Uncategorized

ଜମିବାଡି ରେ ମାଟି ପକାଇବା ନେଇ ଦମ୍ପତିଙ୍କୁ ମାଡ

ଅନୁଗୁଳ,୨୫/୪ (ଉତ୍କଳ ସମାଚାର): ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢାପଙ୍କ ପଞ୍ଚାୟତର ବୃନ୍ଦାବନପୁର ଗ୍ରାମର ଦମ୍ପତି ମାଡ ଖାଇ ନ୍ୟାୟ ପାଇବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ହେଲେ ଦ୍ୱାରସ୍ଥ । ସୂଚନା ଯେ, ଗତ ତେର ତାରିଖ ଦିନ ବୃନ୍ଦାବନପୁର ଆସିଲି ପରିଡା ଏବଂ ତାଙ୍କ ସ୍ଵାମୀ ଇଶ୍ୱର ପରିଡା ତାଙ୍କ ଘର ପଛ ପାଖରେ ମାଟି ପକାଇବା ବେଳେ ଘର ପାଖ ଲୋକ ବିରୋଧ କରିବା ସହ ଦମ୍ପତି ଙ୍କୁ ମାଡ ମାରି ଥିଲେ। ଏ ନେଇ ଦମ୍ପତି ବଅଁରପାଳ ଚିକିତ୍ସାଳୟ ଚିକିତ୍ସା ହେବା ପରେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ନ୍ୟାୟ ପାଇବାରେ ନିରାଶ ହୋଇଥିଲେ ଓ ବାରମ୍ବାର ତାଙ୍କ ପ୍ରତି ଆକ୍ରମଣ ର ଧମକ ହେଉଥିବା କହିଛନ୍ତି ଦମ୍ପତ୍ତି। ଶେଷରେ ନ୍ୟାୟ ପାଇବା ପାଇଁ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଅଭିଯୋଗ କରିବା ପରେ ନ୍ୟାୟ ପ୍ରଦାନ ପାଇଁ ଆରକ୍ଷୀ ଅଧିକ୍ଷକ ନିଜ ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବଅଁରପାଳ ଥାନା କୁ ନିର୍ଦ୍ଦେଶ ଦେବେବୋଲି ପ୍ରତିଶ୍ରୁତି ଦେଇଛନ୍ତି  ବୋଲି ଦମ୍ପତି ଗଣମାଧ୍ୟମଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *