କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ବାର୍ଷିକ ସାଧାରଣ ସଭା:
କେନ୍ଦୁଝର:9//10,(ଉତ୍କଳ ସମାଚାର): କେନ୍ଦ୍ର ସମବାୟ ବ୍ୟାଙ୍କର ୭୧ତମ ବାର୍ଷିକ ସାଧାରଣ ସଭା ବ୍ୟାଙ୍କ ସଭାପତି ଶ୍ରୀଯୁକ୍ତ କାନନ ବିହାରୀ ପହିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଅଛି । ସଭାପତି ଶ୍ରୀ ପହି ୧୯୫୦ ମସିହାରୁ ଆରମ୍ଭ ହୋଇଥିବା ଏହି ବ୍ୟାଙ୍କ ଭାବରେ ସଫଳତା ଲାଭ କରି ରାଜ୍ୟରେ ଅଗ୍ରଣୀ ବ୍ୟାଙ୍କ ଭାବରେ ସଫଳତା ଲାଭ କରିଅଛି ତାହା ସହିତ ବ୍ୟାଙ୍କ ୭୫ ପଦାର୍ପଣ କରିଅଛି ଏବଂ ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ବ୍ୟାଙ୍କ Platinum Jubilee ପାଳନ କରିବା ନିମନ୍ତେ ଶ୍ରୀ ପହି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ତା ୩୧.୦୩.୨୦୨୫ ରିଖ ସୁଦ୍ଧା ବ୍ୟାଙ୍କର ଅଂଶୋଧନ ୭୧୮୬ ଲକ୍ଷ ଟଙ୍କା ଜମା ୭୭୦୭୫ ଲକ୍ଷ ଟଙ୍କା, କାର୍ଯ୍ୟକାରୀ ମୂଳଧନ ୧୪୯୬୨୦ ଲକ୍ଷ ଟଙ୍କା, ନିଜସ୍ଵ ପାଣ୍ଠି ୧୧୦୦୫ ଲକ୍ଷ ଟଙ୍କା ଥିବାବେଳେ ଚଳିତ ବର୍ଷ ନେଟ୍ ପ୍ରଫିଟ ୩୧୨.୩୫ ଲକ୍ଷ ଟଙ୍କା ହୋଇଛି, ତତ୍ ଅନୁଯାୟୀ ସମସ୍ତ ପୃଷ୍ଟପୋଷକ ମାନଙ୍କୁ ଲାଭାଂଶ ବଣ୍ଟନ କରାଯାଇଅଛି ବୋଲି ପ୍ରକାଶ କରିଅଛି । ଜମା ଅନୁପାତରେ ଅନୁଯାୟୀ ଚାଷୀଙ୍କୁ ୫୬୨୮୯ ଲକ୍ଷ ଟଙ୍କା ଋଣ ଦିଆଯାଇଛି । ଅପରପକ୍ଷରେ ରାଜ୍ୟ ସମବାୟ ବ୍ୟାଙ୍କ୍ ମାଧ୍ୟମରେ ନାବାର୍ଡ ଠାରୁ ୪୦୦୮୬ ଲକ୍ଷ ଟଙ୍କା ଋଣ ଗ୍ରହଣ କରିଛନ୍ତି । ରାଜ୍ୟ ସମବାୟ ବ୍ୟାଙ୍କ୍, ଅନ୍ୟାନ୍ୟ ବ୍ୟବସାୟିକ ବ୍ୟାଙ୍କ୍ ସରକାରୀ ବଣ୍ଡରେ ମୋଟ ୭୪୯୭୬ ଲକ୍ଷ ଟଙ୍କା ଗଛିତ ଅଛି ବୋଲି ସଭାପତି କରିଛନ୍ତି । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାସ ଆର୍ଥିକ ବର୍ଷ ୨୦୨୪-୨୫ ବିବରଣୀ ପଠନ କରିଥିଲେ ବୈଠକରେ ଅନ୍ୟାନ୍ୟ ଅତିଥି ତଥା କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ଉପସଭାପତି ରଶ୍ମିରେଖା ଚକ୍ର, ନିର୍ଦ୍ଦେଶକ ଦେବପ୍ରିୟ ପତ୍ର, ସମବାୟ ୟୁନିଟ ସଭାପତି ଅଟଳ ବିହାରୀ ଶତପଥୀ, ଡିଡିଏମ କୁରେଶ କୁମାର ନାୟକ ଜିଲ୍ଲା ମୁଖ୍ୟ ପ୍ରାଣୀ ଅଧିକାରୀ ଶ୍ରୀଯୁକ୍ତ ରଥ ଏବଂ ବ୍ୟାଙ୍କର ଉପଦେଷ୍ଟା ଶ୍ରୀଯୁକ୍ତ ଅମର ବର ଖଟୁଆ ପ୍ରମୁଖ ଉଦବୋଧନ ହୋଇଥିବା ବେଳେ ସଭାକୁ ବରିଷ୍ଠ ସମବାୟବିତ ଦେବାଶିଷ ମିଶ୍ର ଏବଂ ବ୍ୟାଙ୍କର ପରିଚାଳକ ଆଲୋକ ବଳ ମଞ୍ଚ ପରିଚାଳନା କରିଥିଲେ ଏବଂ ବ୍ୟାଙ୍କର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଲ୍ୟାମ୍ପସ ଓ ପ୍ୟାକ୍ସ ସଭାପତି ଓ ସଦସ୍ୟମାନେ ମତାମତ ଉପସ୍ଥାପନା କରିଥିଲେ ।
