Uncategorized

କେନ୍ଦୁଝର ଲୋକସଭା କଂଗ୍ରେସ ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କୁ ଜ଼ିଲ୍ଲା କଂଗ୍ରେସର ବିରୋଧ

କେନ୍ଦୁଝର,୧୫/୪ (ଉତ୍କଳ ସମାଚାର):: ଆସନ୍ତା ସାଧାରଣ ନିର୍ବାଚନ ପାଇଁ କେନ୍ଦୁଝର ଲୋକସଭା କଂଗ୍ରେସ ପ୍ରାର୍ଥୀ ଭାବେ ମୋହନ ହେମ୍ବ୍ରମଙ୍କ ନାମ ଘୋଷଣା ହେବା ପରେ କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ ତରଫରୁ ପ୍ରବଳ ବିରୋଧ କରାଯାଇଛି l ଆଜି ସ୍ଥାନୀୟ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ କମିଟିର ସଭାପତି, ପିସିସି କର୍ମକର୍ତା, ଜ଼ିଲ୍ଲା କର୍ମକର୍ତା, ଜ଼ିଲ୍ଲା ଛାମୁଆଁ ସଂଗଠନର ସଭାପତି ବୃନ୍ଦ , ବ୍ଲକ କଂଗ୍ରେସ ସଭାପତି ବୃନ୍ଦ ଏବଂ ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ ଉପସ୍ଥିତ ହୋଇ ଅଶାନ୍ତି ବ୍ୟକ୍ତକରି ଇସ୍ତଫା ଦେଇଛନ୍ତି l ବର୍ତମାନ ପରିସ୍ଥିତିରେ କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ କମିଟିକୁ ସମ୍ପୂର୍ଣ୍ଣ ଭାବେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଅଣଦେଖା ଓ ଅବହେଳା କରୁଥିବା ପ୍ରତିବାଦରେ ଆଜି ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି l ଜ଼ିଲ୍ଲାର ଦୁଇ ଜଣ ପୁରୁଖା ନେତା ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏବଂ ଶ୍ରୀଯୁକ୍ତ ଜୟଦେବ ଜେନା ଥିଲେ ଵି ତାଙ୍କୁ ନ ପଚାରି, ଆଲୋଚନା ନ କରି ଏବଂ ଜ଼ିଲ୍ଲା କଂଗ୍ରେସ କମିଟି ସୁପାରିଶ କରିଥିବା ନେତାଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ସୁଯୋଗ ନଦେବା ଏବଂ କଂଗ୍ରେସ ଦଳରେ ୫ବର୍ଷ ହେଲା କିଛି କାର୍ଯ୍ୟ ନକରି ଓ ଦିନେ ପାଇଁ କେନ୍ଦୁଝର ଜ଼ିଲ୍ଲା ସଂଗଠନ ବାବଦରେ ଆଲୋଚନା ନକରି ହଟାତ କେନ୍ଦୁଝର ଲୋକସଭା ପ୍ରାର୍ଥୀ ଭାବେ ମୋହନ ହେମ୍ବ୍ରମ ଙ୍କୁ ଘୋଷଣା କରିବା ସାରା କେନ୍ଦୁଝର କଂଗ୍ରେସ କର୍ମୀଙ୍କ ସହିତ ଜନସାଧାରଣଙ୍କୁ ଆଘାତ ଲାଗିବା ସହିତ ଚକିତ କରିଛି l ଗତ ଏପ୍ରିଲ ମାସ ୪ ତାରିଖରେ ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମୋହନ ପରିଡାଙ୍କ ନେତୃତ୍ୱରେ ଏକ ଟିମ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରାଯାଇଥିଲା l ଶ୍ରୀ ପଟ୍ଟନାୟକ ପ୍ରତିଶୃତି ଦେଇଥିଲେ ଯେ ଜ଼ିଲ୍ଲାର ସଭାପତି ଓ ଦୁଇ ବରିଷ୍ଠ ନେତାଙ୍କ ସହିତ ଆଲୋଚନା ହୋଇ ସବୁକଥା ନିଷ୍ପତ୍ତି ନିଆଯିବ l କିନ୍ତୁ ପିସିସି ସଭାପତି ଓ ଓଡିଶା ପ୍ରଭାରୀ ଡ଼ଃ ଅଜୟ କୁମାର ମନୋମୁଖୀ କାର୍ଯ୍ୟ କରି କେନ୍ଦୁଝର କଂଗ୍ରେସ ପ୍ରତି ଘୋର ଅନ୍ୟାୟ କରିଛନ୍ତି l ଦୁଇ ବରିଷ୍ଠ ନେତୃତ୍ୱଙ୍କ ସହିତ ଆଲୋଚନା ନକରି ଓ ମନୋମୁଖୀ ଭାବେ ପ୍ରାର୍ଥୀ ଘୋଷଣା କରିବା ଓ ଜ଼ିଲ୍ଲା କଂଗ୍ରେସକୁ ଗୁରୁତ୍ୱ ନଦେବା ଏକ ସନ୍ଦେହଜନକ ବିଷୟ ଅଟେ ଯାହାକି କଂଗ୍ରେସ ଦଳର ବିରାଟ କ୍ଷତି ହେବା ସହ ଭବିଷ୍ୟତ ଅନ୍ଧାରମୟ ହେବାକୁ ଯାଉଛି l କେନ୍ଦୁଝର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା ହେଇଥିବା ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବଦଳ କରି ଜ଼ିଲ୍ଲା କଂଗ୍ରେସ ସୁପାରିଶ କରିଥିବା ନେତାଙ୍କୁ ତୁରନ୍ତ କେନ୍ଦୁଝର ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଉ l ତେଣୁ ଆଜି ଏ ସାମ୍ବାଦିକ ସମ୍ମିଳନୀରେ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ନେତୃବୃନ୍ଦ କହିଛନ୍ତି ଯେ ଆମ୍ଭେ ଦଳରେ ଶୃଙ୍ଖଳିତ କର୍ମୀ ହିସାବରେ ରହିବୁ କିନ୍ତୁ ନୈତିକତା ଦୃଷ୍ଟିରୁ ସାମୁହିକ ଭାବେ ନିଜ ନିଜ ପଦବୀରୁ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓ ଅଖିଳ ଭାରତ କଂଗ୍ରେସ କମିଟିକୁ ପ୍ରଦାନ କରିବା ସହିତ ଦଳର ଜଣେ ଜଣେ ଶୁଭେଛୁ ହୋଇ କାର୍ଯ୍ୟ କରିବୁ ବୋଲି ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ନିକୁଞ୍ଜ ବିହାରୀ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ରାଜ୍ୟ ମହିଳା କଂଗ୍ରେସ ଉପ ସଭାନେତ୍ରୀ ସଂଗୀତା ସିଂହ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜ଼ିଲ୍ଲା ପଛୁଆବର୍ଗ କଂଗ୍ରେସ ସଭାପତି ଯଦୁମଣି ବାରିକ, ଜ଼ିଲ୍ଲା ଆଦିବାସୀ କଂଗ୍ରେସ ସଭାପତି ଇଂ ବିନୋଦ ବିହାରୀ ନାଏକ, ଜ଼ିଲ୍ଲା କୃଷକ କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ସାହୁ, ଜ଼ିଲ୍ଲା ସେବାଦଳ କଂଗ୍ରେସ ସଭାପତି ବୀରଭଦ୍ର ମହାନ୍ତ, ଜ଼ିଲ୍ଲା ସୋସିଆଲ କଂଗ୍ରେସ ମିଡ଼ିଆ ଅଧକ୍ଷ ସୁଢଳ କୁମାର ସେଠି, ଜ଼ିଲ୍ଲା ଦଳିତ କଂଗ୍ରେସ ସଭାପତି ରମାକାନ୍ତ ପାତ୍ର,ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନ ଜ଼ିଲ୍ଲା ସଭାପତି ସୁଦର୍ଶନ ପାଇକରାୟ, ଜ଼ିଲ୍ଲା ମିଡ଼ିଆ ଅଧକ୍ଷ ଦିଲୀପ କୁମାର ସାହୁ, ଜ଼ିଲ୍ଲା ଉପସଭାପତି ସୁରଥ ସାହୁ, ଦେବେନ୍ଦ୍ର ନାଥ ନାଏକ,ରାଜ୍ୟ ଦଳିତ କଂଗ୍ରେସ ଉପସଭାପତି ସୁରେଶ କୁମାର ଜେନା, ପିସିସି ସଦସ୍ୟ ଶ୍ରୀଧର ଦଳେଇ, ବ୍ଲକ କଂଗ୍ରେସ ସଭାପତି ଲଷ୍ମଣ ମହାନ୍ତ, ଶଶୀକାନ୍ତ ଧୀର, ମୁକୁନ୍ଦ ମହାନ୍ତ, ଶତ୍ରୁଘନ ସିଂହ ଓ କଂଗ୍ରେସ ନେତା ପ୍ରମୋଦ ବେହେରା, ସଦାଶିବ ମହାନ୍ତ, ବିଜୟ କୁମାର ରଣା, ଆର୍ତ୍ତତ୍ରାଣ ଦାସ ଓ ମୁରଲୀଧର ବେହେରା ପ୍ରମୁଖ ଇସ୍ତଫା ଦେଇଥିଲେ l

Leave a Reply

Your email address will not be published. Required fields are marked *