Uncategorized

ଝୁରମୁର ର ବିଜେଡ଼ିର ମିଶ୍ରଣ ପର୍ବ

ବୀରମିତ୍ରପୁର,୨୬/୪ (ଉତ୍କଳ ସମାଚାର): ଆଜି କୁଆଁରମୁଣ୍ଡା ବ୍ଲକ ବିଜେଡ଼ି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ମନୋଜ ସେନାପତି ଙ୍କ ସଂଯୋଜନାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଏବଂ ରାଜ୍ୟରେ ଜାରି ରହିଥିବା ବ୍ୟାପକ ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ନୂତନ ବର୍ଜ,ଦିନେଶ ମହାତ, ଜୟନ୍ତୀ ବଡ,ପ୍ରତିମା ବହଲା, ଆନ୍ନା ଟପ୍ପୋ,ଲାର୍ଜୁଶ ଡୁଙ୍ଗଡୁଙ୍ଗ,କ୍ରିଷ୍ଟିନା ଟପ୍ପୋ,ସୁଶମା ମିଂଜ଼, ପ୍ରମିଳା ଟେଟେ,ଜର୍ଜ ସେନା, ବିଜେପି ଏବଂ କଂଗ୍ରେସର ବହୁ କର୍ମୀମାନେ ବିଜେଡ଼ିରେ ଯୋଗଦାନ କରିଛନ୍ତି | ଏହି ଅବସରରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଜର୍ଜ ତୀର୍କି, ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ସାଂସଦ ପ୍ରାର୍ଥୀ ପଦ୍ମଶ୍ରୀ ଡ଼. ଦିଲ୍ଲୀପ ତୀର୍କି, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ରୋହିତ ଜୋଶେଫ୍ ତୀର୍କି ବିଜେଡ଼ିରେ ଯୋଗଦାନ କରିଥିବା ସମସ୍ତ ନେତା ଓ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ବିଜେଡ଼ିକୁ ସ୍ୱାଗତ କରିବା ସହ ଆଗାମୀ ନିର୍ବାଚନରେ ଦଳ କିପରି ଆହୁରି ଅଧିକ ମଜବୁତ ହୋଇ ଏକ ଲକ୍ଷରୁ ଅଧିକ ଭୋଟ ହାସଲ କରିବ ସେନେଇ ଆଲୋଚନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ରାଉଲକେଲା ସାଙ୍ଗଠନିକ ଜିଲ୍ଲା ସଭାପତି ହାଲୁ ମୁଣ୍ଡାରୀ, ବୀରମିତ୍ରପୁର ପୌରପାଳିକା ଉପାଧ୍ୟକ୍ଷା ନିବେଦିତା ବାଗେ, କୁଆଁରମୁଣ୍ଡା ଜିଲ୍ଲା ପରିଷଦ କ ନେଭିଲ କେରକେଟୀ, ମିନାକ୍ଷୀ ବାରିକ,କୁଆଁରମୁଣ୍ଡା ବ୍ଲକ ଅଧ୍ୟକ୍ଷା ଜ୍ୟୋତି କେରକେଟା,ଉପାଧ୍ୟକ୍ଷା ସୁନିତା ଅହୀର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଳାସି ବର୍ଜ, ଅନ୍ଧାରି ସମିତି ସଭ୍ୟ ଫାଟିମା କିରୋ, ଅଣ୍ଡାଳି ସରୋଞ୍ଚ ବିଶ୍ଵଜୀତ ଭଗତ,ସରପଞ୍ଚ ସଂଘ ର ସଭାପତି ମାର୍ଯ୍ୟାନୁଷ କିରୋ,ରାଜେଶ ଖାଲଖୋ, ମନୋଜ ଦାସ, ରଞ୍ଜନ ଓଝା, ଦିଲୀପ ଲେହେରି ଶକିଲ ବୁନଟି ଏବଂ,ବରିଷ୍ଠ ଛାତ୍ର ନେତା ମୋହମ୍ମଦ ଏଜାଜ ଆଲମ, ବିଶାଳ ଶର୍ମା,ପଞ୍ଚାୟତ ସଭାପତି ଆଦି ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀଗଣ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *