ପାପଡାହାଣ୍ଡି -30:1:26-(ଉତ୍କଳ ସମାଚାର)ଆଜି ପାପଡାହାଣ୍ଡି ବ୍ଲକ ଜଟାବାଲ ପଂଚାୟତ ଜାମଗୁଡା ମୁଖ୍ୟ ରାସ୍ତା ଠାରେ ପାପଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ସେକ ୱାଜିର ହୁସେନଙ୍କ ଦ୍ୱାରା ଗ୍ରାମାଞ୍ଚଳ ରେ ବିକ୍ରି ପାଇଁ ନେଉଥିବା ମଦ ପକେଟ ସହିତ ଏକ ବାଇକକୁ ଅଟକ ରଖି ବିକ୍ରି ପାଇଁ ନେଉଥିବା ଜଣେ ବ୍ୟକ୍ତି କୁ ପଚାରି ବାରୁ ସେ ପାପଡାହାଣ୍ଡି ଭାଟିରୁ ମଦ ପକେଟ ଆଣି ଗ୍ରାମାଞ୍ଚଳ ରେ ବିକ୍ରି କରୁ ଥିବା କହି ଘଟଣା ସ୍ଥଳରେ ଜମାହେଉଥିବା ଲୋକଙ୍କୁ ଦେଖି ଦୌଡି ଚାଲି ଯାଇଥିଲି, ଏହି ବିଷୟରେ ପାପଡାହାଣ୍ଡି ଅବକାରୀ ବିଭାଗ କୁ ଖବର ଦେବା ପରେ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ପହଂଚି ଏକ ଷ୍ଟାର ସିଟି ବାଇକ ଓଡି 24 ଏ 5849 ସହିତ ବସ୍ତା ଏବଂ ବେଗ ରେ ଥିବା 300 ରୁ ଉର୍ଦ୍ଧ ମଦ ପକେଟ ଜବତ କରି କାର୍ଯ୍ୟାଳୟ କୁ ଆଣିଛି, ଭାଟି ରେ ପ୍ରସ୍ତୁତ ମଦ କେବଳ ଭାଟିରେ ବିକ୍ରି ପାଇଁ ନିୟମ ରହିଥିବା ବେଳେ କିପରି ଗ୍ରାମାଞ୍ଚଳ ରେ ବାଇକ ରେ ଚାଲାଣ ହୋଇ ବିକ୍ରି ହେଉଛି ଏବଂ ଅବକାରୀ ବିଭାଗ କଣ କରୁଛି ବୋଲି ବିଭାଗ କୁ ଓଲଟା ପ୍ରଶ୍ନ କରିଛନ୍ତି ବ୍ଲକ କଂଗ୍ରେସ ସଭାପତି ମଦ ପିଇ ଗ୍ରାମାଞ୍ଚଳ ଲୋକେ କମ ବୟସରେ ମୃତ୍ତୁ ମୁଖରେ ପଡୁଥିବା ବେଳେ ସେ ବିଭାଗକୁ ଚେତାବନୀ ଦେଇଛନ୍ତି, ଏହି ଅଂଚଳ ରେ ଦେଶୀ ମଦ ପ୍ରସ୍ତୁତ ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ରହିଥିବା ବେଳେ କିପରି ଏବଂ କାହାର ନିର୍ଦେଶରେ ଭାଟି ମଦ ପକେଟ ଖୋଲାଖୋଲି ବିକ୍ରି କରାଯାଉଛି ଏହି ପରି ଯଦି ଗ୍ରାମାଞ୍ଚଳ ରେ ଭାଟି ପକେଟ ମଦ ବିକ୍ରି ହେବ ତେବେ ଦଳ ଏବଂ ଅଂଚଳ ବାସି ଙ୍କ ଦ୍ୱାରା ଅବକାରୀ କାର୍ଯ୍ୟାଳୟ ଘେରାଉ ସହିତ ଆନ୍ଦଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି,

