Uncategorized

ଶିକ୍ଷାବିତ ସିଦ୍ଧାର୍ଥ ରଥଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର ଅନୁଷ୍ଠିତ 

ରାଉରକେଲା,୩୦/୪ (ଉତ୍କଳ ସମାଚାର): ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ୍ ସିଦ୍ଧାର୍ଥ ରଥଙ୍କୁ ବିଦାୟକାଳୀନ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। ସ୍ଥାନୀୟ ବସ୍ତିଆ ଭବନ ଠାରେ ସାମାଜିକ ଅନୁଷ୍ଠାନ ଥିଙ୍କର୍ସ ଫୋରମ୍ ତରଫରୁ ଆୟୋଜିତ ଏହି ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷାବିତ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟି ର ସଭାପତି ସୁନିଲ କାୟଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବସ୍ତିଆ ମେମୋରିଆଲ ଟ୍ରଷ୍ଟ ର ଟ୍ରଷ୍ଟି ତଥା ବସ୍ତିଆ ଆଇ.ଟି.ଆଇ ର ପ୍ରିନସିପାଲ ଇଂ ଗୈାତମ ମିଶ୍ର ଓ ପ୍ରାକ୍ତନ ପୁଲିସ ଅଧିକାରୀ ଡ. ସୁମନ ଦତ୍ତ ମଂଚାସୀନ ଥିଲେ l ଥିଙ୍କର୍ସ ଫୋରମ୍ ର ଆବାହକ ନଳିନୀକାନ୍ତ ଧର ସ୍ୱାଗତ ଅଭିଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଆଲୋକପାତ କରିଥିଲେ। ସାଧାରଣ ନାଗରିକ, ସମାଜ ଓ ସ୍କୁଲ କର୍ତ୍ତୃପକ୍ଷ ଙ୍କ ମିଳିତ ପ୍ରୟାସରେ ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ଅନବରତ ପ୍ରୟାସ ଜାରି ରହିବା ଉଚିତ୍ ବୋଲି ଶ୍ରୀ ଧର ମତ ବ୍ୟକ୍ତ କରିଥିଲେ l ‘ରାଉରକେଲାରେ ଗୁଣବତ୍ତା ସ୍କୁଲ ଶିକ୍ଷାରେ ସମସ୍ୟା, ସମାଧାନ ଓ ସମ୍ଭାବନା” ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାଚକ୍ରରେ ଚଳିତ ଜେ.ଇ.ଇ ମେନ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ରଶ୍ମି ରେଖା ପଲାଇ, ଛାତ୍ର ଅଭିଜ୍ଞାନ ମହାରଣା, ଛାତ୍ରୀ ପ୍ରଜ୍ଞା ପରମିତା,ପ୍ରିତୀ ପ୍ରିୟମ୍ବଦା ଏବଂ ଶିକ୍ଷୟିତ୍ରୀ ସ୍ମିତା ଆର୍ ଆଥେରିଆ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ। ଡି.ପି.ଏସ ର ପୂର୍ବତନ ଛାତ୍ର ଅଂଶୁମାନ ପଟ୍ଟନାୟକ ଓ ଆଶୁତୋଷ ମୁଦାଲି ସେମାଙ୍କର ବାର୍ତା ପ୍ରଦାନ କରିଥିଲେ l ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରି ଅତିଥି ଓ ଅନ୍ୟ ମାନେ ସେମାନଙ୍କ ବକ୍ତବ୍ୟରେ ଶିକ୍ଷାର ମାନ, ଶିକ୍ଷକ ମାନଙ୍କ ଦାୟିତ୍ଵବୋଧ ଓ ଶିକ୍ଷା ପ୍ରତି ଦୃଷ୍ଟିଭଙ୍ଗୀ ସମ୍ପର୍କରେ ମତ ରଖିବା ସହ ନିଜ ଭାଷାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଥିଙ୍କର୍ସ ଫୋରମ୍ ତରଫରୁ ଶ୍ରୀ ରଥଙ୍କୁ ଉତ୍ତରୀୟ, ମାନପତ୍ର, ପୁଷ୍ପଗୁଛ ଓ ମେମୋଣ୍ଟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ଶିକ୍ଷୟିତ୍ରୀ କନକଲତା ମିଶ୍ର ମାନପତ୍ର ପାଠ କରିଥିଲେ l ଏତତଃ ବ୍ୟତୀତ ସହରର ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ଓ ଛାତ୍ର ଛାତ୍ରୀ ମାନେ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଶ୍ରୀ ରଥ ଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ସଚେତନ ନାଗରିକ ମଞ୍ଚ,ଉତ୍କଳ ସାଂସ୍କୃତିକ ପରିଷଦ,  ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ,. ସାହିତ୍ୟ ଘର, ସହର ସେବା ସମିତି, ଯାଜ୍ଞସେନୀ, ଡିଭାଇନ୍ ଲାଇଫ୍ ସୋସାଇଟୀ, ସହର ସେବା ସମିତି, ପ୍ରଗତି ଉତ୍କଳ ସଙ୍ଘ, ନିଟ୍ରା ରାଉରକେଲା, ଦୀକ୍ଷା ଦୀପନ , ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଇସ୍ପାତ ଅବସର ପ୍ରାପ୍ତ କର୍ମଚାରୀ ସଂଘ, ରାଉରକେଲା ର ଅନେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିନିଧି ଉପସ୍ଥିତ ରହି ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ l ମୁଖ୍ୟଅତିଥି ଓ ଅନ୍ୟ ସମସ୍ତ ଅତିଥି ଶ୍ରୀ ରଥ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଅବସର ଜୀବନ ସୁଖମୟ ତଥା ସମୃଦ୍ଧିମୟ ତଥା ନିରୋଗମୟ ହେଉ ବୋଲି କାମନା କରିଥିଲେ। ଏହାପରେ ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ରଥ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ରାଉରକେଲାର ସେକ୍ଟର ୧୮ ସ୍ଥିତ ଡିପିଏସ ରୁ ଶିକ୍ଷା ଜୀବନ ଆରମ୍ଭ କରି ସେକ୍ଟର – ୧୪ ଡିପିଏସ ର ଦାୟିତ୍ଵ ଓ ସର୍ବୋପରି ଶୃଙ୍ଖଳା, ଦାୟିତ୍ୱବୋଧ, ମାନବିକତା, ଶିକ୍ଷା ପ୍ରତି ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ l ଶ୍ରୀମତୀ ସ୍ମିତା ମିଶ୍ର, ସ୍ବାତୀ ସିଂ, ଶିବାନୀ ଶର୍ମା, ନୂପୁର ସିଂ ପ୍ରମୁଖ ମଞ୍ଚ ସଂଯୋଜନା କରିଥିଲେ। କବି କୁଞ୍ଜବିହାରୀ ରାଉତ ଏକ କବିତା ଶ୍ରୀ ରଥଙ୍କ ପ୍ରତି ସମର୍ପିତ କରିଥିଲେ। ଶେଷରେ ବିବେକାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଛାତ୍ରୀ ସୂର୍ଯ୍ୟାଶୁ ଭରଦ୍ୱାଜ ନନ୍ଦ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରାକ୍ତନ ଆରଏସପି ର ମହାପ୍ରବନ୍ଧକ ଅଭୟ କୁମାର ଦାସ, ନିଟ୍ରା ତଥା ସଚେତନ ନାଗରିକ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ,ସ୍ଵରୂପ ପାଣିଗ୍ରାହୀ, ଶଙ୍କର ଜେନା ,ପ୍ରକାଶ ପାଢି ,ଚିତ୍ତ ରଞ୍ଜନ ବ୍ରହ୍ମା, ଅଶୋକ କୁମାର ପଟ୍ଟନାୟକ, ଜଗନ୍ନାଥ ରାଉତ, ନିନାରାଣୀ ଜେନା , ସୂର୍ଯ୍ୟ ପାଢି, ଅଭୟ କୁମାର ବିଶ୍ଵାଳ, ସହଦେବ ଦାଶ, ଡ଼. ସର୍ବେଶ୍ୱର ସହୁ ପ୍ରମୁଖ ଉପସ୍ଥିତ ଥିଲେ l ଶିକ୍ଷୟତ୍ରୀ ମୌସୁମୀ ମହାନ୍ତି, ଦେବସ୍ମିତା ମହାନ୍ତି, ମଞ୍ଜୁଳା ଯଶନ, ସୁଧା ପାଣ୍ଡେ, ମୋନାଲିସା ଗୈାଡ, ମୋନାଲିସା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *