Uncategorized

ଏଆଇସିସି ପର୍ଯ୍ୟବେକ୍ଷକ ଙ୍କ ମା’ ସମଲେଶ୍ୱରୀ ଦର୍ଶନ I

ସମ୍ବଲପୁର,୧୪/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଅଖିଳ ଭାରତ କଂଗ୍ରେସ କମିଟି ର ନିର୍ଦେଶକ୍ରମେ କଂଗ୍ରେସର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ରେ ଯୋଗଦାନ ପାଈଁ ସମ୍ବଲପୁର ଗସ୍ତ ରେ ଥିବା ଏଆଇସିସି ପର୍ଯ୍ୟବେକ୍ଷକ ତଥା ରାଜସ୍ଥାନ ର ପୂର୍ବତନ ବିଧାୟକ ଇନ୍ଦ୍ରଜ୍ ସିଂ ଗୁରଜର ଶନିବାର ଦିବା ୧୧ ଘଣ୍ଟା ସମୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଙ୍କ ଦର୍ଶନ କରିଛନ୍ତି I ପର୍ଯ୍ୟବେକ୍ଷକ ଶ୍ରୀ ଗୁରଜର ମା’ ସମଲେଶ୍ୱରୀ ଙ୍କ ଦର୍ଶନ କରି ଆଶ୍ରିବାଦ କାମନା କରିଥିଲେ I ଏହି ଅବସରରେ କଂଗ୍ରେସ କମିଟି (ପିସିସି) ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସେବାଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି,ପ୍ରଦେଶ କଂଗ୍ରେସ କମିଟି (ପିସିସି) ସମ୍ପାଦକ ଇଂ. ଦିଲୀପ କୁମାର ଦୁରିଆ, ପିସିସି ସଭ୍ୟା ସୁରଞ୍ଜିନି ବାରିକ, ଓବିସି ଜ଼ିଲ୍ଲା ସଭାପତି ଶିବ ପ୍ରଧାନ, ପିସିସି (ରାଜ୍ୟ କୃଷକ ସେଲ) ସାଧାରଣ ସମ୍ପାଦକ ଗୋବିନ୍ଦ ମିଶ୍ର, ତାପସ କୁମ୍ଭାର, ବରିଷ୍ଠ କଂଗ୍ରେସ ନେତ୍ରୀ ସୁତପା ମିତ୍ର, ବାବୁ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *