ସମ୍ବଲପୁର,୧୪/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ନାକଟିଦେଉଳ ବ୍ଲକ ଜଗନ୍ନାଥ ପ୍ରସାଦସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଶନିବାର ଶିଶୁ ଦିବସ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀମାନ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ନାକଟିଦେଉଳର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ହୁସେନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ସାହୁ ନିଜ ବକ୍ତବ୍ୟରେ ଭାରତ ପ୍ରତି ପଣ୍ଡିତ ଜବାହରଲାଲ ନେହେରୁଙ୍କ ଅବଦାନ, ଶିଶୁମାନଙ୍କୁ ସୁଯୋଗ୍ୟ ନାଗରିକ ଭାବେ ଗଢ଼ିତୋଳିବା ଏବଂ ଗୁରୁଜୀ ଗୁରୁମାଙ୍କ ପ୍ରତି ଶିଶୁମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ।ଏହି ଅବସରରେ ଶିଶୁ ଭାଇଭଉଣୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବାବେଳେ ଶିଶୁ ଓ ଗୁରୁଜୀ ଗୁରୁମାମାନେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପରେ ସମସ୍ତ ଗୁରୁଜୀ ଓ ଗୁରୁମା ଶିଶୁମାନଙ୍କୁ ଫୁଲ ଓ ଚନ୍ଦନ ଲଗାଇ, ଦୀପ ପ୍ରଜ୍ୱଳନ ସହ ମନ୍ତ୍ରୋଚ୍ଚାରଣ କରି ପୂଜନ କରିଥିଲେ।ବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀମାନ ସୁଶାନ୍ତ କୁମାର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଆଚାର୍ଯ୍ୟା ଶ୍ରୀମତୀ ଗୀତାଞ୍ଜଳି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବର ଶେଷରେ ଶିଶୁ ଭାଇଭଉଣୀମାନଙ୍କୁ ମିଷ୍ଟାନ୍ନ, କଲମ ଓ ପେନସିଲ ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ସେବାବ୍ରତୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପିତ ହୋଇଥିଲା

