Uncategorized

ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ ହିନ୍ଦ ମଜଦୁର ସଭାର ପ୍ରସ୍ତୁତି ବୈଠକ

ରାଉରକେଲା ୩୦/୪,(ଉତ୍କଳ ସମାଚାର): ଗତ ସନ୍ଧ୍ଯାରେ ରାଉରକେଲା ମଜଦୁର ସଭାର ମୁଖ୍ୟ କାର୍ଯ୍ୟାଳୟ ଠାରେ ହିନ୍ଦ ମଜଦୁର ସଭା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଇ ୧ ତାରିଖ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ମହେଶ୍ବର ମହାପାତ୍ର, ଦିଗମ୍ବର ମହାନ୍ତି, ଅକ୍ଷୟ ମହାଳିକ, ଗୌତମ ମହାରଣା, ଜଗବନ୍ଧୁ ଜେନା, ଦିଲୀପ ଜେନା, କହ୍ନେଇ ବେହେରା, ଦେବେନ୍ଦ୍ର ଆଚାର୍ଯ୍ୟ, ସୁବଳ ମାଇତି, ଅସିତ୍ ମାଇତି, ଉମେଶ ଚନ୍ଦ୍ର ମଲ୍ଲିକ, ହରିନାରାୟଣ ସାହା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ମଇ ଦିବସ ପାଳନ ଜଗଦା କମ୍ଯୁନିଟି ହଲ ପରିସରରେ ଅନୁଷ୍ଠିତ ହେବ। ଏହି ମଇ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଶ୍ରମ ଓ ଇଏସ୍ଆଇ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *