Uncategorized

ଉଦୟଗାମୀ ସୂର୍ଯ୍ୟଙ୍କ ଅର୍ଘ୍ୟ ଦେଇ ଚେତେଇ ଛଟ୍ ପୂଜା ସଂପନ୍ନ

ରାଉରକେଲା, ୧୫/୪ ୧୫/୪ (ଉତ୍କଳ ସମାଚାର): ଆଜି ସକାଳ ଉଦୟଗାମୀ ସୂର୍ଯ୍ୟଙ୍କୁ ଛଟ୍ ବ୍ରତଧାରୀମାନେ ଅର୍ଘ୍ୟ ଅର୍ପଣ କରି ଲୋକ ଆସ୍ଥାର ମହାନ ପର୍ବ ଚେତେଇ ଛଟ୍ ପୂଜା ସଂପନ୍ନ ହୋଇଛି । ପ୍ରସାଦ ସେବନ କରି ଛଟ୍ ବ୍ରତଧାରୀମାନେ ଉପବାସ ଭାଙ୍ଗିଥିଲେ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଘାଟରେ ପୂଜାର୍ଚ୍ଚନା କରିବାକୁ ୬ଟି ଘାଟକୁ ଯାଇଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ଛଟ୍‌ବ୍ରତଧାରୀମାନ ସେବା କରାଯାଇଥିଲା । ଝିରପାଣି ଆଦିତ୍ୟ ଘାଟ, ବେଦବ୍ୟାସ ଘାଟରେ ବହୁ ଭିଡ଼ ଦେଖିବାକୁ ମିଳିଥିଲା । ଶୁକ୍ରବାରରୁ ଏହି ଚାରି ଦିବସୀୟ ପୂଜା ଆରମ୍ଭ ହୋଇଥିଲା । ଶନିବାର ଦିନ ଛଟ୍ ବ୍ରତଧାରୀ ଘରେ ପ୍ରସାଦ ପ୍ରସ୍ତୁତି କରିଥିଲେ । ପ୍ରସାଦ ସେବନ କରି ବ୍ରତ ଆରମ୍ଭ କରିଥିଲେ । ରବିବାର ସଂନ୍ଧ୍ୟାରେ ଅସ୍ତଗାର୍ମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ । ଆଜି ସକାଳେ ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ । ଆଜି ବାଲୁଘାଟ, ଝିରପାଣି ଆଦିତ୍ୟ ଘାଟ, ବେଦବ୍ୟାସ ଘାଟ, ଶଙ୍ଖନଦୀ ଘାଟ ସମେତ ୬ଟି ଘାଟରେ ଚେତେଇ ଛଟ୍ ପୂଜା ଅନୁଷ୍ଠିତ ହୋଇଥିଲା । ଘାଟରେ ବିହାର ପରିଷଦ, ଆଦିତ୍ୟ ଘାଟଛଟ୍ ପୂଜା କମିଟି, ରାଷ୍ଟ୍ରୀୟ ଜନ ଜାଗରଣ,ଦୂତ,  ସ୍ୱର୍ଣ୍ଣକାର ଯୁବ ମଂଚ ପକ୍ଷରୁ  ଶ୍ରଦ୍ଧାଳୁମାନଙ୍କୁ ସେବା ପ୍ରଦାନ କରାଯାଇଥିଲା । ଆଜି ମାଲଗୋଦାମ, ଗୋପବନ୍ଧୁପାଲୀ, ମଧୁସୂଦନପାଲି ବସ୍ତି ସମେତ ଅନ୍ୟ ଅଚଂଳରୁ ପରିବାରବର୍ଗ ପୂଜାରେ ସାମିଲ ହୋଇଥିଲେ । ଝିରପାଣି ଆଦିତ୍ୟ ଘାଟ କମିଟିର ଅଧ୍ୟକ୍ଷ ଅର୍ଜୁନ ସା, ସଂପାଦକ ବିଟୁ ଶ୍ରୀବାସ୍ତବ, ସଂଜୟ ସଂ, ମହେନ୍ଦ୍ର ମେହେତୋ, ରାଜ କୁମାର ପାଣ୍ଡେ, ଶୁଭଦ ଦାସ, କ୍ରିଷ୍ଣା ସିଂ, ମିତିଲେସ କୁମାର ସହ ଅନ୍ୟମାନଙ୍କର ସକ୍ରିୟ ଯୋଗ ଦାନ ଥିଲା । ଆଜି ଉକ୍ତ ଘାଟରେ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଅର୍ଘ୍ୟ ଅର୍ପଣ ସହ ସମସ୍ତଙ୍କ ମଂଗଳ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *