ରାଉରକେଲା:2//26,(ଉତ୍କଳ ସମାଚାର) ହମିରପୁର ସ୍ଥିତ ରାମକୃଷ୍ଣ ମିଶନ ତରଫରୁ ନବବର୍ଷରେ କଳ୍ପତରୁ ଦିବସ ପାଳନ ହୋଇଯାଇଛି। ମିଶନର ସ୍ବାମୀ ପୂଜାନନ୍ଦଜୀ,ଗୋଲୋକେଶାନନ୍ଦଜୀ ମହାରାଜ ଓ ମିଶନ ପରିଚାଳନା ସମିତିର ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୋର ୫ଟା ରେ ମଙ୍ଗଳ ଆଳତି, ପରେ ହୋମ, ପୁଷ୍ପାଞ୍ଜଳି, ପ୍ରବଚନ, ଠାକୁରଙ୍କ ବାଣୀ, ସଂଗୀତ ଆଦି କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ କରାଯାଇଥିଲା। ସେହିପରି ଗୋପବନ୍ଧୁପାଲୀ ଠାରେ ଥିବା ଆନନ୍ଦଧାମ, ଯେଉଁଠାରେ ରାମକୃଷ୍ଣ ମିଶନର ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ଏବଂ ଶିକ୍ଷା ର ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଗଦାଧର ଅଭ୍ୟୁଦୟ ପ୍ରକଳ୍ପ କାର୍ଯ୍ୟକ୍ରମ ମାଧ୍ୟମରେ ୫୦ ଜଣ ବିଦ୍ୟାର୍ଥୀ ୫ ବର୍ଷରୁ ୧୨ ବର୍ଷ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ମାନଙ୍କୁ ନିଃଶୁଳ୍କ ଶିକ୍ଷା ଦାନ ସହ ଶିଶୁ ମାନଙ୍କ ବୈ।ଦ୍ଧିକ, ଆଧ୍ୟାତ୍ମିକ ତଥା ଶାରିରୀକ ବିକାଶ ପାଇଁ ଏହି ପ୍ରକଳ୍ପ ଆଜିଠାରୁ କାର୍ଯ୍ୟକ୍ଷମ କରାଯାଇଥିଲା। ଏହାକୁ ପୂଜା କୁମାରୀ,କିରଣ ପୂର୍ବେ, ବବିତା ଓ ରାହୁଲ ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମିଶନର ସମସ୍ତ କର୍ମକର୍ତ୍ତା ଓ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ।

