ରାଉରକେଲା ୨୩/୧୧,(ଉତ୍କଳ ସମାଚାର)ଶ୍ରମିକ ଭବନ ରେ ସାଥି ପ୍ରଦୀପ ସେଠୀଙ୍କ ସଭାପତିତ୍ୱରେ ସଂପାଦକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇ ଆରଏସପିର ସଂପ୍ରସାରଣକୁ କମ କରିବା ପ୍ରସ୍ତାବ ପାଇଁ ଗଭୀର ଉଦ୍ବେଗପ୍ରକାଶ ପାଇଥିଲା । ସାଧାରଣ ସଂପାଦକ ବସନ୍ତ ନାୟକ ବକ୍ତବ୍ୟରଖି ଏହା ମଧ୍ୟରେ ଦଶବର୍ଷ ପରେ ମଧ୍ୟଏନଜେସିଏସ୍ ଚୂକ୍ତିନାମା ହେଲାନାହିଁ ଗତ ଏନଜେସିଏସ୍ ସବ କମିଟିରେ ୩୯ ମାସରଏରିଅର ଦେବାକୁ କର୍ତୃପକ୍ଷ ପ୍ରତ୍ୟାଖାନ କରିବା ତଥା ଦିଲ୍ଲୀଠାରେ କେନ୍ଦ୍ରିୟ ଲେବରକମିଶନ ଙ୍କ ବୈଠକରେ କେବଳ ସିଆଇଟିୟୁ ଓ ଏଚ୍ଏମଏସ ଉପସ୍ଥିତ ରହିବା, ଅନ୍ୟୟୁନିୟନ ଓ ସେଲ୍ କର୍ତୃପକ୍ଷ ଅନୁପସ୍ଥିତ ରହିବା ଦ୍ୱାରା ଏ ପ୍ରସଙ୍ଗରେ ଆଲୋଚନା ମଧ୍ୟହୋଇ ପାରିଲା ନାହିଁ । ଏହା ଦ୍ୱାରା ଇସ୍ପାତ ଶ୍ରମିକ ମାନଙ୍କ ହକ୍ ପ୍ରାପ୍ୟ ପାଇବାରେଆଶଙ୍କା ପ୍ରକାଶ ପାଇଛି । ବହୁଦାବୀ ପରେ ଆଏସପି ଉତ୍ପାଦନ କ୍ଷମତା ୧୦ମିଲିୟନ ଟନ୍ପାଇଁ ପ୍ରାୟ ୩୩ହଜାର କୋଟିର ସଂପ୍ରସାରଣ କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇପାରିଲାନାହିଁ ।ଭିଲାଇ, ବୋକାରୋ ଇସ୍କୋ ଓ ଦୂର୍ଗାପୁରର ସଂପ୍ରସାରଣ ହେଉଅଛି ଓ ଟାଟା ଓ ଜିନ୍ଦଲବାର୍ଷିକ ୧୦ମିଲିୟନ ଟନ୍ ଉତ୍ପାଦନ କରୁଛି । ବୃହତ ଇସ୍ପାତ ଉଦ୍ୟୋଗର ୧୦ମିଲିୟନଟନ୍ ଉତ୍ପାଦନ ନ କଲେ ତିଷ୍ଠିବା ସମ୍ଭବ ନୁହେଁ । ଏହି ସମୟରେ ଆରଏସପି ରେ ପ୍ରସ୍ତାବିତସଂପ୍ରସାରଣ ବର୍ତମାନର ୪.୫ ମିଲିଅନ ଟନରେ ମାତ୍ର ୩ମିଲିୟନ ଟନ୍ କ୍ଷମତା ସଂପ୍ରସାରଣ କଲେଭବିଷ୍ୟତରେ ଆରଏସପି ବ୍ୟାପକ କ୍ଷତିଗ୍ରସ୍ତ ହେବ ଓ ଘରୋଇକରଣ ପାଇଁ କ୍ଷେତ୍ର ପ୍ରସ୍ତୁତକରାଯାଉଛି । ସରକାରଙ୍କର ଏହି ଷଡଯନ୍ତ୍ର ବିରୁଦ୍ଧରେ ସମଗ୍ର ରାଉରକେଲା ବାସୀ ଏକହେବାପାଇଁ ସିଆଇଟିୟୁ ନିବେଦନ କରୁଛି । ବିଭିନ୍ନ ବିଭାଗରେ ଶ୍ରମିକ ହ୍ରାସ ହେବାଓ ଠିକା ଶ୍ରମିକ ହ୍ରାସ ଦ୍ୱାରା ଶ୍ରମିକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି,କର୍ତୃପକ୍ଷ ବିଭିନ୍ନ ପ୍ରକାର ସାର୍କୁଲାର କରି ଶ୍ରମିକ ମାନଙ୍କୁ ଆତଙ୍କିତ କରିବା, ଏହାମୌଳିକ ଅଧିକାର କୁ କ୍ଷୁର୍ଣ୍ଣ କରୁଛି । ଆଇଜିଏଚ୍ ଚିକିତ୍ସାର ମାନ ହ୍ରାସ ସହ ସମସ୍ତଔଷଧ ନମିଳିବା ଏବଂ ସହର ସେବାରେ ଯେଉଁ ଅଚଳାଚଳ ଅବସ୍ଥା ସମସ୍ତେ ଉପଲବ୍ଧି କରୁଛନ୍ତି ।
ଅବସର ଶ୍ରମିକ ହକ୍ ୩୯ମାସର ଏରିଅର ପାଇଲେ ନାହିଁ ସେମାନଙ୍କର ଅବସ୍ଥା ଅତ୍ୟନ୍ତଶୋଚନିୟ । ଆରଏସପି ରେ ନୋ ୟୁନିୟନ ଅବସ୍ଥା ଦେଖା ଦେଉଛି । ବଡ ୟୁନିୟନମାନଙ୍କର ସଠିକ୍ ବିରୋଧ ନ ଥିବାରୁ ଶ୍ରମିକ ମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଉଛି ।ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ, ଖଣି ତଥା ବିଭିନ୍ନ କାରଖାନାରେ କେନ୍ଦ୍ର ସରକାରଙ୍କସର୍ବନିମ୍ନ ମଜୁରୀ ପାଇଲେ ମଧ୍ୟ ଆଏସପିର ଠିକା ଶ୍ରମିକ ଏପର୍ଯ୍ୟନ୍ତ ପାଇଲେ ନାହିଁ ।ଆଗାମୀ ଦିନରେ ସ୍ଥାୟୀ ଓ ଠିକା ଶ୍ରମିକ ମାନଙ୍କୁ ନେଇ ଧାରଣା ଓ ବିକ୍ଷୋଭ କରିବାପାଇଁ ନିଷ୍ପତି ଗ୍ରହଣ କରିଛି । ଆଜିର ବୈଠକରେ ଜଜେ୍ଞଶ୍ୱର ସାହୁ, ଜୀବନବାରିହା, ରତ୍ନାକର ନାୟକ, ସଂଗ୍ରାମ ସାମଲ, ପ୍ରଦୋଷ ପରିଡା, ପିସି ପ୍ରଧାନ, ପିତାମ୍ବରବେହେରା, ଜେ କେ ସାହୁ, ପର୍ଶୁରାମ ଜେନା, ସୁଦର୍ଶନ ଜେନା, ଶନ୍ୟାସୀ ପ୍ରଧାନ, ଡି.କିଶାନ, ସଞ୍ଜୟ ନାୟକ, ଅକ୍ଷୟ ରାଉତ, ସନ୍ତୋଷ ବେହେରା, ବିଶ୍ୱରଞ୍ଜନ ମଲ୍ଲିକ, ଏମ କେପାଣିଗ୍ରାହୀ, ତ୍ରିଲୋଚନ ପାତ୍ର, ପି କେ ସଡଙ୍ଗୀ ପ୍ରମୁଖ ବିଭିନ୍ନ ପ୍ରଶଙ୍ଗରେ
ଆଲୋଚନା କରିଥିଲେ ।
