ମହାନଗରମୁଖ୍ୟ ଖବରରାଜ୍ୟ

ଆର ହେଚ ଆଇ ମ୍ୟାଗ୍ୟେନ ସିଟାରେ ଶ୍ରମିକ ଆନ୍ଦୋଳନ

ରାଜଗାଙ୍ଗପୁର ,୨୦/୧୨ (ଉତ୍କଳ ସମାଚାର)(ସୁବାଷ ବେହେରା): ଆର ହେଚ ଆଇ ମ୍ୟାଗ୍ୟେନ  ସିଟା ଇଣ୍ଡିଆ ରିଫେକ୍ଟ୍ରି  ଇଣ୍ଡଷ୍ଟ୍ରି ଏଲ କମ୍ପାନୀ ରେ ଶ୍ରମିକ ଆନ୍ଦୋଳନ ପରେ କାରଖାନା ପ୍ରାୟ କାର୍ଯ୍ୟ ବନ୍ଦ ହେବା ଜଣା ଯାଇଛି l ଗତ 5/1/23ତାରିଖରେ ଡାଲମିଆ ରିଫ୍ରେକ୍ଟ୍ରି ଠାରୁ କିଣିବା ପରେ ସେଠାରେ ଶ୍ରମିକ ଅସନ୍ତୋଷ ପ୍ରାୟ ଲାଗି ରହିଛି l କମ୍ପାନୀ କୃତପକ୍ଷ କିଛି ନିଜ ଇଚ୍ଛାରେ କାର୍ଯ୍ୟ କରି ଶ୍ରମିକଙ୍କୁ ଛଟେଇ ଏପରିକି ସ୍ୱୀକୃତି ପ୍ରାପ୍ତ ୟୁନିୟନ ସଙ୍ଘ କୁ ଅବହେଳା କରୁଥିବା ଜଣାଯାଇଛି l ଗତ ଅଗଷ୍ଟ 2022ରେ ଶ୍ରମିକ ୟୁନିୟନ ନିର୍ବାଚନ କରା ଯାଇ ଥିଲା ସୁନ୍ଦରଗଡ଼ ଇଣ୍ଡଷ୍ଟ୍ରି ଏଲ ମଜୁଦୂର ସଙ୍ଘ (ସି ଆଇ ଟି ୟୁ)  ଏବଂ ଗାଙ୍ଗପୁର ଶ୍ରମିକ ସଙ୍ଘ (ବି ଏମ ଏସ )ଙ୍କ ମଧ୍ୟରେ ନିର୍ବାଚନ ଲଢେଇ ହୋଇ ଥିଲା ସିମେଣ୍ଟ ଏବଂ ରିଫ୍ରେକ୍ଟ୍ରି ଦୁଇ ୟୁନିଟ ରେ ଗାଙ୍ଗପୁର ଶ୍ରମିକ ସଙ୍ଘ ନିର୍ବାଚିତ ହେବା ପରେ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଗୁଡିକ କମ୍ପାନୀ କୃତପକ୍ଷ ଙ୍କ ପାଖରେ ଦାବୀ କରି ଆସିଥିଲେ କିଛି ଫଳ ପ୍ରଦ ହେବା ପରେ ଆଉ କିଛି ସମସ୍ୟାର ସମାଧାନ ହୋଇ ପରି ନଥିଲା ପରେ ଡାଲମିଆ କମ୍ପାନୀ ଜାନୁଆରୀ 23ରେ ମ୍ୟାଗ୍ନ୍ୟ ସିଟା ଇଣ୍ଡିଆ ରିଫେକ୍ଟ୍ରି କୁ କିଣିବା ପରେ ଶ୍ରୀକୃତ ପ୍ରାପ୍ତ ବିଏମ ଏସ ୟୁନିୟନ ସହ ସ୍ଥାୟୀ ଶ୍ରମିକମାନ 34 ଟି ଠିକାଦାର ଶ୍ରମିକ ଙ୍କ 23 ଟି ବିଭିନ୍ନ  ସମସ୍ୟା ନେଇ କମ୍ପାନୀ କୃତପକ୍ଷ ଲିଖିତ ଅଭିଯୋଗ କରି ଦୀର୍ଘ 10 ମାସ  ହେବ ଆଲୋଚନା ଜାରି ରଖି ସମସ୍ୟା ଉପରେ ଆଲୋଚନା କରା ଯାଇ ଆଉ ଅଳ୍ପ ସମସ୍ୟା ରହିଯାଇ ଥିବା ଗାଙ୍ଗପୁର ଶ୍ରମିକ ସଙ୍ଘ ସୂଚନା ଦେଇ ଛନ୍ତି l କିନ୍ତୁ କୌଣସି ନୋଟିସ କିମ୍ବା ସୂଚନା ନଦେଇ କମ୍ପାନୀର ଠିକାଦାର ଶ୍ରମିକ ମାନେ ସୁନ୍ଦରଗଡ଼ ଇଣ୍ଡଷ୍ଟ୍ରିଏଲମଜଦୁର ସଙ୍ଘର ସହଯୋଗରେ   ତିନି ଦଫା ଦାବୀ ଦେଇ କାରଖାନାର ମୂଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରି କୌଣସି ଶ୍ରମିକ ଙ୍କୁ କାରଖାନା ଭିତରକୁ ଯିବାକୁ ଦେଇ ନଥିଲେ l କମ୍ପାନୀ କୃତପକ୍ଷ କାର୍ଯ୍ୟ ବନ୍ଦ କରି ଥିବା ଶ୍ରମିକଙ୍କୁ ଚେତାବନୀ ଦେଇ ନୋଟିସ ମାଧ୍ୟମରେ ଧମକ ଦେଇ ଥିଲେ ମଧ୍ୟ ଶ୍ରମିକ ମାନେ ଭୃକ୍ଷେପ ନ କରି ଥଣ୍ଡା କାକରରେ କାରଖାନା ମୂଖ୍ୟ ଫାଟକ ସମ୍ମୁଖ ଧାରଣ ରେ ବସିଛନ୍ତି l କିଛି ଶ୍ରମିକ ଅଭିଯୋଗ ଯେ ଆଜି ଯେଉଁ ସି ଆଇ ଟୁ ଯୁ ଆଜି ଆନ୍ଦୋଳନ କରୁଛି  ଗତ 5 ବର୍ଷ ତଳେ ଶ୍ରୀକୃତି  ୟୁନିୟନ ଭାବେ ନିର୍ବାଚିତ ହୋଇ ଥିଲେ ଠିକାଦାର ଶ୍ରମିକଙ୍କ କାହିଁକି ସମାଧାନ କରି ନଥିଲେ ବୋଲି ମତବ୍ୟକ୍ତ କରୁଛନ୍ତି l ଆଇନ ଶୃଙ୍ଘଳା ପାଇଁ ପ୍ରଶାସନ ସଜାଗ ରହି ବ୍ୟାପକ ପୋଲିସ ମୃତୟନ କରିଥିବା ଦେଖିବାକୁ
ମିଳିଛି l

Leave a Reply

Your email address will not be published. Required fields are marked *