ମହାକାଳ ଗ୍ୟାଙ୍ଗ ଗିରଫ
କେନ୍ଦୁଝର:11//10,(ଉତ୍କଳ ସମାଚାର):କେନ୍ଦୁଝର ଟାଉନ ପୋଲିସ ର ତତ୍ପରତା ଯୋଗୁଁ ଆଜି ଭୋର ସମୟରେ କେନ୍ଦୁଝର ଉପକଣ୍ଠ ନରଣପୁର ଘଡଘଡି ମନ୍ଦିର ନିକଟରୁ ମହାକାଳ ନାମକ ଗ୍ୟାଙ୍ଗ ର ନେତା ଗଣେଶ@ବିଶ୍ୱଜିତ ଗିରି (୩୨) ସମେତ ନଅ ଜଣ ଡକାୟତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଣେଶ ର ଘର ମୟୁରଭଞ୍ଜ ଜିଲ୍ଲା ଛେଳିଆନାଳ ହୋଇ ଥିବା ବେଳେ ପ୍ରିୟଦର୍ଶନ ପ୍ରଧାନ (୨୯)ଟାଉନ ଥାନା କାଶୀପୁର, ପର୍ଶୁରାମ ପ୍ରଧାନ (୫୫)ଜଗନ୍ନାଥ ପୁର ଝାଡ଼ଖଣ୍ଡ, ନିର୍ମଳ ପ୍ରଧାନ (୪୦)ଦିପୁହଟିଂ, ଯୋଡ଼ା, ସୁବାଶିଷ ଗିରି (୨୭)ରରୁଆଁ, ମୟୁରଭଞ୍ଜ, ରଞ୍ଜନ ପଲେଇ (୨୬)ଠାକୁରାଣୀ, ବଡ଼ବିଲ, ବିନୋଦ ମୁଣ୍ଡା (୩୨)କୁନ୍ଦୁରୁନଳା, ଯୋଡ଼ା, ରୋହିତ ନାଏକ (୨୧)ଯହିରା ହଟିଂ, ଯୋଡ଼ା, ଏମଡି ଜିସାନ (୨୫)ମାଝୀହଟିଂ, ଯୋଡ଼ା ର ବୋଲି ପୋଲିସ ଏସପି ନିତିନ କୁଶଲକର ପ୍ରକାଶ କରିଛନ୍ତି, ଏମାନେ ଡକାୟତି ଯୋଜନ କରୁଥିବା ବେଳେ ଏମାନଙ୍କ ନିକଟରୁ ପାଞ୍ଚୋଟି ୭. ୬୫ଏମଏମ ପିସ୍ତଲ, ସାତୋଟି ୭. ୬୫ଏମଏମ ମାଗାଜିନ, ପଚିଶଟି ୭. ୬୫ଏମଏମ ଜୀବନ୍ତ ଗୁଳି, ଚାରୋଟି ଫାୟାର କାଟ୍ରିଜ ଖୋଳ ଜବତ କରାଯାଇଛି,ଏମାନେ ସାମାଜିକ ଗଣମାଧ୍ୟମ ରେ ମହାକାଳ ଗ୍ୟାଙ୍ଗ ନାମରେ ଉତ୍ପାତ କରୁଥିଲେ, ପୋଲିସ ସହିତ ମୁହାଁ ମୁହିଁ ବେଳେ ପିସ୍ତଲ ରୁ ଗୁଳି ଚଳାଇ ଫେରାର ହୋଇଯିବା ପାଇଁ ଉଦ୍ୟମ କରୁଥିବା ବେଳେ କିନ୍ତୁ ଖସି ଯାଇପାରି ନଥିଲେ, ବିଶ୍ୱଜିତ ଗିରି ନାମରେ ବିଭିନ୍ନ ଥାନା ରେ ୩୭ଟି କେଶ ଥିବାର ଜଣା ଯାଇଛି, ଟାଉନ ପୋଲିସ କେଶ ନମ୍ବର ୭୮୦/୨୦୨୫ ଅଣ୍ଡର ସେକ୍ସନ ୩୧୦/୪, ୩୧୦/୫, ୧୦୯/୧, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଧାରା ର ୨୫/୨୭ ଆର୍ମଆକ୍ଟ ୧୯୫୯ ଦଫା ରେ ଆରେଷ୍ଟ କରାଯାଇଛି, ଏମାନେ ରାସ୍ତାମଝିରେ ଖଣ୍ଡା ରେ କେକ କାଟି ଜନ୍ମ ଦିନ ପାଳନ କରୁଥିବାର ଏବଂ ଲୋକଙ୍କୁ ଆତଙ୍କିତ କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମ ରେ ମଧ୍ୟ ଅତୀତ ରେ ଭାଇରାଲ ହୋଇ ଥିବାର ଜଣା ଯାଇଛି