Uncategorized

ରାଜସ୍ଥାନ ପରିଷଦରେ ପୂର୍ବତନ ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱାଗତ

ରାଉରକେଲା ୨୫/୪,(ଉତ୍କଳ ସମାଚାର): ସାମାଜିକ ସଂଗଠନ ରାଜସ୍ଥାନ ପରିଷଦ ପକ୍ଷରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଅମର ଭବନ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜସ୍ଥାନ ପରିଷଦର ଅଧ୍ୟକ୍ଷ ସନ୍ତୋଷ ଅଗ୍ରୱାଲଙ୍କ ଅଧ୍ଯକ୍ଷତାରେ ଶ୍ରୀ ରାୟଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସନ୍ତୋଷ ଅଗ୍ରୱାଲ ସ୍ୱାଗତ ଭାଷଣରେ କହିଥିଲେ ଯେ, ଦିଲ୍ଲୀପ ରାୟ ରାଉରକେଲାର ଜଣେ ପୁରାତନ ନେତା ହୋଇଥିବାରୁ ସବୁବେଳେ ରାଉରକେଲାର ବିକାଶ କଥା ଚିନ୍ତା କରନ୍ତି। ଏହି ଅବସରରେ ବର୍ତ୍ତମାନର ଅଧ୍ଯକ୍ଷ ଶୈଳେନ୍ଦ୍ର ମାରୋଠିଆ କହିଥିଲେ ଯେ, ଦିଲ୍ଲୀପ ରାୟ ହେଉଛନ୍ତି ରାଜନୀତିର ଚାଣକ୍ୟ, ୧୯୯୦ରୁ ଆଜି ପର୍ଯ୍ୟନ୍ତ ସେ ରାଜସ୍ଥାନ ପରିଷଦ ଏବଂ ପରିଷଦ ଦ୍ୱାରା ପରିଚାଳିତ ରାଜସ୍ଥାନ ସେବା ସଦନ ଡାକ୍ତରଖାନାରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଭାଜପା ପ୍ରାର୍ଥୀ ଦିଲ୍ଲୀପ ରାୟ ନିଜ ବକ୍ତବ୍ଯରେ କହିଥିଲେ ଯେ, ତାଙ୍କର ଲକ୍ଷ୍ୟ ହେଉଛି ରାଉରକେଲା ବିକାଶକୁ କିପରି ଆଗକୁ ବଢିବା ସହିତ ପ୍ରଥମ କର୍ତ୍ତବ୍ୟ ହେଉଛି ରାଉରକେଲା ମ୍ୟୁନିସିପାଲ କର୍ପୋରେସନର ନିର୍ବାଚନ କରିବା ଏବଂ ରାଉରକେଲାବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା। ବିଶେଷ କରି ବିଭିନ୍ନ ଅଞ୍ଚଳରେ ଡ୍ରେନେଜର ଅବସ୍ଥା ଭଲ ନୁହେଁ, ସଡକ ଓ ଫୁଟପାଥଗୁଡିକର ସ୍ଥିତି ଅଛି ସେଗୁଡିକ ଯୁଦ୍ଧ ସ୍ତରରେ ସମ୍ପୂର୍ଣ୍ଣ ମରାମତି କରିବା ସହିତ ବସ୍ତି ଅଞ୍ଚଳର ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇବା ମୋର ପ୍ରଥମ କର୍ତ୍ତବ୍ୟ ହେବ। ରାଉରକେଲା ସମେତ ଆଖପାଖ ଅଞ୍ଚଳର ବିକାଶ ହେଉଛି ତାଙ୍କର ପ୍ରଥମ ଉଦ୍ଦେଶ୍ୟ। ସେ ସବୁବେଳେ ସମାଜର ଲୋକଙ୍କ ସହ ଜଡିତ ଅଛନ୍ତି। ଏହି ବୈଠକରେ ନିମନ୍ତ୍ରିତ ସଦସ୍ୟମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *