Uncategorized

ଦଶହରା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ

ପାପଡାହାଣ୍ଡି -14:9:25-(ଉତ୍କଳ ସମାଚାର):ଆଜି ପାପଡାହାଣ୍ଡି ବ୍ଲକ ସମ୍ବିଳନୀ କକ୍ଷ ଠାରେ ଆଗାମୀ ଦଶହରା ପାଇଁ ପୋଲିସ, ପ୍ରଶାସନ, ପୂଜା କମିଟି ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି, ପୂଜା କିଭଳି ସୁରୁଖୁରୁରେ ଶାନ୍ତିପୂର୍ଣ ଭାବେ ପାଳିତ ହେବ ସେଥିପାଇଁ ସ୍ଥାନୀୟ ପୂଜାକମିଟି ଏବଂ ପ୍ରସାଶନିକ ଅଧିକାରିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ ଆଲୋଚନା ହୋଇଛି,ଏଥିରେ ମୁଖ୍ୟତଃ ଟ୍ରାଫିକ ନିୟନ୍ତ୍ରଣ, ପିଇବା ପାଣି, ବାଇପାସ ରାସ୍ତା ଶୀଘ୍ର ମରାମତି କରି ଭାରିଜାନ, ଗାଡି ଚଲାଚଳ ପାଇଁ ଉପଯୁକ୍ତ କରାଇବା,ସାହି ମାନଙ୍କରେ ଅନ୍ଧାରୁଆ ସ୍ଥାନରେ ଆଲୋକିତ କରିବା ସହିତ ଷଷ୍ଠି ଠାରୁ ବିସର୍ଜନ ଦିନ ପର୍ଯ୍ୟନ୍ତ ପୂଜାରେ ପୋଲିସ ଫୋର୍ସ ମୃତୟନ କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା, ଆଜିର ବୈଠକ ପାପଡାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ କପିଳଦେବ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକ ରେ ତହସିଲଦାର ତପନ ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟଜିତ କଣ୍ଡାଂକେଲ, ଆଇଆଇସି ଦୀପକ କୁମାର ଜେନା,ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ରଶେଖର ମାଝୀ,ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି ବି ଜଗନମୋହନ ରାଓ, ଶ୍ରୀ ଶ୍ରୀ ଶ୍ରୀ ଦୁର୍ଗାପୂଜା କମିଟି ସଭାପତି ଜି ଅନନ୍ତ ମୂର୍ତ୍ତି, ସ୍ୱାଧୀନ ପଟ୍ଟନାୟକ, ଶଙ୍କର ବିଶୋଇ, ତ୍ରିନାଥ ପ୍ରଧାନ, ରାଜକିଶୋର ରାଓ, ଭି ଶ୍ରୀନିବାସ ରାଓ, ତରଣୀ କଶ୍ୟପ, ବି ସନ୍ତୋଷ ରାଓ, ହରି ପାଣିଗ୍ରାହୀ, ଏନ ସନ୍ତୋଷ ରାଓ, ସୂର୍ଯ୍ୟ ଭତରା,ଗୁପ୍ତ ଭତରା, ସ୍ୱାଧୀନ ମହାନ୍ତି, ଜି. ଆରିୟନ ରାଓ, ସାଧୁ ଭତରା, ହରି ରାଓ, ଆକାଶ ରାଓ, ସାଧୁ ଭତରା, ଗୁଲଟୁ ଭତରା, ପୁଷ୍ପ ପାତ୍ର, ରିଙ୍କୁ ଭତରା, ଜେଇ ରାସ୍ତା ବିଭାଗ, ଜେଇ ବିଦୂତ ବିଭାଗ, ଜେଇ ପାନୀୟ ଜଳ ଯୋଗାଣ ବିଭାଗ ଙ୍କ ସହିତ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *