Uncategorized

ବାଇକରେ ଯାଉଥିବା ବେଳେ ଟ୍ରକ ଧକ୍କା ଦେବାରୁ ୩ ଜଣ ଯୁବକଙ୍କ ମୃତ୍ୟୁ 

ସୁନ୍ଦରଗଡ,୨୬/୪ (ଉତ୍କଳ ସମାଚାର): ଭସ୍ମା ଥାନା ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟ ନିକଟରେ ଘଟିଛି ଏହି ଦୁର୍ଘଟଣା। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଅଞ୍ଚଳର ରଞ୍ଜନ ପ୍ରଧାନ , ଆଶିଷ ଭୋଇ , ରୂପକ ଧାରୁଆ ବାଇକରେ ଯାଉଥିବା ବେଳେ ଏକ ଟ୍ରକ ବାଇକ କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାକୁ ନେଇ ଆଜି ଉତ୍ତେଜନ ଦେଖା ଦେଇଥିଲା। ଉତ୍ୟକ୍ତ ଲୋକମାନେ ବେପରୁଆ ଗାଡି ଚାଳନା ଉପରେ ଅଙ୍କୁଶ ଲଗାଇବା ଏବଂ କ୍ଷତିପୂରଣ ଦାବିରେ ପାୱାର ପ୍ଲାଣ୍ଟ ନିକଟରେ ରାସ୍ତା ଅବରୋଧ କରିଥିଲେ। ଫଳରେ ପ୍ଲାଣ୍ଟ ସହ ଉକ୍ତ ରାସ୍ତାରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ସେହିପରି ଆଜି ବିରମିତ୍ରପୁରରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକ ଆହତ ହୋଇଛନ୍ତି। ଦୁଇଟି ଟ୍ରକ ୧୪୩ ନମ୍ବର ଜାତୀୟ ରାଜପଥ ପେଟ୍ରୋଲ ପମ୍ପ ନିକଟରେ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ସେହି ସମୟରେ ଯାଉଥିବା ଜଣେ ସ୍କୁଟି ଚାଳକ ଦୁଇ ଟ୍ରକ ମଧ୍ୟରେ ବାଡେଇ ହୋଇ ଯାଇଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

Leave a Reply

Your email address will not be published. Required fields are marked *