Uncategorized

ପୁଞ୍ଜିଗୁଡା ଗ୍ରାମରେ ମଦ ର ବନ୍ୟା, ଜିଲ୍ଲପାଳଙ୍କୁ ଲିଖିତ ଅଭିଯୋଗ

ପାପଡାହାଣ୍ଡି -9:10:25-(ଉତ୍କଳ ସମାଚାର):ପାପଡାହାଣ୍ଡି ବ୍ଲକ ନାକଟିଗୁଡା ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜିଗୁଡା ଗ୍ରାମରେ ମଦ୍ୟପଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଗ୍ରାମରେ ରନ୍ଧା ମଦ ର ବନ୍ୟା ଛୁଟିଛି ବୋଲି ଗ୍ରାମର ମହିଳା ମାନେ ଆଜି ଲିଖିତ ଭାବେ ଅଭିଯୋଗ କରିଛନ୍ତି, ଗ୍ରାମର ଶତାଧିକ ଲୋକ ଏଥିରେ ଅଭ୍ୟସ୍ତ ଅଛନ୍ତି ବୁଢ଼ା ଠାରୁ ପିଲା, ଛାତ୍ର ଠାରୁ ଶ୍ରମିକ, ଚାଷୀ ସମସ୍ତେ ମଦ୍ୟ ପାନ କରି ଗ୍ରାମରେ ସଦାସର୍ବଦା ଅଶାନ୍ତି ସୃଷ୍ଟି କରୁଛନ୍ତି, ଚାଷ ରୁ ଉପାର୍ଜିତ ଫସଲ, ବାଡ଼ିର ପନିପରିବା,ଧାନ, ଚାଉଳ ଆଦି ଲୁଚାଇ ବିକ୍ରି କରି ଏବଂ ବାହାରେ ଶ୍ରମିକ ଭାବେ କାମକରି ଆଣିଥିବା ଟଙ୍କା ଘରେ ନ ଦେଇ ସବୁ ଟଙ୍କା ମଦରେ ଖର୍ଚ୍ଚ କରୁଛନ୍ତି ଯାହା ଫଳରେ ପରିବାର ଚଳିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି, ଗ୍ରାମର ମହିଳା ମାନେ କୁଲି କାମକରି ଆଣିଥିବା ଟଙ୍କାକୁ ପୁରୁଷ ପିଟା ମରା କରି ନେଇ ମଦ ପାଇଁ ଖର୍ଚ୍ଚ କରୁଥିବାରୁ ଘର ଚଳିବ କେମିତି ବୋଲି ଓଲଟା ପ୍ରଶ୍ନ ପଚାରିଛନ୍ତି ଗ୍ରାମର ମହିଳା ମାନେ ,ମଦ ବିକ୍ରି କରୁଥିବା ଲୋକଙ୍କୁ ଗ୍ରାମରେ ବିକ୍ରି ନ କରିବାକୁ କହିବାରୁ ସେମାନେ ମାନୁନାହାନ୍ତି ଏବଂ ଓଲଟା ଧମକ ଦେଉଥିବା ଅଭିଯୋଗ କରିଛନ୍ତି ମହିଳା ମାନେ,ଗ୍ରାମରେ 68 ପରିବାର ର 300 ରୁ ଉର୍ଦ୍ଧ ଗ୍ରାମବାସୀ ବାସ କରନ୍ତି ସମସ୍ତ ପରିବାର ଅଦବାସୀ ଏବଂ ଅସିକ୍ଷିତ ଅଟନ୍ତି, ଗ୍ରାମର ମହିଳାମାନେ ଏଥିପାଇଁ ଶନିବାର ଗ୍ରାମରେ ଏକ ବୈଠକ କରି ଆଲୋଚନା କରି ଆଜି ନବରଙ୍ଗପୁର ଜିଲ୍ଲାପାଳ, ପାପଡାହାଣ୍ଡି ଅବକାରୀ କାର୍ଯ୍ୟାଳୟ, ପାପଡାହାଣ୍ଡି ଥାନା ଅଧକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି,ଆଜି ଲିଖତ ଅଭିଯୋଗ କରିବାକୁ ଆସିଥିବା ମହିଳା ମାନେ ଡମୁଣି ଭତରା, ଧନମତି ଭତରା, ବଇଦି ଭତରା, ବିମଳା ଭତରା, ନମିତା ଭତରା, ସୁଶୀଳା ଭତରା,ହେମ ଭତରା, ଜେମା ଭତରା, ଚନ୍ଦ୍ରମା ଭତରା, ଧନମତି ଭତରା, ମିଳିକି ଭତରା, କୁନି ଭତରା, ମଙ୍ଗରି ଭତରା, ନବୀନା ଭତରା, ବୃନ୍ଦା ଭତରା

Leave a Reply

Your email address will not be published. Required fields are marked *