ନବରଙ୍ଗପୁର ଜିଲ୍ଲା ଡ଼ମ୍ବ ସମାଜର ସାଧାରଣ ବୈଠକ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତା ଚୟନ
ନବରଙ୍ଗପୁର. ନରସିଂବାଘ ( ଉତ୍କଳ ସମାଚାର)ତା 15/09-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କୋଈଲାରୀ ପଂଚାୟତ ଅନ୍ତର୍ଗତ ସରାଗୁଡା ଗ୍ରାମ ର ଆରଏମସି ଗୋଦାମ ପରିସରରେ ଆଜି ଡ଼ମ୍ବ ସମାଜର ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି |ଅବିଭକ୍ତ କୋରାପୁଟ ଜିଲ୍ଲା ଡ଼ମ୍ବ ସମାଜର ସହ ସମ୍ପାଦକ ହରିହର ଦୁର୍ଗାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ଅବିଭକ୍ତ କୋରାପୁଟ ଜିଲ୍ଲା ଡ଼ମ୍ବ ସମାଜର ଉପ ସଭାପତି ପ୍ରକାଶ ଚନ୍ଦ୍ର ନାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତି ସଙ୍ଘର ସଭାପତି ଅର୍ଜୁନ ସମରଥ, ଅକାଳୁ ଜାଳି, ଗଙ୍ଗାଧର ନେତାମ, ଲଳିତ ମୋହନ ନାୟକ, ଚନ୍ଦ୍ରଶେଖର ନିଆଲ, ନାଟଗୁରୁ ଡମ୍ବରୁଧର ନାୟକ, ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତି ସଙ୍ଘର ସମ୍ପାଦକ ଡମ୍ବରୁଧର ସୁନା,ଅନୁସୂଚିତ ଜାତିସଙ୍ଘର ଝରିଗାଁ ବ୍ଳକ ସଭାପତି ତଥା ଆଜିର ବୈଠକର ଆବାହକ ପ୍ରତାପ ଦୁରିଆ, ହରି ସୁନା ତଥା ଜିଲ୍ଲାର 10ଗୋଟି ବ୍ଳକର ବୁଦ୍ଧିଜୀବୀ,ଜ୍ଞାନୀ ଗୁଣି, ଶିକ୍ଷିତ ବ୍ୟକ୍ତି ଓ ଜନସାଧାରଣ ମଞ୍ଚାସିନ ରହିଥିଲେ |ସମସ୍ତେ ପ୍ରଥମେ ଭାରତର ସମ୍ବିଧାନ ପ୍ରଣେତା ଡକ୍ତର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଫୋଟୋ ଚିତ୍ରରେ ଫୁଲହାର ଓ ଧୂପଦୀପ ଦେଇ ପୂଜାର୍ଚନା କରିବା ପରେ ସଭାକାର୍ଯ୍ୟ ଆରମ୍ଭ କରିଥିଲେ | ମଞ୍ଚାସିନ ଅତିଥିଗଣ ଡ଼ମ୍ବ ସମାଜ ଉପରେ ହେଉଥିବା ଅବହେଳା ତଥା ଶିକ୍ଷା ଅଧିକାର ଓ ସଂରକ୍ଷଣ କ୍ଷେତ୍ରରେ ଡ଼ମ୍ବ ସମାଜକୁ ଅଣଦେଖା କରାଯାଉଥିବା ବିଷୟ ଉପରେ ପ୍ରାଞ୍ଜଳ ଭାବେ ଆଲୋଚନା କରିଥିଲେ |ତତ ସହିତ ସମାଜକୁ ଉନ୍ନତି ପଥରେ ଆଗେଇ ନେବାକୁ ହେଲେ ଜିଲ୍ଲା ସ୍ତରୀୟ ଏକ ସଂଗଠନର ଆବଶ୍ୟକ ଥିବା ଜଣେଇଥିଲେ |ପରେ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ସମାଜସେବୀ ତଥା ଜନସାଧାରଣ ମାନଙ୍କ ମତାମତ ନେଇ ଆଜିର ବୈଠକରେ ଡ଼ମ୍ବ ସମାଜର ଜିଲ୍ଲା ସଭାପତି, ଜିଲ୍ଲା ଉପ ସଭାପତି,ସମ୍ପାଦକ, କୋଷାଧକ୍ଷ ଆଦି କାର୍ଯ୍ୟକର୍ତା ଚୟନ କରାଯାଇଥିଲା |ଆଜିର ଏହି ଜିଲ୍ଲା ସ୍ତରୀୟ ବୈଠକରେ ଜନସାଧାରଣଙ୍କ ପ୍ରସ୍ତାବ ଓ ସମର୍ଥନ କ୍ରମେ ଜନକରାମ ସୁନାଙ୍କୁ ଜିଲ୍ଲା ସଭାପତି,ଦେବରାଜ ନାଗଙ୍କୁ ଉପ ସଭାପତି, କ୍ଷେମରାଜ ହରିଜନଙ୍କୁ ସମ୍ପାଦକ,ରାଜୁ ହରିଜନଙ୍କୁ ସହ ସମ୍ପାଦକ ଓ ହରିହର ଦୁର୍ଗାଙ୍କୁ କୋଷାଧକ୍ଷ ଭାବେ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବେ ଲଳିତ ମୋହନ ନାୟକ, ଭଗବାନ ନାୟକ, ଭରତ ବାଘ, ଗଙ୍ଗାଧର କଚିମ, ପିତାମ୍ବର ନିଆଲ ଓ ଚନ୍ଦ୍ରଶେଖର ନିଆଲଙ୍କୁ ଚୟନ କରାଯାଇଥିଲା |ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାସାଙ୍ଗ କରାଯାଇଥିଲା |
