସହ କବିତା ପାଠ କରିଥିଲେ । ଏହାସହ ସୁବର୍ଣ୍ଣରେଖା ର ପ୍ରୟାସ କୁ ପ୍ରଶଂସା କରିଥିଲେ । କବିତା ପାଠୋତ୍ସବରେ କବି ମନୋରଞ୍ଜନ ଦାସ, ପ୍ରଫୁଲ୍ଲ କୁମାର ସାହୁ,ରାଜୀବ ପାତ୍ର,ସୁବ୍ରତ କୁମାର ଜେନା, ମାନିନୀ ପାତ୍ର, ମଳଲୋଚନ ଗାରୁ, ନିତ୍ୟାନନ୍ଦ ବେହେରା, ରାଜେନ୍ଦ୍ର ଦାସ, ଡାକ୍ତର ସାନ୍ତ୍ଵନା ପରିଡ଼ା , ମହେନ୍ଦ୍ର ମହାଳିକ ସ୍ବରଚିତ କବିତାମାନ ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ସୁବ୍ରତ କୁମାର ଜେନା , ବିଜୟ କୁମାର ପ୍ରଧାନ , କମଳଲୋଚନ ଗାରୁ,ଆନନ୍ଦ ଗିରି, କନକଲତା ଜେନା,ରାଜୀବ ପାତ୍ର,ଶ୍ରୀକାନ୍ତ ଦାସ, ଦମୟନ୍ତୀ ବେହେରା,ଛବିରାଣୀ ପ୍ରଧାନ, ତଅପୋଇ ମାଝୀ,ବନଜା ଦାସ, କରୁଣାକର ବାରିକ୍ , ଶକୁନ୍ତଳା ଆଦକ, ବାଲୁକିଶୋର ପାତ୍ର ପରମେଶ୍ବର ମହାରଣା ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ସମସ୍ତଙ୍କ ମଧ୍ୟରେ ପଣା ବଣ୍ଟନ କରାଯାଇଥିଲା। ଶେଷରେ ଉପଦେଷ୍ଟା କଲ୍ୟାଣ କମଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *