ପାପଡାହାଣ୍ଡି ତା 14/11/26,(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ସମ୍ମିଳନୀ କକ୍ଷ ଠାରେ ଭତା ପାଇଁ ଅପେକ୍ଷାର ଯୁଗ ସରିଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପାପଡାହାଣ୍ଡି ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ କପିଲଦେବ ସାହୁ ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବିଧାୟକ ଶ୍ରୀ ମୋନହର ରନ୍ଧାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l ସେହିପରି ସାଂସଦ ପ୍ରତିନିଧି ଶ୍ରୀ ସୋମନାଥ ପୂଜାରୀ, ବିଧାୟକ ପ୍ରତିନିଧି ଶ୍ରୀ ରଜନୀ କାନ୍ତ ସାସମଲ, ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ଡ଼ ଲିପିକା ମାଝୀ,ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ହେମଲତା ମାଝୀ, ପାପଡାହାଣ୍ଡି ସରପଞ୍ଚ ଶ୍ରୀ ଚନ୍ଦ୍ର ଶେଖର ମାଝୀ ପ୍ରଭୁତି ମଂଚାସୀନ ଥିଲେ ବି ଡି ଓ ସମସ୍ତ ଙ୍କୁ ଉପଢୌକନ ଦେଇ ସଂମ୍ମାନିତ କରି ଥିଲେ ତାପରେ ବି ଏସ ଏସ ଓ ଶ୍ରୀ ସୁବ୍ରତ କିସାନ ଭତା ପାଇଁ ଅପେକ୍ଷାର ଯୁଗ ସରିଲା ବିଷୟରେ ସରକାର ଙ୍କ ମହତ ଉଧେଶ୍ୟ ବିଷୟରେ କହିଥିଲେ l ତାପରେ ବିଧାୟକ କହିଥିଲେ ଯେ ପାପଡାହାଣ୍ଡି ବ୍ଲକ ର ଅଧିକାଂଶ ଲୋକ ଜାଣି ନଥିବାରୁ କମଲୋକ ଭତ୍ତାପାଇଲେ, ବାକିରହିଲା ଲୋକ ଙ୍କୁ ଦୂତ୍ୱୀୟ ତାଲିକା ରେ ଯୋଗ କରିବାକୁ କହିଥିଲେ l ତାପରେ 200ଲୋକଙ୍କୁନୂତନ ଭତା ବଣ୍ଟନ କରାଗଲା l ସମସ୍ତଙ୍କ ପାଇଁ ଖାଇବା ଵେବସ୍ତା ହୋଇଥିଲା ଏହି ସଭାରେ ହରି ପାଣିଗ୍ରାହୀ ଓ ଈଶ୍ୱର ବିଷୋୟୀ ଉପସ୍ଥିତ ଥିଲେ l ଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା

