ସମ୍ବଲପୁର,୨୮/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ବୁର୍ଲା ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ପଡ଼ିଆରେ ଦ୍ୱିତୀୟ ନୂଆଁଖାଇ ଭେଟଘାଟ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭିସୁଟ୍ର ଉପକୁଳପତି ପ୍ରଫେସର ଦୀପକ କୁମାର ସାହୁ, ଅବସରପ୍ରାପ୍ତ ଡିଜିପି ସଞ୍ଜୀବ କୁମାର ପାଟଯୋଶୀ ଏବଂ ସୁଶ୍ରୀ ଶୁଭଶ୍ରୀ ମିଶ୍ର ଯୋଗଦେଇଥିଲେ।ଅତିଥିମାନେ ପଶ୍ଚିମ ଓଡ଼ିଶାର ଭାଇଚାରାର ଗଣପର୍ବ ନୂଆଁଖାଇର ବିଶେଷତ୍ୱ ଓ ମହତ୍ତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ଏହି ପର୍ବ ସ୍ଥାନୀୟ ଲୋକଙ୍କୁ ଏକ ଅତୁଟ ବନ୍ଧନରେ ବାନ୍ଧି ରଖେ ବୋଲି ସେମାନେ କହିଥିଲେ।ସଭାପତି ବୀରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ହୋଇଥିଲା। ମୁଖ୍ୟ ଉପଦେଷ୍ଟା ବ୍ରଜମୋହନ ମିଶ୍ର, ଆଇନଜୀବୀ ପ୍ରସନ୍ନ କୁମାର ସାହୁ ଓ ରାଜକିଶୋର ଜାଯୋଡ଼ିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପସଭାପତି ତ୍ରାହିକର ଡୁଙ୍ଗୁରୀ, ସମ୍ପାଦକ ରାମେଶ୍ୱର ସିଂ ଓ କୋଷାଧ୍ୟକ୍ଷ ଦେବାଶିଷ ନନ୍ଦ ମଞ୍ଚାସୀନ ଥିଲେ।ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେବାକାର୍ଯ୍ୟ ପାଇଁ ସାମାଜିକ ସଂସ୍ଥା ‘ପରିଚୟ’କୁ ସମ୍ମାନିତ କରାଯାଇଥିଲା।ନୃତ୍ୟଗୁରୁ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶନାରେ ଭାରତୀ କଳା ବିକାଶ କେନ୍ଦ୍ରର ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ରୁକୁ ସୁନାଙ୍କ ଅର୍କେଷ୍ଟ୍ରା ଦଳ ପକ୍ଷରୁ ସଙ୍ଗୀତ ଓ ନୃତ୍ୟ ପରିବେଷିତ ହୋଇଥିଲା। ଅଙ୍କିତା ସାହାଣୀ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ।ଅଭ୍ୟର୍ଥନା, ଶୃଙ୍ଖଳା, ମଞ୍ଚ ଓ ଖାଦ୍ୟ କମିଟିର ସଦସ୍ୟମାନେ ନିଜ ଦାୟିତ୍ୱ ନିର୍ବାହ କରିଥିଲେ। ତରଣୀସେନ ଚାନ୍ଦ, ରାଜେଶ ପଟ୍ଟନାୟକ, ବାଲା ମାଝୀ, ହରିଶଙ୍କର ପଣ୍ଡା, ଦୀପକ ରାଉତ, ସତ୍ୟବ୍ରତ ନାୟକ, ଗୋପାଳ ପ୍ରଧାନ, ପ୍ୟାରୀମୋହନ ପୂଜାରୀ, ଅନିଲ ଦେବତା, ପ୍ରଦୋଷ ପଣ୍ଡା, ସୋମନାଥ ଆପଟ, ସୁଧାଂଶୁ ଦାଶ, ଟୁନା ଷଣ୍ଢ, ଆକାଶ ଆଚାର୍ଯ୍ୟ, ଦିନେଶ ଷଡ଼ଙ୍ଗୀ, ଶୁଭକାନ୍ତ ପଣ୍ଡା, ଜୟନ୍ତ କୁମାର ସାହୁ, ଅଶ୍ୱିନୀ ମହାନନ୍ଦ, ଶ୍ୟାମ ଗୌଡ଼, ଜୟନ୍ତ କୁମାର ଦାସ, ସଞ୍ଜୀବ ପଣ୍ଡା ଓ ହିମାଂଶୁ ମେହେର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସୁଧୀର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

