ରାଉରକେଲା:25//11,(ଉତ୍କଳ ସମାଚାର)ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ୩୬ତମ ବୋଇତ ବନ୍ଦାଣ ଉତ୍ସବ ଚଳିତ ନଭେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସେକ୍ଟର-୨ ଦୁର୍ଗା ପୂଜା ପଡ଼ିଆ ଠାରେ ଆୟୋଜିତ ଅନୁଷ୍ଠାନର ଅଧ୍ୟକ୍ଷ ସୁନୀଲ କାୟଲ, ସଭାପତି ରଶ୍ମିତ ସାହାଣୀ, ସମ୍ପାଦକ ଶଙ୍କର ଜେନାଙ୍କ ଆବାହକତ୍ୱ, ମୁଖ୍ୟ ଉଦ୍ୟେକ୍ତା କୁନ ବିହାରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ୨୨ ତାରିଖ ଦିନ ଉଦ୍ଘାଟକ ଭାବେ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ, ମୁଖ୍ୟଅତିଥି ଭାବେ ଆଳି ବିଧାୟକ ପ୍ରତାପ କୁମାର ଦେବ, ସମ୍ମାନିତ ଅତିଥି ଭାବେ ରାସ୍ତା ଓ ଗୃହନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଯଶସ୍ବିନୀ ମିଶ୍ର, ସମାଜସେବୀ ପ୍ରଫୁଲ୍ଲ ସୁନ୍ୟାନୀ ପ୍ରମୁଖ ଯୋଗଦେଇଥିଲେ । ସେହିପରି ଦ୍ବିତୀୟ ଦିବସରେ ରେଢ଼ାଖୋଲର ବିଧାୟକ ଇଂ ରୋହିତ ପୂଜାରୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ତପନ ଜି କାନେକର, ଆରଏସପିର ସିଜିଏମ ହୀରାଲାଲ ମହାପାତ୍ର ପ୍ରମୁଖ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଓଡ଼ିଶାର ଐତିହ୍ୟ ପରମ୍ପରା, କାରିଗରୀ, କୌଶଳ ଓ ଗୌରବର ଇତିହାସ ସମ୍ପର୍କରେ ତଥା ଅନୁଷ୍ଠାନର ଏହି ଯାତ୍ରା ପାଇଁ ସାଧୁବାଦ ଦେଇଥିଲେ। ଏହି ଅବସରରେ ସାମ୍ବାଦିକ ସଂଗ୍ରାମ କେଶରୀ ଭୂୟାଁ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ୨୨ ତାରିଖ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡର ନାୟିକା ପ୍ରିୟଙ୍କା, ପଶ୍ଚିମ ଓଡ଼ିଶା କଣ୍ଠଶିଳ୍ପୀ ନୀଲ ସାଗର, ସ୍ମିତା ପଣ୍ଡା ଓ ଆଟ୍ରାକ୍ସନ ଲାଇଭ ବ୍ୟାଣ୍ଡ ଓ ୨୩ ତାରିଖ ଦିନ ବଲିଉଡ୍ କଣ୍ଠଶିଳ୍ପୀ ପାମେଲା ଜୈନ୍, ଏମ୍ ଡି ନାସିର, କେଡି କୁଲଦୀପ, ସିନେ ଅଭିନେତ୍ରୀ ଦେବସ୍ମିତା ଓ କଟକର ନିୟୁ ଗୀତ୍ ସାଗର ମନୋରଞ୍ଜନ କାର୍ଯ୍ୟକ୍ରମରେ ଦର୍ଶକଙ୍କୁ ସମ୍ମୋହିତ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ସାହାଣୀ ସ୍ବାଗତ ଭାଷଣ, ସମ୍ପାଦକ ଶ୍ରୀ ଜେନା ସମ୍ପାଦକୀୟ ବିବରଣୀ, ମୁଖ୍ୟ ଉଦ୍ୟେକ୍ତା ଶ୍ରୀ ଦାସ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସହିତ ସାମାଜିକ ଓ ସାଂସ୍କୃତିକ ପ୍ରତି ପ୍ରତିବଦ୍ଧତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଦ୍ବିଦିବସୀୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ନୀଳାମ୍ବର ପୁହାଣ, ଦେବେନ୍ଦ୍ରନାଥ ସାମନ୍ତରାୟ, କପିଳେଶ୍ବର ମହାରଣା, ବିଶ୍ବରଂଜନ ବେହୁରା, ବିରେନ୍ଦ୍ର ସ୍ବାଇଁ, ଆଦିତ୍ୟ ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ଜ୍ୟୋସ୍ନାମୟୀ ସାହୁ, ମୋନାଲିସା ସାହୁ ଓ ମୋନାଲିସା ଗୌଡ଼ ମଞ୍ଚ ସଂଯୋଜନା କରିଥିଲେ। ସେହିପରି ଆଜି ଶତାଧିକ ମହିଳା ଏକ ଡିଜାଇନର ଶାଢୀ ପିନ୍ଧି ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଯାଇ କୋଏଲ ନଦୀରେ ଡ଼ଙ୍ଗା ଭସାଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଗରିମା ପରିବାରର ସମସ୍ତ ସଦସ୍ୟାଙ୍କ ସହ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ଗଣେଶ ରାଉତ, ରବି ବାରିକ, ସଞ୍ଜୟ ପ୍ରଧାନ, ଅରୁ ମହାପାତ୍ର, କାର୍ତ୍ତିକ ଖଣ୍ଡୁଆଳ, ଆଲୋକ ବାରିକ, ଜଗତ ସାହୁ, ମିହିର ମାଝୀ, ଗୋପାଳ ଦାସ, ଭୀମସେନ ଛତ୍ରିଆ,ବିଦ୍ୟାଧର ସେଠୀ, ପ୍ରକାଶ ପ୍ରଧାନ, ଉମା ସାହୁ, ପବିତ୍ର ସାହୁ, ଜୟପ୍ରକାଶ ମହାନ୍ତି, ପ୍ରଭାତ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀ କାୟଲ ଧନ୍ୟବାଦ ଅର୍ପଣ କରିଥିଲେ।

