ନବରଙ୍ଗପୁର:10//11,(ଉତ୍କଳ ସମାଚାର) ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ପ୍ରତିଭା ଅନ୍ୱେଷଣ ଓ କ୍ରୀଡ଼ା ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାର ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସହଯୋଗରେ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ପ୍ରତିଭାବାନ ପିଲାମାନେ ବିଭିନ୍ନ ବର୍ଗରେ ପଦକ ଓ ପ୍ରଶଂସାପତ୍ର ହାସଲ କରି ନିଜର ଦକ୍ଷତା, ପ୍ରତିଭା ଓ ଅସାଧାରଣ କ୍ରୀଡ଼ା ନୈପୁଣ୍ୟର ପରିଚୟ ଦେଇଛନ୍ତି।ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ନବରଙ୍ଗପୁର ଜିଲ୍ଲାର ପ୍ରତିଯୋଗୀମାନେ ହେଲେ:1. ରେସନ୍ ଟାକ୍ରୀ – ସିନିୟର ବର୍ଗର କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।2. ଦୀପକ ଜାନୀ – ଉଚ୍ଚ ଡିଆଁ (High Jump) ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି।3. ପ୍ରିୟା ଭତ୍ରା – ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।4. ସୁଶାନ୍ତ ଭତ୍ରା – କ୍ୟାରମ୍ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି।5. ପୂଜା ବଞ୍ଜରା – ଏସ୍.ଜି.ଏଫ୍.ଆଇ. (SGFI) ଜାତୀୟସ୍ତରୀୟ ତାଏକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜିଲ୍ଲାର ପ୍ରତିନିଧିତ୍ୱ କରିଛନ୍ତି।ଆକାଶ ପଣ୍ଡା – .ଜି.ଏଫ୍.ଆଇ. (SGFI) ଜାତୀୟସ୍ତରୀୟ ତାଏକୋଣ୍ଡୋ ପ୍ରତିଯୋଗିତାରେ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ଏହି ସଫଳତା ଜିଲ୍ଲାର ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ଉପଯୁକ୍ତ ସୁଯୋଗ ପ୍ରଦାନର ଏକ ଉତ୍କୃଷ୍ଟ ଉଦାହରଣ। ଏହା ପଛରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ପ୍ରଶିକ୍ଷକ ଓ ଯୋଗୀମାନଙ୍କର ଉତ୍ସାହ, ପ୍ରେରଣା ଏବଂ ମାର୍ଗଦର୍ଶନ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି।ହି ସଫଳତାରେ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ ଓ ଗର୍ବର ପରିବେଶ ସୃଷ୍ଟି ହୋଇଛି। ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ ଦିନରେ ଅଧିକ ସଫଳତା କାମନା କରାଯାଇଛି।

