Uncategorized

ଝାଡ଼ଖଣ୍ଡରେ ଏନ୍‌କାଉଟଂର: ମୁଖଦେବ ଯାଦବ ନିହତ

ବିଶ୍ରା,୧୫/୯:(ଉତ୍କଳ ସମାଚାର):ଝାଡ଼ଖଣ୍ଡ ପୁଲିସକୁ ପୁଣି ବଡ଼ ସଫଳତା ମିଳିଛି । ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା କୁଖ୍ୟାତ ନକ୍ସଲନେତା ମୁଖଦେବ ଯାଦବ ଓରଫ୍ ତୁଫାନର ମୁଣ୍ଡ ଗଡ଼ିଛି । ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଚଂଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ଟିଏସ୍‌ପିସି (ତୃତୀୟ ସମ୍ମିଳନୀ ଉପସ୍ଥାପନା କମିଟି) ମଧ୍ୟରେ ହୋଇଥିବା ସଂଘର୍ଷରେ ଯାଦବ ନିହତ ହୋଇଛି । ସେଠାରୁ ପୁଲିସ ଗୋଟିଏ ଇନ୍‌ସାସ୍ ରାଇଫଲ ଜବତ କରିଛି । ପୁଲିସ ସୂତ୍ର ଅନୁଯାୟୀ, ନକ୍ସଲଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଏସ୍‌?ପି ରେଶମା ରାମେଶନ, ଅତିରିକ୍ତ ଏସ୍‌ପି ରାକେଶ କୁମାର ସିଂହ ଓ ହୁସେନାବାଦ ଏସ୍‌ଡିପିଓ ଆଇପିଏସ୍ ମହମ୍ମଦ ୟାକୁବଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା । ସୁରକ୍ଷାବାହିନୀ ତାରହାସି ଓ ମାନାଟୁ ଥାନା ଅଞ୍ଚଳର ସୀମାନ୍ତ ଜଙ୍ଗଲରେ ନକ୍ସଲମାନଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ । ଏହାପରେ ଉଭୟପକ୍ଷରୁ ଗୁଳିଚାଳନା ହୋଇଥିଲା । ଏହି ସଂଘର୍ଷରେ ଟିଏସ୍‌?ପିସିର ନେତା ମୁଖଦେବ ଯାଦବର ମୃତ୍ୟୁ ହୋଇଥିବାବେଳେ ତା’ ସାଥୀମାନେ ଛତ୍ରଭଙ୍ଗ ଦେଇଥିଲେ । ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରିରହିଛି । ଏହି ଅବସରରେ ସୁରକ୍ଷାବାହିନୀ ଗୋଟିଏ ନକ୍ସଲ କ୍ୟାମ୍ପ ଧ୍ୱଂସ କରିଥିବାବେଳେ ସେଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି । ନକ୍ସଲଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଏସ୍‌?ପି ରେଶମା ରାମେଶନ, ଅତିରିକ୍ତ ଏସ୍‌?ପି ରାକେଶ କୁମାର ସିଂହ ଓ ହୁସେନାବାଦ ଏସ୍‌?ଡିପିଓ ଆଇପିଏସ୍ ମହମ୍ମଦ ୟାକୁବଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା । ସୁରକ୍ଷାବାହିନୀ ତାରହାସି ଓ ମାନାଟୁ ଥାନା ଅଞ୍ଚଳର ସୀମାନ୍ତ ଜଙ୍ଗଲରେ ନକ୍ସଲମାନଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ । ଏହାପରେ ଉଭୟପକ୍ଷରୁ ଗୁଳିଚାଳନା ହୋଇଥିଲା । ଏହି ସଂଘର୍ଷରେ ଟିଏସ୍‌?ପିସିର ନେତା ମୁଖଦେବ ଯାଦବର ମୃତ୍ୟୁ ହୋଇଥିବାବେଳେ ତା’ ସାଥୀମାନେ ଛତ୍ରଭଙ୍ଗ ଦେଇଥିଲେ । ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରିରହିଛି । ଏହି ଅବସରରେ ସୁରକ୍ଷାବାହିନୀ ଗୋଟିଏ ନକ୍ସଲ କ୍ୟାମ୍ପ ଧ୍ୱଂସ କରିଥିବାବେଳେ ସେଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି ।  ଉଲ୍ଲେଖଯୋଗ୍ୟ ଯେ, ଚାଇଁବସା ଜିଲ୍ଲାର ଗୋଇଲକେରା ଥାନା ଅଚଂଳରେ ଦୁଇସପ୍ତାହ ତଳେ ଏକ ଏନ୍‌କାଉଟଂରରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଥିବା ସିପିଆଇ ମାଓବାଦୀ ଜୋନାଲ କମାଣ୍ଡର ଅମିତ ହାଁସଦା ଓରଫ ଉପ୍ତାନ ନିହତ ହୋଇଥିଲା ।

Leave a Reply

Your email address will not be published. Required fields are marked *