ରାଉରକେଲା:4//11,(ଉତ୍କଳ ସମାଚାର)ଅଦ୍ୟ ରିଖ ମଙ୍ଗଳବାର ଦିନ ସ୍ଥାନୀୟ ସଦଭାବନା ଭବନଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂରଜ କୁମାରପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬ ଉତ୍ସବ ପାଳନ କରାଯାଇଥିଲା।ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ୱିନୀ ବେହେରା, ହକାରୀ କୃଷି ଅଧିକାରୀ ଶ୍ରୀଯୁକ୍ତ ନୀଳକଣ୍ଠ ପରିଡ଼ା, ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ନନ୍ଦିନୀ ମୁଣ୍ଡାରୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ରଞ୍ଜୁରାଣୀ ଦାସଉପସ୍ଥିତ ରହିଥିଲେ। ଏଥିସହ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ, ପୋଷଣ ବ୍ଲକସଂଯୋଜକ ଏବଂ ମମତା ଯୋଜନାର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଚିନ୍ମୟ ସରାଫ ଯୋଗଦାନ କରିଥିଲେ।ଏହି ଉତ୍ସବ ଅବସରରେ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ, ମିଲେଟ୍ର ଉପକାରିତା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ଜନସଚେତନତାସୃଷ୍ଟି ନିମନ୍ତେ ପଦଯାତ୍ରା, ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ପ୍ରଦର୍ଶନୀ, ବକ୍ତୃତା ପ୍ରତିଯୋଗିତା, ଲୋଚନାଚକ୍ର, ଚିତ୍ରାଙ୍କନ ଓରଚନା ପ୍ରତିଯୋଗିତା ଆଦି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବକ୍ତୃତା, ଚିତ୍ରାଙ୍କନ ଓ ରଚନାପ୍ରତିଯୋଗିତା ଆଦିରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କୃତୀ ଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ମା’ ଓ ଶିଶୁଙ୍କ ପୁଷ୍ଟିସ୍ଥିତିରେ ଉନ୍ନତି, ରକ୍ତହୀନତା ନିରାକରଣ, ସ୍ତନ୍ୟପାନର ଗୁରୁତ୍ୱ, ସନ୍ତୁଳିତ ଆହାର ଏବଂସ୍ଥାନୀୟ ଉପଲବ୍ଧ ପୁଷ୍ଟିକର ଖାଦ୍ୟ ଓ ମିଲେଟ୍ର ବ୍ୟବହାର ଉପରେ ଆଲୋକପାତ କରାଯାଇଥିଲା। ଏହି ଅଭିଯାନ ମାଧ୍ୟମରେଗର୍ଭବତୀ ମହିଳା, ପ୍ରସୂତି ମାତା, ଶିଶୁ ଓ କିଶୋରୀ ବାଳିକାମାନଙ୍କ ପୁଷ୍ଟିସ୍ଥିତିରେ ଉନ୍ନତି ଆଣିବା ସହ ପୁଷ୍ଟିହୀନତା ଦୂରୀକରଣଏବଂ ପୁଷ୍ଟି ସମ୍ବନ୍ଧୀୟ ସଚେତନତାକୁ ଜନଆନ୍ଦୋଳନରେ ପରିଣତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ସୁଶୀଲା ରଥ, ସଦର କାର୍ଯ୍ୟକ୍ରମ ଅଧିକାରୀ ସଂଯୋଜନା କରିଥିବାବେଳେ ଶେଷରେ ଶ୍ରୀମତୀ କବିତାଦାଶ, ପାନପୋଷ କାର୍ଯ୍ୟକ୍ରମ ଅଧିକାରୀ ଉପସ୍ଥିତ ସମସ୍ତ ଅତିଥି ଓ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

