Uncategorized

ରାଉରକେଲା ଉଦିତନଗର ଗ୍ଯାଲେରୀ ମାର୍କେଟ କମିଟି ନିର୍ବାଚନ ୨୦୨୫-୨୦୨୮ ବର୍ଷ

ରାଉରକେଲା ୧୪/୯,(ଉତ୍କଳ ସମାଚାର): ସ୍ମାର୍ଟ ସିଟି ରାଉରକେଲାର ଉଦିତନଗର ସ୍ଥିତ ଗ୍ଯାଲେରୀ ମାର୍କେଟ କମିଟି ନିର୍ବାଚନ ୨୦୨୫-୨୦୨୮ ବର୍ଷ ପାଇଁ ଆଜି ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ନିର୍ମିତ ଏହି ମାର୍କେଟରେ ଥିବା ୮୬ଟି ଦୋକାନ ଗୃହର ବ୍ଯବସାୟୀମାନଙ୍କ ଦ୍ବାରା ଭୋଟ ବାକ୍ସରେ ମତଦାନ କରାଯାଇଥିଲା। ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନୀମାନେ ମତଦାନ କରିଥିଲେ। ଏହି ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବରେ କୁନା ଚୌଧୁରୀ ଏବଂ ତାଙ୍କ ସହଯୋଗୀ ଏହି ନିର୍ବାଚନର ଦାୟୀତ୍ବ ନିର୍ବାହ କରିଥିଲେ।  ଅପରାହ୍ନ ୨ଟା ପରେ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା। ଏଥିରେ ଗ୍ଯାଲେରୀ ମାର୍କେଟ କମିଟିର ସଭାପତି ଭାବରେ ସମ୍ବାରୁ ବିଭାର, କାର୍ଯ୍ୟକାରୀ ସଭାପତି ଭାବରେ ପ୍ରଶାନ୍ତ ପଟ୍ଟନାୟକ, ଉପସଭାପତି ଅନୀଲ ସାହୁ, ସମ୍ପାଦକ ଭାବରେ ସୁରେନ୍ଦ୍ର ତ୍ରୀପାଠୀ, ଯୁଗ୍ମ ସମ୍ପାଦକ ଭାବେ ନୀଳକଣ୍ଠ ଦାସ, କୋଷାଧ୍ୟକ୍ଷ ଭାବରେ ପ୍ରଭାତ କୁମାର ବାରିକଙ୍କ ସମେତ କାର୍ଯକାରୀ ସଦସ୍ୟ ଭାବରେ ଅଜୟ କୁମାର ପ୍ରଧାନ, ପିଙ୍କୁ ଦାସ, ଅମରେନ୍ଦ୍ର ସ୍ବାଇଁ ଏବଂ ନିଶିକାନ୍ତ ସାହୁ ନିର୍ବାଚିତ ହୋଇଛନ୍ତି।ଏହି ନିର୍ବାଚନକୁ ନେଇ ଆଜି ଦୋକାନୀମାନଙ୍କ ମଧ୍ଯରେ ଉତ୍ସାହ ଦେଖିବାକୁ ମିଳିଥିଲା। ସକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଦୋକାନୀମାନଙ୍କ ମଧ୍ଯରେ ଉତ୍ସାହ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *