ସମ୍ବଲପୁର,୨୫/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପାଲି ଗ୍ରାମରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀନିବାସର ପାଚେରିର କିଛି ଅଂଶ ଭାଙ୍ଗିଯାଇଛି। ଫଳରେ ଛାତ୍ରୀନିବାସ ପରିସର ଖୋଲା ରହିଥିବାରୁ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକାଶ କରିଛନ୍ତି।ପାଚେରି ଭାଙ୍ଗିଥିବା ସ୍ଥାନ ଦେଇ ବାହାର ଲୋକ ଓ ପଶୁ ଭିତରକୁ ପଶିବାର ଆଶଙ୍କା ରହିଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ ମରାମତି ହୋଇନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କ ସୁରକ୍ଷା ପାଇଁ ତୁରନ୍ତ ପାଚେରି ନିର୍ମାଣ ଓ ଆବଶ୍ୟକ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।
