Uncategorized

ଭୋଟ ଦେବାକୁ ଘର କୁ ଚିଠି ଲେଖିଲେ ଛାତ୍ରୀ

ଅନୁଗୁଳ,୨୫/୪ (ଉତ୍କଳ ସମାଚାର): ଅନୁଗୁଳ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀମାନେ ଆଜି ଘର ମାନଙ୍କୁ ଚିଠି ଲେଖିଛନ୍ତି। ସୂଚନା ଯେ, ଚଳିତ ବର୍ଷ ନିର୍ବାଚନ ରେ ଅଧିକରୁ ଅଧିକ ମତଦାନ କରିବା ପାଇଁ ଛାତ୍ରୀ ମାନେ ନିଜ ନିଜ ଘରମାନଙ୍କୁ ଚିଠି ଲେଖିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭୋଟ ଦେବା ପ୍ରତ୍ୟେକ ନାଗରିକର ମୌଳିକ କର୍ତ୍ତବ୍ୟ ହୋଇଥିବାରୁ ନିଜ ପରିବାରକୁ ଯେପରି ଆଗାମୀ ନିର୍ବାଚନରେ କେହି ଭୋଟଦାନରୁ ବଞ୍ଚିତ ନ ହୁଅନ୍ତି ସେଥିଲାଗି ସଚେତନତା ମୂଳକ ପ‌ତ୍ର ଲେଖିଛନ୍ତି। ଏଥିସହିତ ପାଖ ପଡ଼ୋଶୀ ଯେପରି ଏହି ମହାନ ପର୍ବରେ ସାମିଲ ହୋଇପାରିବେ ସେଥିଲାଗି ମଧ୍ୟ ନିଜର ପିତା, ମାତା, ମୁରବିମାନଙ୍କୁ ଅନୁରୋଧ ପତ୍ର ଲେଖା ଯାଇଛି। ପ୍ରତିଷ୍ଠାନ ତରଫରୁ ସମସ୍ତ ଛାତ୍ରୀଙ୍କୁ ଲଫାପା ଓ ଡାଳ ଟିକେଟ୍ ଯୋଗାଇ ଦିଆଯାଇଥିଲା। ଯାହା ଫଳରେ ସମସ୍ତ ଛାତ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାହାରି ଜିଲ୍ଲା ମୁଖ୍ୟ ଡାକ ଘର ର ଡାକ ବାକ୍ସ ପକାଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଡାକ ଘର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *