ପାପଡାହାଣ୍ଡି ତା 31/10/26,(ଉତ୍କଳ ସମାଚାର)ରିଖରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଧିନସ୍ତ ପଣ୍ଡିକୋଟ ପଂଚାୟତ ସମ୍ମିଳନୀ କକ୍ଷ ଠାରେ ଆଜି ଜାତୀୟ ଏକତା ଦିବସ ବା ଲୌହମାନବ ସର୍ଦ୍ଧାର ବଲ୍ଳଭଭାଇ ପଟେଲ ଙ୍କ ଜନ୍ମତିଥି ଉପଲକ୍ଷେ ଆଜି ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଇମାନୁୟାଲ ନବ୍ରଶିଳ ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ହୋଇଛି ଳ ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀ ବାବୁଲା ଭତ୍ରା, ଏ ସି ଡି ଇ ଓ ଶ୍ରୀ ଶରଦ ଚନ୍ଦ୍ର ବିଷୋୟୀ,ଉତ୍କଳ ସମାଚାର ସାମ୍ବାଦିକ ଶ୍ରୀ ସୀତାକାନ୍ତ ବିଷୋୟୀ, ଯୋଗାଣ ସହାୟକ ଶ୍ରୀ ପ୍ରଫୁଲ୍ଲ ହରିଜନ, ପିଅନ ଶ୍ରୀ କମୁଲୁ ଜାନି, ସ୍ୱୟସହାୟକ ଗୋଷ୍ଠୀ,ୱାର୍ଡ ସଭ୍ୟ ଓ ଅନ୍ୟ ଲାଇନ ବିଭାଗ ଉପସ୍ଥିତ ଥିଲେ l ବକ୍ତା ମାନେ ବଲ୍ଲଭଭାଇ ପଟେଲ ଙ୍କ ଜୀବନ ବିଷୟରେ କହିଥିଲେ ଳ ଶେଷରେ ସମସ୍ତେ ଶପଥ କଲେ, ତାହା ହେଲା ମୁଁ ସତ୍ୟନିଷ୍ଠର ସହିତ ଶପଥ ନେଉଛି ଯେ ମୁଁ ରାଷ୍ଟ୍ରର ଏକତା ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବି l ଏବଂ ମୋଦେଶବାସୀ ଙ୍କ ମଧ୍ୟରେ ଏହି ସନ୍ଦେଶ ପ୍ରସାର କରିବାପାଇଁ ସମ୍ପୂର୍ଣ ପ୍ରୟାସ କରିବି ମୁଁ ଏହି ଶପଥ ମୋଦେଶର ଐକ୍ୟଭାବନାକୁ ସନ୍ନମାନ ଜଣାଇ ନେଉଛି l ଯାହାକି ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ଦୁର୍ଦର୍ଷିତା ଏବଂ ତାଙ୍କ କାର୍ଯ୍ୟ ଦ୍ୱାରା ସମ୍ଭବ ହୋଇପାରିଥିଲା l ମୁଁ ମୋ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ନିଜକୁ ସମର୍ପଣ କରିବାକୁ ସତ୍ୟନିଷ୍ଟା ସଂକଳ୍ପ ନେଉଛି ବୋଲି ଶପଥ ନେଲେ ଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା l ସମସ୍ତ ଙ୍କୁ ବିସ୍କୁଟ ବଣ୍ଟନ କରାଗଲା

