ରାଉରକେଲା:31//10,(ଉତ୍କଳ ସମାଚାର)ପବିତ୍ର ଛଠ୍ ପୂଜା-୨୦୨୬ କୁ ଆଖି ଆଗରେ ରଖି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀ ଆଜି କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଲୁଡ୍କୀ ନଦୀ ଛଠ୍ ଘାଟ ର ସ୍ଥିତି ପରିଦର୍ଶନ କରିଛନ୍ତି।ଏହି ଘାଟ ହେଉଛି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ସବୁଠାରୁ ବଡ ଛଠ୍ ଘାଟ, ଯେଉଁଠି ହଜାର ହଜାର ମା’ ବୋନ ଛଠ୍ ବ୍ରତ କରନ୍ତି। ପରିଦର୍ଶନ ବେଳେ ଘାଟରେ ଘାସ, ଅପରିଷ୍କାର ଏବଂ ପହଞ୍ଚ ରାସ୍ତା ଖରାପ ଥିବା ଦେଖି ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ।ଏହା ପୂର୍ବରୁ ବିଧାୟକ ପ୍ରଶାସନକୁ ଚିଠି ଲେଖିଛନ୍ତି:ପତ୍ର ନଂ: BRMP/2026/166, ତା: 30/10/2026 ରେ ବିଧାୟକ କୁଆଁରମୁଣ୍ଡା, ନୂଆଗାଁ, ବିଶ୍ରା ବ୍ଲକର ବିଡିଓ ଏବଂ ବୀରମିତ୍ରପୁର ପୌରପାଳିକାର EO ଙ୍କୁ ତୁରନ୍ତ ସମସ୍ତ ଛଠ୍ ଘାଟ ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଦାବି ଗୁଡିକ: ୧. ଲୁଡ୍କୀ ନଦୀ ସମେତ ସମସ୍ତ ଘାଟର ସଫେଇ, ବାଲି ଭର୍ତ୍ତି ଓ ସମତଳୀକରଣ ୨. ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ବାରିକେଡିଂ ୩. ଅସ୍ଥାୟୀ ଲାଇଟ୍, ପିଇବା ପାଣି, ଚେଞ୍ଜିଂ ରୁମ୍ ୪. ପୋଲିସ, ଲାଇଫ୍ ଗାର୍ଡ ଓ ମେଡିକାଲ ଟିମ୍ ନିୟୋଜନପରିଦର୍ଶନ ସମୟରେ ବିଧାୟକଙ୍କ ସହ ବୀରମିତ୍ରପୁର ମୁନିସିପାଲିଟି ର କାର୍ଯ୍ୟନିର୍ବାହୀ ଅଧିକାରି ୟାଶିର ବିଲାଲ, ବିଧାୟକ ପ୍ରାର୍ଥନିଧି ଶଶି ସାଗର, ଜଗଦୀଶ ଅଗ୍ରୱାଲ ସ୍ଥାନୀୟ ସରପଞ୍ଚ, ଛଠ୍ ପୂଜା କମିଟିର ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।ବିଧାୟକ କହିଛନ୍ତି – “ଲୁଡ୍କୀ ନଦୀ ଘାଟ ଆମ ଅଞ୍ଚଳର ଆସ୍ଥାର କେନ୍ଦ୍ର। ଛଠ୍ ପୂଜାର ୨ ଦିନ ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ପ୍ରଶାସନକୁ କଡା ନିର୍ଦ୍ଦେଶ ଦିଆଯାଇଛି। ମା’ ବୋନମାନେ ଯେପରି କୌଣସି ଅସୁବିଧା ବିନା ପୂଜା କରିପାରିବେ, ସେଥିପାଇଁ ମୁଁ ନିଜେ ଫିଲ୍ଡରେ ଅଛି।”ଏହାର ନକଲ ସୁନ୍ଦରଗଡ ଜିଲ୍ଲାପାଳ ଓ ଏସ୍.ପି ଙ୍କୁ ଦିଆଯାଇଛି।

