Uncategorized

ଡିସିବିଏଲ୍ ରାଜଗାଙ୍ଗପୁର ପକ୍ଷରୁ ସ୍ପନ୍ଦନ ଠାରେ ଏକ ନୂତନ ଟୀକାକରଣ କେନ୍ଦ୍ରର ଉଦଘାଟନ

ରାଜଗାଙ୍ଗପୁର,୨୪/୪ (ଉତ୍କଳ ସମାଚାର): ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ (ଡିସିବିଏଲ୍‌) ରାଜଗାଙ୍ଗପୁର, ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ଏନଏଚଏମ ସୁନ୍ଦରଗଡ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାର ସହଯୋଗିତାରେ ଡାଲମିଆ ସିମେଣ୍ଟର ରାଜଗାଙ୍ଗପୁର କାରଖାନାର ସ୍ପନ୍ଦନ ହେଲ୍‌ଥ ସେଣ୍ଟର ଠାରେ ଏକ ନୂତନ ଟୀକାକରଣ କେନ୍ଦ୍ରର ଉଦଘାଟନ କରିଛି ଜ୍ଝ ଉକ୍ତ କାର‌୍ୟ୍ୟକ୍ରମରେ ଡଃ.ଜେ ସି ଟପ୍ପୋ ଅଧୀକ୍ଷକ ସିଏଚସି ରାଜଗାଙ୍ଗପୁର, ଡଃ. ଏମ ଲତା ପିଲ୍ଲେ ଏମଓ ୟୁପିଏଚସି ରାଜଗାଙ୍ଗପୁର, ଶ୍ରୀ ବି ଏସ୍ ରାଓ ଏମପିଏଚଡବ୍ଲୁ ରାଜଗାଙ୍ଗପୁର ସିଏଚସି, ଶ୍ରୀ ଚେତନ ଶ୍ରୀବାସ୍ତବ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଡିସିବିଏଲ୍‌, ଡଃ. ଧର୍ମେନ୍ଦ୍ର କୁମାର ସିଂ ଏଇଡି ଏବଂ କ୍ଲଷ୍ଟର ମୁଖ୍ୟ ଚିକିତ୍ସା ଅଧିକାରୀ, ଡଃ.କବିତା ସିଂ ଜିଏମ୍ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ରାଜଗାଙ୍ଗପୁର ଅତିଥିଭାବେ ଯୋଗ ଦେଇଥିଲେ କ୍ଷ ଏହି ପଦକ୍ଷେପ ଦ୍ୱାରା ୧ ମାସରୁ ୧୦ ବର୍ଷ ବୟସର ପିଲାମାନେ ଉପକୃତ ହେବେ ଜ୍ଝ ପ୍ରତି ମାସର ଚତୁର୍ଥ(୪) ବୁଧବାର ଦିନ ସକାଳ ୭ ଟାରୁ ୧୧ ଟା ମଧ୍ୟରେ ଟୀକାକରଣ ସେବା ଉପଲବ୍ଧ ହେବ ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଯେ ରାଜଗାଙ୍ଗପୁର କାରଖାନାର ସ୍ପନ୍ଦନ ହେଲ୍‌ଥ ସେଣ୍ଟର ଠାରେ ଏକ ନୂତନ ଟୀକାକରଣ କେନ୍ଦ୍ରର ଉଦଘାଟନ କରି ଆମେ ଆନନ୍ଦିତ, ଯାହା ଜନସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ ପାଇଁ ଆମର ପ୍ରତିବଦ୍ଧତାର ଏକ ମହତ୍ଵପୁର୍ଣ ମାଇଲଖୁଣ୍ଟ ଅଟେ। ଏହି କେନ୍ଦ୍ରର ପ୍ରତିଷ୍ଠା ଟୀକାକରଣ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କମ୍ପାନୀର ଉତ୍ସର୍ଗୀକୃତତାକୁ ସୂଚିତ କରେ କ୍ଷ ପ୍ରତିଷେଧକ ରୋଗରୁ ବ୍ୟକ୍ତି ଏବଂ ସମ୍ପ୍ରଦାୟକୁ ସୁରକ୍ଷିତ ରଖିବାରେ ଟୀକାକରଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ଏହି ନୂତନ କେନ୍ଦ୍ର ଜନସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇବ। ଟୀକାକରଣ କେନ୍ଦ୍ର ଖୋଲିବାର ଉଦ୍ଦେଶ୍ୟ ହେଉଛି ଡିସିବିଏଲ୍ ଟାଉନସିପ୍ ମଧ୍ୟରେ ବସ ବାସ କରୁଥିବା ସମସ୍ତ ଜନସଂଖ୍ୟାକୁ ଟୀକା ସହଜରେ ଉପଲବ୍ଧ କରାଇବା, ଟୀକାକରଣକୁ ସୁନିଶ୍ଚିତ କରିବା ଏବଂ ଟୀକାକରଣ ପ୍ରକ୍ରିୟାକୁ ସହଜ କରିବା ଜ୍ଝ ବିଶେଷଜ୍ଞ ଡାକ୍ତର ଏବଂ ଓପିଡି ସୁବିଧାର ପ୍ରତ୍ୟକ୍ଷ ତତ୍ୱାବଦାନରେ ସ୍ପନ୍ଦନରେ ଟୀକାକରଣ କେନ୍ଦ୍ର କାର‌୍ୟ୍ୟ କରିବ ଜ୍ଝ ଏହି ପଦକ୍ଷେପ କମ୍ପାନୀର କର୍ମଚାରୀ ଏବଂ ସେମାନଙ୍କ ପରିବାର ତଥା ସାଧାରଣ ଜନତାଙ୍କ ପାଇଁ ଜନସ୍ୱାସ୍ଥ୍ୟ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ସ୍ପନ୍ଦନ ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ଡିସିବିଏଲ୍ ରାଜଗଙ୍ଗପୁର ସ୍ଥିତ ସ୍ପନ୍ଦନ ହେଲ୍‌ଥ ସେଣ୍ଟର ରେ ଜନସମୁଦାୟଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବାକୁ ଏକ ଉତ୍ସର୍ଗୀକୃତ ଡାକ୍ତରୀଦଳ ଏବଂ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ରହିଛି । ଏଠାରେ ଯୋଗାଇ ଦିଆଯାଉଥିବା ସେବାଗୁଡିକ ମଧ୍ୟରେ ଡାକ୍ତରୀ ପରାମର୍ଶ, ଫାର୍ମାସୀ ସେବା ଏବଂ ନର୍ସିଂଯତ୍ନ ଆଦି ରହିଛି । କଲୋନୀ ବାହାରେ ଥିବା କର୍ମଚାରୀ, ତାଙ୍କ ପରିବାର ସଦସ୍ୟ ଏବଂ ବାସିନ୍ଦାଙ୍କ ପାଇଁ ଓପିଡି ସେବା ସହିତ ୨୪ଢ୭ ଜରୁରୀକାଳୀନ ଏବଂ ଆମ୍ବୁଲାନ୍ସ ସେବା ସ୍ପନ୍ଦନ ଯୋଗାଇଥାଏ ଜ୍ଝ ଏହି ହେଲ୍‌ଥ ସେଣ୍ଟର ରେ ଆଇପିଡି ସେବା ଏବଂ ଜରୁରୀକାଳୀନ ୱାର୍ଡ ସେବା ମଧ୍ୟ ପ୍ରଦାନ କରାଯାଇଥାଏ। ୭ ଜଣ ତାଲିମପ୍ରାପ୍ତ ନର୍ସ ଏବଂ ଅନ୍ୟାନ୍ୟ ପାରାମେଡିକାଲ୍ କର୍ମଚାରୀଙ୍କ ବ୍ୟତୀତ ଏହି ହେଲ୍‌ଥ ସେଣ୍ଟର ରେ ତିନଟି ଦକ୍ଷ ଡାକ୍ତର ରହିଛନ୍ତି ଯେଉଁମାନେ ଗ୍ରୁପ୍ ମେଡିକାଲ୍ ଅଫିସର, ମୁଖ୍ୟ ମେଡିକାଲ୍ ଅଫିସର ଏବଂ ଫ୍ୟାକ୍ଟ୍ରି ମେଡିକାଲ୍ ଅଫିସର ର ଦାଇତ୍ୱ ତୁଲାଉଛନ୍ତି କ୍ଷ

Leave a Reply

Your email address will not be published. Required fields are marked *