Uncategorized

ବୁର୍ଲା ଓ ହୀରାକୁଦ ରେ କଂଗ୍ରେସର ସଂଗଠନ ସୃଜନ ଅଭିଯାନ I

ସମ୍ବଲପୁର,୧୪/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦେଶ କ୍ରମେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ ଅଭିଯାନ ଶନିବାର ବୁର୍ଲା କଂଟ୍ରାକଟର କଲୋନୀ ମା’ ସନ୍ତୋଷୀ ମନ୍ଦିର ପରିସରରେ ଥିବା ସାରଦା ମାଧବ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା କଂଗ୍ରେସ କମିଟି ସଂଯୋଜକ ଶ୍ରୀ ଦୁର୍ଗା ପାଢ଼ୀ ଅଧ୍ୟକ୍ଷତା କରିଥିଲେ I ଏଆଇସିସିର ପର୍ଯ୍ୟବେକ୍ଷକ ତଥା ରାଜସ୍ଥାନ ର ପୂର୍ବତନ ବିଧାୟକ ଇନ୍ଦ୍ରଜ୍ ସିଂ ଗୁରଜର ମୁଖ୍ୟ ଅତିଥି ଭାବେ ଯୋଗଦେଇ କଂଗ୍ରେସ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାର୍ଗଦର୍ଶନ କ୍ରମେ କଂଗ୍ରେସର ସଂଗଠନ ସୃଜନ କାର୍ଯ୍ୟକ୍ରମ ଦଳୀୟ ସଂଗଠନ କୁ ମଜବୁତ କରିବ ବୋଲି କହିଥିଲେ I ଏହାର ଉଦେଶ୍ୟ ଗାଁ ଓ ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କର୍ମୀଙ୍କ ମତାମତ ନେଇ ଜିଲ୍ଲା ସଭାପତି ଚୟନ କରାଯିବ ବୋଲି ବକ୍ତବ୍ୟ ରଖିଥିଲେ I ହୀରାକୁଦ ନଗର କଂଗ୍ରେସ ପାଇଁ ଦିନ ୧୧ .୩୦ ଘଣ୍ଟା ସମୟ ରେ ଏହି ଅଭିଯାନ ସ୍ଥାନୀୟ ଦୁର୍ଗା ମନ୍ଦିର ଛକ ବରିଷ୍ଠ ନାଗରିକ କାର୍ଯ୍ୟାଳୟ ରେ ହୋଇଥିବା ବେଳେ ବୁର୍ଲା ନଗର କଂଗ୍ରେସର କାର୍ଯ୍ୟକ୍ରମ ସନ୍ଧ୍ୟା ୬.୩୦ ରେ ଅନୁଷ୍ଠିତ ହୋଇଥିଲା I ସଭାରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ପର୍ଯ୍ୟବେକ୍ଷକ ଜୟନ୍ତ କୁମାର ସାହୁ ଓ ପର୍ଯ୍ୟବେକ୍ଷକ ଅଂଶୁମାନ ଦାସ, ସହଯୋଗୀ ମନୋହର ପ୍ରଧାନ,ପିସିସି ସମ୍ପାଦକ ଇଂ. ଦିଲୀପ ଦୁରିଆ ଙ୍କ ସମେତ ବୁର୍ଲା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ବୁର୍ଲା ନଗର ସଭାପତି ତଥା ଓବିସି ଜ଼ିଲ୍ଲା ସଭାପତି ଶିବବ୍ରତ ପ୍ରଧାନ ଏବଂ ବରିଷ୍ଠ କଂଗ୍ରେସ କର୍ମୀ ଗୁଡ଼ୁ ଉପଲ ମଂଚାସୀନ ଥିଲେ I ଏହି ଅବସରରେ ପିସିସି ସଭ୍ୟା ସୁରଞ୍ଜିନି ବାରିକ, ଗୋବିନ୍ଦ ମିଶ୍ର, ସୂତପା ମିତ୍ର, କବିତା ପଟ୍ଟନାୟକ, ଡଲି ଅହମଦ, ବାବୁ ଖାନ, ଲଷ୍ମୀ ନାରାୟଣ ପ୍ରଧାନ, ଦଶରଥ ଦାସ, ବିରଞ୍ଚି ମହାପାତ୍ର, କାଳୁ ସ୍ୱାଇଁ, ରାଜେଶ ମିଶ୍ର, ଏ ମ୍ ଡି ସଲିମ ପ୍ରମୁଖ ବୁର୍ଲା ଏବଂ ହୀରାକୁଦ କାର୍ଯ୍ୟକ୍ରମ ଆୟୋଜନ ରେ ସକ୍ରିୟ ସହଯୋଗ କରିଥିଲେ I ଡିସିସି ଜ଼ିଲ୍ଲା ସଂଯୋଜକ ଶ୍ରୀ ଦୁର୍ଗା ପାଢ଼ୀ ହୀରାକୁଦ ବୈଠକ ରେ ଅଧକ୍ଷତା କରିଥିବା ବେଳେ ନଗର ସଭାପତି ରବି ରାଉତ ଧନ୍ୟବାଦ ଜ୍ଞାପନ କରିଥିଲେ I ବୈଠକ ରେ ସୁଧୀର ପଣ୍ଡା, ଜିତେନ ମହାନନ୍ଦ, ପିଙ୍କୁ ସିଂ, ଜିତୁ ପ୍ରଧାନ, ପାତୁ ବେହେରା, ଟୁନା ବେହେରା, ମକରଦ୍ୱାଜ ରନବିଡା, ପ୍ରହଲ୍ଲାଦ ଜୟ ପୁରିଆ, ନମିଶା ରାଉତ, ଆଶା ବେହେରା, ଅନିତା ଓରାମ, ବିଶ୍ୱଜିତ ରାୟ, ଆଧେସ ରାଓ, ଅଜୟ କୁଶଳ, ସାବିର ଅଲ୍ଲୀ ପ୍ରମୁଖ ଯୋଗଦାନ କରିଥିଲେ I ହୀରାକୁଦ ଏବଂ ବୁର୍ଲା ସହରର କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ଅଂଶଗ୍ରହଣ କରି ପର୍ଯ୍ୟବେକ୍ଷକ ଙ୍କୁ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଚୟନ ପାଇଁ ନିଜ ନିଜ ମତାମତ ଦେଇଥିଲେ I ସମ୍ବଲପୁର ଜିଲ୍ଲା ସଭାପତି ପାଇଁ ଅନେକ ପ୍ରାର୍ଥି ଆବେଦନ କରିଥିଲେ ମଧ୍ୟ ୧୯୮୦ ମସିହା ରୁ ଛାତ୍ର କଂଗ୍ରେସ ରୁ ରାଜନୀତି ରେ ପାଦ ଦେଇ କଂଗ୍ରେସ ର ଜ଼ିଲ୍ଲା ଠାରୁ ଆରମ୍ଭ କରି ପିସିସି ର ବିଭିନ୍ନ ପଦ ପଦବୀ ରେ ରହି ନିଷ୍ଠାପର ସହିତ ଦଳୀୟ କାର୍ଯ୍ୟ କରି ଆସୁଥିବା ୨୦୨୪ ସାଧାରଣ ନିର୍ବାଚନ ରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଦୁର୍ଗା ପାଢ଼ୀ ସର୍ବାଗ୍ରେ ରହିଥିବା ଜଣାଯାଇଛି I ତେବେ ଗତ ୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଦଳ ର ଏହି ଅଭିଯାନ ସମ୍ବଲପୁର ଜ଼ିଲ୍ଲା ରେ ଶନିବାର ଉଦଯାପିତ ହୋଇଛି I ଗାଁ ଠାରୁ ଆରମ୍ଭ କରି ବ୍ଲକର ସମସ୍ତ ଛାମୁଆ କର୍ମୀ ଓ ସାଧାରଣ କର୍ମୀ ମାନଙ୍କ ମତାମତ ନିଆଯାଇଛି I ଏହି ମତାମତ ଏଆଇସିସିର ପର୍ଯ୍ୟବେକ୍ଷକ ଅଖିଳ ଭାରତ କଂଗ୍ରେସ କମିଟି ରେ ଉପସ୍ଥାପନା କରି ଖୁବ ଶୀଘ୍ର ଜିଲ୍ଲା ସଭାପତି ପ୍ରାର୍ଥି ଚୟନ କରାଯିବ ବୋଲି ପର୍ଯ୍ୟବେକ୍ଷକ ଶ୍ରୀ ଗୁରଜର ସୂଚନା ଦେଇଛନ୍ତି l ଡିସିସି ଜିଲ୍ଲା ସଂଯୋଜକ ଶ୍ରୀ ଦୁର୍ଗା ପାଢ଼ୀ ଏଭଳି କାର୍ଯ୍ୟକ୍ରମ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବ ବୋଲି ପ୍ରକାଶ କରିଥିଲେ I ପ୍ରଦେଶ କଂଗ୍ରେସ କମିଟି ନିର୍ଦେଶ କ୍ରମେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗତ ଅଗଷ୍ଟ ୧୪ ତାରିଖ ଗୁରୁବାର ସଂଧ୍ୟା ଘ.୬.୩୦ମି. ସମୟରେ ରେ “ଭୋଟ ଚୋରି” ବିରୁଦ୍ଧରେ ଅନୁଷ୍ଠିତ ମଶାଲ ଶୋଭାଯାତ୍ରାର କାର୍ଯ୍ୟକ୍ରମ ଏବଂ ପବିତ୍ର ୬୯ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ଵାଧୀନତା ସଂଗ୍ରାମୀଙ୍କ ଓ କାରଗିଲ ସହିଦଙ୍କ ସ୍ମୃତିରେ ଅନୁଷ୍ଠିତ ରକ୍ତଦାନ ଶିବର ରେ ସ୍ଵେଛାକୃତ ରକ୍ତଦାତାଙ୍କୁ ପଯ୍ୟବେକ୍ଷକ ଶ୍ରୀ ଗୁରଜର ଓ ପିସିସି ପଯ୍ୟବେକ୍ଷକ ତଥା ଓଡ଼ିଶା କଂଗ୍ରେସ ସେବା ଦଳ ଅଧକ୍ଷ ଶୁଭେନ୍ଦୁ ମହାନ୍ତି ମାନପତ୍ର ଦେଇ ସମ୍ମାନିତ କରିଥିଲେ I

Leave a Reply

Your email address will not be published. Required fields are marked *