ରାଉରକେଲା:28//10,(ଉତ୍କଳ ସମାଚାର)ଉଦିତନଗର ଓରାମପଡ଼ାସ୍ଥିତ ଲକ୍ଷ୍ମୀ ମନ୍ଦିର କମିଟି ପକ୍ଷରୁ ବୁଧବାର ଦିନ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ସକାଳେ ପୂଜକ ସୁରେଶ ମିଶ୍ରଙ୍କ ଦ୍ୱାରା ବିଧି ବିଧାନ ସହ ପୂଜାର୍ଚ୍ଚନା କରାଯାଇଥିଲା, ଯେଉଁଥିରେ କର୍ତ୍ତା ଭାବେ ଦେବବ୍ରତ ଦାସ ସାମିଲ ହୋଇଥିଲେ। ଏହାକୁ ନେଇ ମନ୍ଦିର କମିଟି ପକ୍ଷରୁ ମନ୍ଦିରକୁ ଫୁଲରେ ସଜାଯାଇଥିଲା ଏବଂ ମା’ ଲକ୍ଷ୍ମୀଙ୍କ ଶୃଙ୍ଗାର ଫୁଲରେ କରାଯାଇଥିଲା। ସମ୍ପୂର୍ଣ୍ଣ ମନ୍ଦିର ପ୍ରାଙ୍ଗଣକୁ ରଙ୍ଗବେରଙ୍ଗର ଲାଇଟ୍ରେ ସଜାଯାଇଥିଲା।ମଧ୍ୟାହ୍ନ ୧ଟାରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଯେଉଁଥିରେ ହଜାର ହଜାର ଭକ୍ତ ପ୍ରସାଦ ଗ୍ରହଣ କରିଥିଲେ। ଏହି ଅବସରରେ ଉଦିତନଗର, ଓରାମପଡ଼ା, କୁମ୍ଭାରପଡ଼ା, ପାୱାର ହାଉସ୍ ରୋଡ୍, ବିଶ୍ରା ଡହର ରୋଡ୍, ଶୀତଲପଡ଼ା, ଟିଣ କଲୋନୀ ସମେତ ଆଖପାଖ ଅଞ୍ଚଳରୁ ଭକ୍ତମାନେ ଆସି ମା’ ଲକ୍ଷ୍ମୀଙ୍କ ପ୍ରସାଦ ସେବନ କରିଥିଲେ।ଏହି ଅବସରରେ ଲକ୍ଷ୍ମୀ ମନ୍ଦିର କମିଟିର ସଭାପତି ଅଶ୍ୱିନୀ ବିଶ୍ୱାଳ, ଉପସଭାପତି ଅଗସ୍ତୀ ସାହୁ, ସମ୍ପାଦକ ମଲକିତ୍ ସିଂହ, ସହ-ସମ୍ପାଦକ ଶମ୍ଭୁ ସାହୁ, କୋଷାଧ୍ୟକ୍ଷ ପବିତ୍ର ସାହୁ, ପ୍ରମୋଦ ଶର୍ମା, ନୀଲୁ ବିଶ୍ୱାଳ, ରଞ୍ଜନ ବିଶ୍ୱାଳ, ରବୀନ୍ଦ୍ର ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କର ସକ୍ରିୟ ଯୋଗଦାନ ରହିଥିଲା। ଆଜି ପ୍ରସାଦ ସେବନ କାର୍ଯ୍ୟକ୍ରମକୁ ନେଇ ମନ୍ଦିର ପ୍ରାଙ୍ଗଣରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, ଏହା ରାଉରକେଲାର ସବୁଠାରୁ ପୁରୁଣା ଲକ୍ଷ୍ମୀ ମନ୍ଦିର ଅଟେ

