ରାଉରକେଲା:30//1,(ଉତ୍କଳ ସମାଚାର) ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନ ତରଫରୁ ବାସ୍କେଟ ବଲ ଷ୍ଟାଣ୍ଡ ଓ ବଲ ଗର୍ଜନ ସ୍ଥିତ ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପ୍ରଦାନ କରାଯାଇଛି। ୩୨୬୧ ର ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ଅମିତ ଜୟସ୍ବାଲ ଙ୍କ ରାଉରକେଲା ଗସ୍ତ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା ଓ ରାଉରକେଲା ଅର୍ବାନର ସଭାପତି ରୋଟାରିଆନ ଉଦିତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଜି ରୋଟାରିଆନ ଜୟସ୍ବାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାସ୍କେଟ ବଲ କୋର୍ଟ କୁ ଉଦଘାଟନ କରିବା ସହ ଅର୍ବାନର ସାମାଜିକ ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀମାନେ ଏବେ ମୋବାଇଲ ପ୍ରତି ଆକର୍ଷିତ ହେଉଥିବାବେଳେ ବାସ୍କେଟ ବଲ ଏକ ଶାରିରୀକ ଖେଳ ହୋଇଥିବାରୁ ଏହା ଦ୍ବାରା ଶାରିରୀକ ଓ ମାନସିକ ସୁସ୍ଥତା ବଜାୟ ରହିବ ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଫାଷ୍ଟଲେଡି ପଲ୍ଲବୀ ଜୟସ୍ବାଲ, ଆସିଷ୍ଟାଣ୍ଟ ଗଭର୍ଣ୍ଣର କିରଣ ଅରୋରା ଉପସ୍ଥିତ ରହି ଉପସ୍ଥିତ ରୋଟାରିଆନ ମାନଙ୍କୁ ଉତ୍ସାହିତ କରିଥିଲେ। ଅର୍ବାନ ସଭାପତି ଶ୍ରୀ ସାହୁ ସ୍ବାଗତ ଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅଧ୍ୟକ୍ଷତା କରୁଥିବା ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ ରୋଟାରୀ ଅର୍ବାନର କାର୍ଯ୍ୟକ୍ରମ ପାଇଁ ସାଧୁବାଦ୍ ଦେବାସହ କୃତଜ୍ଞତା ଜ୍ଞାପନ କରିଥିଲେ। ଶେଷରେ ସମ୍ପାଦକ ରୋଟାରିଆନ ଡେଜି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ରୋଟାରିଆନଙ୍କ ମଧ୍ୟରେ ସର୍ବଶ୍ରୀ ଡା ରାମଚନ୍ଦ୍ର ମେହେର,ଡି ମୋହନ ରାଓ,ବନାନୀ ଦାସ, ପଦ୍ମିନୀ ସାହୁ, ମଞ୍ଜୁରାଣୀ ମେହେର,ଟି ଅଶ୍ବିନୀ ପାତ୍ର,ଅଞ୍ଜୁ କକ୍କଡ,ଅଶୋକ କକ୍କଡ, ସରୋଜିନୀ ପାଢ଼ୀ, ସସ୍ମିତା ନାୟକ, ଉଷାରାଣୀ ଦାଶ, ଦେବବ୍ରତ ନାୟକ, ରବିକାନ୍ତ ସିଂ, ଅରୁଣ ସିଂ, କାବେରୀ ପାତ୍ର, ରଶ୍ମିତା ପାତ୍ର, ପୁରନ୍ଦର ସିଂହ, ମନୋଜ କୁମାର ପାହାଡି,ଶ୍ୟାମ ଭୋଇ,ପ୍ରକାଶ ରଣା,ସହଦେବ ବଡାଇକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

