ରାଇଘର:9//9,(ଉତ୍କଳ ସମାଚାର) ନରସିଂବାଘ. ଉତ୍କଳ ସମାଚାର.ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମୁଲି ପଞ୍ଚାୟତର କୁମୁଲି ଡିଏନକେ ଖେଳ ପଡ଼ିଆରେ ଦୁଇଦିନିଆ ଅନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ସମେତ ବିଭିନ୍ନ ଅଞ୍ଚଳରୁ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି।ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇଘର ଥାନା ଅଧିକାରୀ ଟିକେଚନ୍ଦ ବାହୁବଳୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧିକାରୀ ରିତୁ ସିଂ, ବିଜେପି ନବରଙ୍ଗପୁର ମହିଳା ସମ୍ପାଦକ ପ୍ରୀତିସିଗ୍ନା ମହାପାତ୍ର, ବିଜେଡି ବ୍ଲକ ଚେୟାରମ୍ୟାନ ଗୁପ୍ତାପ୍ରସାଦ ଝଙ୍କାର ଏବଂ କୁମୁଲି ପଲ୍ଲୀମଙ୍ଗଳ ସଭାପତି ଶ୍ରୀ ସୁଧୀର ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ।ଏହି ପ୍ରତିଯୋଗିତାରେ BFC କୁଚିଣ୍ଡା, ଯୋଗେଶ-୧୧ ସୁନାବେଡ଼ା, CYA ଚିତ୍ରକୋଟ, ଗୁମ୍ମା ମାଲକାନଗିରି, ବ୍ୟାନର FC କଳାହାଣ୍ଡି, ସ୍ପୋର୍ଟ୍ସ ହଷ୍ଟେଲ ଫୁଲବାଣୀ, ରଙ୍ଗବାଜ ଜଗଦଳପୁର ଏବଂ ମା’ ତାରା କୋଲକାତା ଦଳ ଅଂଶଗ୍ରହଣ କରିଛନ୍ତି।ଦୁଇଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ନେଇ କୁମୁଲି ଅଞ୍ଚଳରେ ଫୁଟବଲପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ଦଳଗୁଡ଼ିକ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ଖେଳପଡ଼ିଆରେ ଦର୍ଶକଙ୍କ ଭିଡ଼ ଜମିଛି। ସ୍ଥାନୀୟ ଯୁବକ ଓ ଆୟୋଜକମାନଙ୍କ ଉଦ୍ୟମରେ ଏହି ଅନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି।

