ରାଉରକେଲାରେ ଦୁଇଜଣ ହାଇ-ପ୍ରୋଫାଇଲ୍ ସନ୍ଦିଗ୍ଧଙ୍କୁ ଅଟକ
ରାଉରକେଲା ୯/୧୦,(ଉତ୍କଳ ସମାଚାର): ସ୍ଥାନୀୟ ପୋଲିସର ସୂଚନା ଏବଂ ଝାଡ଼ଖଣ୍ଡ ପୋଲିସର ଇନପୁଟ୍ ଆଧାରରେ କାର୍ଯ୍ୟ କରି, ଗୁରୁବାର ଦିନ ଷ୍ଟେସନ ପରିସରରୁ ଦୁଇଜଣ ହାଇ-ପ୍ରୋଫାଇଲ୍ ସନ୍ଦିଗ୍ଧଙ୍କୁ ଆରପିଏଫ ଅଟକ ରଖିଛି। ଦୁଇ ଜଣଙ୍କୁ ପଚରାଉଚରା କରାଯାଉଛି ଏବଂ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଆରପିଏଫ ଏବଂ ପ୍ଲାଣ୍ଟସାଇଟ୍ ପୋଲିସ ମିଳିତ ତଦନ୍ତ କରୁଛନ୍ତି। ସୂତ୍ର ଅନୁଯାୟୀ, ଗତ କିଛି ଦିନ ଧରି ସନ୍ଦିଗ୍ଧଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି। ତଦନ୍ତ ସମାପ୍ତ ହେବା ପରେ ହିଁ ମାମଲାର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇବ।
