Uncategorized

ପାଣି ସମସ୍ଯା ନେଇ ଓ୍ବାଟକୋ ଅନୁଖଣ୍ଡ-୪ର ଉପ ପ୍ରବନ୍ଧକଙ୍କୁ ସ୍ମାରକପତ୍ର

ରାଉରକେଲା ୨୫/୪,(ଉତ୍କଳ ସମାଚାର): ରାଉରକେଲା ସହରରେ ଗ୍ରୀଷ୍ମ ପ୍ରବାହ ୪୦ ଡିଗ୍ରୀ ଉପରେ ରହୁଥିବା ହେତୁ ପାଣି ସମସ୍ତଙ୍କ ପାଇଁ ଜରୁରୀ ହୋଇଥିବା ବେଳେ, ଓ୍ବାଟକୋ ପକ୍ଷରୁ ପାଇପ୍ ମାଧ୍ୟମରେ ଯୋଗାଣ କରାଯାଉଥିବା ପାଣି ପର୍ଯ୍ଯାପ୍ତ ପରିମାଣରେ ହେଉନଥିବାରୁ ବା କମ୍ ସମୟ ଯୋଗାଣ କରାଯାଉଥିବାରୁ, ଉଦିତନଗର କୁମ୍ଭାରପଡା, ସରଦାର ପଡା, ମନୁ ପଟ୍ଟନାୟକ ଗଳିର ବାସିନ୍ଦାମାନେ ଓ୍ବାଟକୋ ଅନୁଖଣ୍ଡ-୪ର ଉପ ପ୍ରବନ୍ଧକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଦୀର୍ଘଦିନ ଧରି ସେସବୁ ଅଞ୍ଚଳରେ ପାଣି ଯୋଗାଣରେ ସମସ୍ଯା ଲାଗି ରହିଥିବାରୁ, ସେମାନଙ୍କ ଦୈନନ୍ଦିନ ବ୍ଯବହାର ପାଇଁ ପାଣି ହେଉନାହିଁ। ସେହି ବସ୍ତି ଅଞ୍ଚଳରେ ହ୍ଯାଣ୍ଡ ପମ୍ପ ମଧ୍ଯ ନଥିବାରୁ ଏବଂ ଯେଉଁଗୁଡିକ ଅଛି ତାହା ଖରାପ ହୋଇ ପଡିଥିବାରୁ, ସେମାନେ ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ସେହି ଅଞ୍ଚଳରେ ଅତିଶୀଘ୍ର ପାଣି ସମସ୍ଯା ଦୂର କରିବା ସହିତ ପାଣି ଯୋଗାଣ ସମୟ ବଢାଇବାକୁ ସେମାନେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *