ସମ୍ବଲପୁର,୨୫/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଧନୁପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ପୂର୍ବ ଛାତ୍ର ଏକତ୍ରି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପରେ ସମ୍ବଲପୁର ମହାନଗରର ପ୍ରଚାରକ ପ୍ରଫୁଲ୍ଲ କୁମାର ସାହୁ ଯୋଗଦାନ କରି ଥିଲେ l ଧନୁପାଲି ଶିଶୁ ମନ୍ଦିର ପରିଚାଳନା ସମିତି ର ସଭାପତି ଡ଼କ୍ଟ ଦେବେନ୍ଦ୍ର ପଣ୍ଡା, ସମ୍ପାଦକ ଜୟ ଶଙ୍କର ପାଢ଼ୀ, ସହ ସମ୍ପାଦକ ଅଭିମନ୍ୟୁ ସାହୁ, ପରିଚାଳନା ସମିତି ସଦସ୍ୟା ଅନସୂୟା କର, ପୂର୍ବ ଛାତ୍ର ସଂଯୋଜଗ ଜ୍ୟୋତି ପ୍ରକଶ ମହାନ୍ତି, ପ୍ରଧାନ ଆଚାର୍ଯ୍ୟ ରଞ୍ଜନ ବିଶ୍ୱାଳ, ସହ ପ୍ରଧାନ ଆଚାର୍ଯ୍ୟ ଅମୃତ ପଟେଲ ଓ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ l ପ୍ରଜ୍ଞା ଭଉଣୀ ସଂଯୋଜନା କାର୍ଯ୍ୟ ତୁଲାଇ ଥିଲେ l ବହୁ ପୁରାତନ ଛାତ୍ର ଜୀବନର ଅନୁଭୂତି ବଖାଣିଥିଲେ l ବିଦ୍ୟାଳୟ ର ନିହାରିକା ଜେନା କାର୍ଯ୍ୟ କ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ I

