Uncategorized

ଆମ୍‌କୋ-ସିମ୍‌କୋଶହୀଦ ସ୍ମାରକୀକମିଟି ପକ୍ଷରୁ ୪୯ ଜଣଶହୀଦଙ୍କୁଭକ୍ତିପୁତଶ୍ରଦ୍ଧାଞଳି ଅର୍ପଣ

ରାଉରକେଲା,୨୫/୪ (ଉତ୍କଳ ସମାଚାର): ଆମ୍‌କୋ-ସିମ୍‌କୋରେବ୍ରିଟିସଗୁଳିରେଶହୀଦ ହୋଇଥିବା ୪୯ ଜଣ ନିରିହ ଆଦିବାସୀଙ୍କ ପ୍ରତିଭକ୍ତିପୁତଶ୍ରଦ୍ଧଞଳୀ ଅର୍ପଣକରାଯାଇଛି । ୮୫ ତମଶହୀଦ ଦିବସରେ ପାନପୋଷଉପଜିଲ୍ଲ୍‌ାପାଳ ତଥା ଆମ୍‌କୋ-ସିମ୍‌କୋଶହୀଦ ସ୍ମାରକୀକମିଟିର ଅଧ୍ୟକ୍ଷ ବିଜୟକୁମାର ନାୟକମୁଖ୍ୟ ଅତିଥି ଭାବେଯୋଗଦେଇ ବ୍ରାହ୍ମଣମରାରସମାଧି ପୀଠ ଓ ଆମକୋ-ସିମକୋରଶହୀଦ ପୀଠରେଭକ୍ତିପୁତଶ୍ରଦ୍ଧାଂଜଳୀ ଅର୍ପଣକରିଥିଲେ । ଏହି ପରିପେକ୍ଷୀରେଶ୍ରୀ ନାୟକକହିଲେ ଯେ ଖୁଂଟକାଟୀ ଅଧିକାରକୁସାବ୍ୟସ୍ତକରିବାକୁ ଯାଇ ୧୯୩୯ ମସିହାରେବ୍ରିଟିସଗୁଳୀରେଶହୀଦ ହୋଇଥିବା ଆଦିବାସୀଙ୍କତ୍ୟାଗ ଓ ବଳିଦାନ ସ୍ମରଣୀୟ । ରାଜ୍ୟସରକାର ଆମ୍‌କୋ-ସିମ୍‌କୋକୁ ପର୍ଯ୍ୟଟନ ସ୍ଥଳୀରୁପେ ଘୋଷଣାକରିବାସହଶହୀଦଙ୍କ ଦେଶ୍ୟରେଜାଲିୟାନାୱାଲାବାଗଢାଂଚାରେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣକରିଛନ୍ତିା ଆମ୍‌କୋ-ସିମ୍‌କୋରସମସ୍ତ ପ୍ରଗତୀମୂଳକକାର୍ଯ୍ୟଚାଲିଛିଏବଂ ଆଗାମିବର୍ଷଶେଷସୁଦ୍ଧାସମସ୍ତକାର୍ଯ୍ୟଶେଷହେଲେଏହାକୁ ଉଦ୍‌ଘାଟନ କରାଯିବବୋଲିକହିଥିଲେ । ଆମ୍‌କୋ-ସିମ୍‌କୋଶହୀଦ ପୀଠରେ ଆୟୋଜିତକାର୍ଯ୍ୟକ୍ରମରେଶହୀଦ ସ୍ମାରକୀକମିଟିର ଯୁଗ୍ମ-ସଂପାଦକ ପ୍ରସନ୍ନକୁମାରତ୍ରିପାଠୀସ୍ୱାଗତ ଅଭିଭାଷଣ ପ୍ରଦାନ କରିସ୍ୱାଧୀନତାସଂଗ୍ରାମୀ ନିର୍ମଳମୁଣ୍ଡା ଓ ୪୯ ଜଣ ନିରିହ ଆଦାବାସୀଙ୍କ ପ୍ରାଣବଳୀସଂପର୍କରେ ଆଲୋକପାତକରିଥିଲେ । ଶ୍ରୀତ୍ରିପାଠୀଙ୍କସଂଯୋଜନାରେ ଆୟୋଜିତକାର୍ଯ୍ୟକ୍ରମରେସ୍ମାରକୀକମିଟିରଉପାଧ୍ୟକ୍ଷ ପ୍ରଫେସରବିଜୟକୁମାରଟପ୍ପୋକହିଲେ ଯେ ଆଜିକୁ ୮୫ବର୍ଷତଳେ ଅର୍ଥାତ ୧୯୩୯ ମସିହାର ଆଜିର ଦିନରେବ୍ରିଟିଶଗୁଳିରେ ପ୍ରାଣବଳୀ ଦେଇ ଶହୀଦ ହୋଇଥିବା ୪୯ ଜଣ ନିରିହ ଆଦିବାସୀଙ୍କରକ୍ତରଂଜିତଏହିକ୍ଷେତ୍ରସେମାନଙ୍କବିରତ୍ୱ ଓ ସଂଗ୍ରାମ କଥା ମନେ ପକାଉଛି । ସାଧୀନତାସଂଗ୍ରାମୀ ନିର୍ମଳମୁଣ୍ଡାଙ୍କ ଦୃଢନେତୃତ୍ୱହିଁସେତେବେଳେବ୍ରିଟିସମାନଙ୍କ ନିଦ ହଜେଇ ଦେଇଥିଲା । ଖୁଂଟ୍‌କାଟି ଅଧିକାରକୁସାବ୍ୟସ୍ତକରିବା ପାଇଁସେମାନଙ୍କବଳିଦାନ ଆଜି ଆଦିବାସୀସଂପ୍ରଦାୟଙ୍କୁସେମାନଙ୍କତ୍ୟାଗପୁତଜୀବନ ବିଷୟରେସ୍ନରଣକରାଉଛି । ରାଜ୍ୟସରକାରସେମାନଙ୍କବଳିଦାନକୁହୃଦୟଗଂମକରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁଶହୀଦର ମାନ୍ୟତା ପ୍ରଦାନ କରିନଥିବାରୁତୁରନ୍ତ ପଦକ୍ଷେପ ନେବାକୁସେସରକାରଙ୍କ ଦୃଷ୍ଟି ଆକର୍ଷଣକରିଥିଲେ । ଏତ୍‌ତବ୍ୟତୀତବେଦବ୍ୟାସଛକରେ ନିର୍ମଳମୁଣ୍ଡାଙ୍କ ୧୦ ଫୁଟଉଚ୍ଚର ଏକ ବ୍ରୋଞ ପ୍ରତିମୂର୍ତୀଖୁବଶିଘ୍ରସ୍ଥାପନ ପାଇଁଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଉଥିବାରୁ ଆଗାମି ଦିନରେସୁନ୍ଦରଗଡଜିଲ୍ଲାଓଡିଶାମାନଚିତ୍ରରେ ଆଉ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାରକରିବ ଏଥିରେସନ୍ଦେହ ନାହିଁବୋଲିକହିଥିଲେ । ଏହା ପୂର୍ବରୁବ୍ରାହ୍ମଣମରାଶହୀଦ ସମାଧି ସ୍ଥଳରେ ପାନପୋଷଉପଜିଲ୍ଲାପାଳ ତଥାଶହୀଦ ସ୍ମାରକୀକମିଟିର ଅଧ୍ୟକ୍ଷ ଶ୍ରୀ ନାୟକ ଓ ଉପାଧ୍ୟକ୍ଷ ପ୍ରଫେସରଟପ୍ପୋଶ୍ରଦ୍ଧାଂଜଳୀ ଅର୍ପଣକରିସ୍ମୃତିଚାରଣକରିଥିଲେ । ସମ୍ମାନିତ ଅତିଥି ଭାବେବିରମିତ୍ରପୁର ପୈାରପାଳିକାର ଅଧ୍ୟକ୍ଷ ସଂଜୀବମିଶ୍ରଯୋଗଦେଇ ଶହୀଦ ସମାଧି ସ୍ଥଳରସୈାନ୍ଦର୍ଯୀକରଣସହ ଆନୁସଙ୍ଗିକବ୍ୟବସ୍ଥାଉପରେ ଆବଶ୍ୟକ ପଦକ୍ଷେପ ନିଆଯାଇଛିବୋଲିକହିଥିଲୋ କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ନିହାରସୁରିନ, ପାନପୋଷପିଏ.ଆଇଟିଡିଏ ପରମାନନ୍ଦ ପୃଷ୍ଟି,ବୀରମିତ୍ରପୁର ପୈାରପାଳିକାର ନିର୍ବାହୀ ଅଧିକାରୀରଂଜନ କୁମାରଦାସ, ଉପାଧ୍ୟକ୍ଷା ବେଦିତାବାଗ,ଇସ୍ପାତସ୍ୱୟଂଶାସିତକଲେଜର ପ୍ରାକ୍ତନ ଅଧ୍ୟକ୍ଷ ଭବାନୀଶଙ୍କରଚାଣ୍ଡେଲ,ଡାଲମିଆକଲେଜର ପ୍ରାଣୀବିଜ୍ଞାନର ପ୍ରଫେସର ଅଚିନ୍ତ୍ୟଜେନା, ମୁଣ୍ଡାସମାଜରସର୍ବଭାରତୀୟସଂପାଦକ ରଘୁନାଥ ସିଂ, ସମାଜସେବୀ ଦେବେନ୍ଦ୍ରକୁମାର ନାୟକ ଓ ଦୀପକକୁମାରରାଉତରାୟ, ରୋଷନ ବାଗେ ତଥା ବିଭିନ୍‌ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖଉପସ୍ଥିତରହିଶହୀଦ ମାନଙ୍କୁଶ୍ରଦ୍ଧାସୁମନ ଅର୍ପଣକରିଥିଲେ ।ଶହୀଦଙ୍କ ଅମର ଆତ୍ମାରଶାନ୍ତି ନିମନ୍ତେ ସର୍ବଧର୍ମ ପ୍ରାର୍ଥନାମନଜିତସିଂହ, ତପନ ଦାଶ ଓ ସୁନିଲବାଗେକରିଥିଲେ । ବିରମିତ୍ରପୁର ପୈାରପାଳିକାରବିଜୟରଂଜନ ଚଣ୍ଡେଲ, ବିଦ୍ୟୁତକୁମାର ଦାସ,ସୁବ୍ରତକୁମାର ପଟ୍ଟନାୟକ ପୂର୍ଣ୍ଣସହଯୋଗକରିଥିଲେ । ଶେଷରେ ଫ୍ଲାବିଆନୁସଏକ୍କାଧନ୍ୟବାଦ ଅର୍ପଣକରିଥିଲେ ।

Leave a Reply

Your email address will not be published. Required fields are marked *